Advertisment

Illegal Snake Dance in Wedding: ନିୟମକୁ ଖୋଲାଖୋଲି ଉଲ୍ଲଘଂନ, ରାସ୍ତା ଉପରେ ନାଗ ସାପକୁ ଧରି କଲେ ନାଗିନ୍ ଡ୍ୟାନ୍ସ

ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ଏଠି ନାଗ ସାପକୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଛନ୍ତି। ଘଟଣାକୁ ଲୋକେ ଦେଖୁଥିଲେ ବି କେହି ଆକଟ କରୁନଥିଲେ । ଘଣ୍ଟା ଘଣ୍ଟା ଧରି ଏପରି ଚାଲିବା ପରେ ଶେଷରେ ବନ ବିଭାଗ ଆସି ନାଗ ସାପକୁ ଉଦ୍ଧାର କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ

ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ

ଉଧତ...ଉନ୍ମକ୍ତ...ଉତପାତ...ବିଚ୍ ରାସ୍ତା ଉପରେ ନାଗ ସାପକୁ ଧରି ନାଗିନ୍ ଡ୍ୟାନ୍ସ । ତା ପୁଣି ତିନିଟି ନାଗ ସହ ଶତାଧିକ ଲୋକଙ୍କ ଭିତରେ । ଏଭଳି କିଛି ଉତପାତ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଧାମରା ବ୍ଲକ ଛେଡ଼କା ଗାଁରେ । ୩ଟି ନାଗ ସାପକୁ ଧରି ବରଯାତ୍ରୀରେ ଏମିତି ନାଚୁଥିଲେ କିଛି ଲୋକେ ଓ କିନ୍ନର ।

Advertisment

ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ଏଠି ନାଗ ସାପକୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଛନ୍ତି। ଘଟଣାକୁ ଲୋକେ ଦେଖୁଥିଲେ ବି କେହି ଆକଟ କରୁନଥିଲେ । ଘଣ୍ଟା ଘଣ୍ଟା ଧରି ଏପରି ଚାଲିବା ପରେ ଶେଷରେ ବନ ବିଭାଗ ଆସି ନାଗ ସାପକୁ ଉଦ୍ଧାର କରିଛି । ହେଲେ ଘଟଣାରେ କେହି ବି ଅଟକ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାରେ ସ୍ଥାନୀୟ ଡିଏଫଓ କହିଛନ୍ତି, ପୁରା ଘଟଣାର ତଦନ୍ତ ଚାଲିଛି ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌: SCB ଯାଏଁ ଗଡ଼ିବ ମେଟ୍ରୋ

ତେବେ ଏପରି ଘଟଣା ଯେମିତି ଆମ ଓଡ଼ିଶା ପାଇଁ କିଛି ନୂଆ ନୁହେଁ ପୂର୍ବରୁ ଆନେକ ସ୍ଥାନରେ ସାପକୁ ନେଇ ଦେଖିବାକୁ ମିଳିଛି ଅନେକ କାରନାମା । ୨୪ ଜୁନ୍‌ ୨୦୨୪ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଣ୍ଡାମାଳ ଗାଁର ଏହି ଘଟଣା । ସାପ କାମୁଡାରେ ଜଣେ ସାପ ଧରାଳିଙ୍କ ମୃତ୍ୟୁ ହୋଇଥିଲା । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଯାଇଥିଲା ଜୀବନ । ପ୍ଲାଷ୍ଟିକ ଜାରରେ ବିଷଧର ସାପକୁ ଭର୍ତ୍ତି କରିବା ବେଳେ ସାପ ଧରାଳି ଗୌର ଜଗଦଲା ହାତକୁ ଦଂଶିଥିଲା ବିଷଧର ନାଗ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ଏମିତି ଦେଖିବାକୁ ମିଳିଛି । ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଏହି ସବୁ ଘଟଣାରେ ରୋକ୍‌ ଲାଗୁନଥିବା ସାଧାରଣରେ କୁହାଯାଉଛି ।

Advertisment
Odisha Bhadrak Snake Rescued
Advertisment
Advertisment