/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641295663.jpg)
car carrying picnickers falls off
ବାଲିଗୁଡ଼ା(ଅଜିତ ନାୟକ): ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍। କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡା ଘାଟିରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
Advertisment
ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ରାଇକିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ-ସକିଲ୍ ପରିଛା, ଲିଅ ଦାସ ପରିଛା ଓ ପବନ ଦିଗାଲ।
ସୂଚନା ଅନୁସାରେ, ରାଇକିଆ ଥାନା ଅନ୍ତର୍ଗତ ଭାଲିଆପଡ଼ା ଗାଁର ୯ ଜଣ ଯୁବକ ସୋରଡ଼ା ଦାନ୍ତଲିଙ୍ଗକୁ ପିକ୍ନିକ୍ ପାଇଁ ବାହାରି ଥିଲେ। ଏହି ସମୟରେ କରଡା ଘାଟିରେ ଭାରସାମ୍ୟ ହରାଇ କାର୍ଟି ଘାଟିରୁ ୭୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଏଥିରେ ସକିଲ୍, ଲିଅ ପରିଛା ଓ ପବନଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)