Advertisment

ଟ୍ରାଫିକ ନିୟମ କଡ଼ାକଡ଼ି, ହେଲା ବଡ଼ ପରିବର୍ତ୍ତନ...ଜାଣନ୍ତୁ କ’ଣ

କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Kerala Traffic Rule

Twist in Kerala traffic rules

ଟ୍ରାଫିକ ନିୟମରେ ବଡ଼ ପରିବର୍ତ୍ତନ।  ଏଣିକି ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ଟ୍ରେନିଂ ନେବା ସହ ସମାଜ ସେବା କରିବେ ଡ୍ରାଇଭର। ଯାହାକି ସେମାନଙ୍କ ପାଇଁ ବାଧ୍ୟତାମୂଳକ।କେରଳର ପାଲକ୍କଡରେ ଏକ ସଡ଼କ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ପରିବହନ ମନ୍ତ୍ରୀ ଆଣ୍ଟୋନି ରାଜୁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Advertisment

ନୂଆ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦଣ୍ଡ ବିଧାନ ସ୍ୱରୂପ, ୩ ଦିନ ପର୍ଯ୍ୟନ୍ତ ସେମାନେ ମେଡିକାଲ୍‌ରେ ଟ୍ରମା କେୟାର ୟୁନିଟ୍‌ ଓ Palliative Care Unitsରେ ରୋଗୀଙ୍କ ସେବା କରିବେ। ଏହାସହ ଇଡାପ୍ପଲ ସ୍ଥିତ IDTR( Institute of Driver Training and Research)ରେ ୩ ଦିନ ପାଇଁ ଟ୍ରେନିଂ ମଧ୍ୟ ନେବେ। ଯାହାକି ବାଧ୍ୟତାମୂଳକ। ଏତଦ୍‌ବ୍ୟତୀତ, ୨ ଚକିଆ ଯାନ ଚଲାଉଥିବା ଡ୍ରାଇଭରଙ୍କ ପାଇଁ ମଧ୍ୟ ନିୟମ କଡ଼ାକଡ଼ି ହୋଇଛି। 

ଅଧିକ ପଢ଼ନ୍ତୁ: ସହରରେ ଲାଗିଛି ହାର୍ଟସେପ୍‌ ଟ୍ରାଫିକ୍‌ ଲାଇଟ୍‌, ଜାଣନ୍ତୁ କାରଣ..

ସୂଚନାଥାଉ କି, ଅକ୍ଟୋବର ୫ ତାରିଖରେ Vadakkenchery ନିକଟରେ କେରଳ ରାଜ୍ୟ ସଡକ ପରିବହନ ନିଗମର ଏକ ବସ୍‌ ଓ ପ୍ରାଇଭେଟ୍‌ ଟୁରିଷ୍ଟ୍‌ ବସ୍‌ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ଜଣ ଛାତ୍ର ଥିଲେ। ପ୍ରାଇଭେଟ୍‌ ବସ୍‌ର ସ୍ପିଡ୍‌ ଅଧିକ ଓ ଡ୍ରାଇଭରଙ୍କ ଅବହେଳା ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ତେଣୁ ଏହି ଦୁର୍ଘଟଣା ପରେ କେରଳ ସରକାର ଟ୍ରାଫିକ ନିୟମରେ ଏହି ବଡ଼ ପରିବର୍ତ୍ତନ ଆଣିଛନ୍ତି। 

Advertisment

‘ଫୋକସ୍‌-୩ ସ୍ପେଶାଲ୍‌ ଡ୍ରାଇଭ’ ଅଧୀନରେ ବର୍ତ୍ତମାନ ସୁଦ୍ଧା ୪,୪୭୨ ମାମଲା ରୁଜୁ କରାଯାଇଛି। 

Traffic Rules
Advertisment
Advertisment