/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664018126.jpg)
Modern-day Shravan Kumar
ଦିବ୍ୟାଙ୍ଗ ହେଲେ ବି କର୍ତ୍ତବ୍ୟନିଷ୍ଠ । ଡାକ ବିଭାଗରେ ଚାକିରି କରିଛନ୍ତି ନବଘନ ଦୁଡୁକ । ଗାଡିରେ ବସି ଡାକଘର ଆସୁଛନ୍ତି । ତାହା ପୁଣି ଫୁଲ୍ ଡ୍ରେସ୍ରେ । ଖାଲି ଡାକଘରକୁ ନୁହେଁ ବରଂ ସହର ସାରା ବୁଲି ବୁଲି ଡାକ ବାଂଟୁଛନ୍ତି । ନବଘନଙ୍କ ଘର ଗଡଜାତ ଢେଙ୍କାନାଳ ସହରରେ। ଡାକ ବିଭାଗରେ ପୋଷ୍ଟମ୍ୟାନ୍ ଭାବରେ କାର୍ଯ୍ୟରତ ଅଛନ୍ତି । ହେଲେ ନିଜେ ଦିବ୍ୟାଙ୍ଗ ଥିବାରୁ ଡାକ ନେଇ ସହରରେ ବାଂଟିବା ତାଙ୍କ ପକ୍ଷରେ ସମ୍ଭବ ହେଉନି। ଆଉ ସେଥିପାଇଁ ତ ଶ୍ରବଣ କୁମାର ପରି କାମ କରୁଛନ୍ତି ନବଘନଙ୍କ ପୁଅ ଭୋଜରାଜ ଦୁଡୁକ।
ପୁଅ ଭୋଜରାଜ ଡାକ ବିଭାଗର କର୍ମଚାରୀ ନୁହନ୍ତି ହେଲେ ପ୍ରତିଦିନ ବାପାଙ୍କ ସହ ଠିକ୍ ସମୟରେ ଅଫିସ୍ ଆସନ୍ତି । ଖାଲି ଅଫିସ୍ ଆସନ୍ତି ତାହା ନୁହେଁ ବରଂ ବାପାଙ୍କୁ ଅଫିସ୍ ଭିତରକୁ ନେବା ସହିତ ବାପା ଯୁଆଡେ ଯିଆଡେ ଚିଠି ଦେବାକୁ ଯାଆନ୍ତି ଭୋଜରାଜ ତାଙ୍କୁ ନେଇକି ଯାଆନ୍ତି । ଚାକିରି କରିବା ସମୟରେ ସବୁ କିଠି ଠିକ୍ଠାକ୍ ଥିଲା । ଆରାମରେ ଚଳୁଥିଲା ପରିବାର। ହେଲେ କରୋନା ମହାମାରୀ ନବଘନଙ୍କ ପରିବାର ଉପରେ ଢାଙ୍କି ହୋଇଗଲା ଦୁଃଖର କଳାବାଦଲ। ପକ୍ଷଘାତ ରୋଗରେ ପୀଡିତ ହେବା ପରେ ଅନେକ ଦିନ ପର୍ଯ୍ୟନ୍ତ ଡ୍ୟୁଟି କରପାରିଲେନି ନବଘନ। ଏବେ ସୁଦ୍ଧା ନବଘନଙ୍କର ବ।ମ ପ।ର୍ଶ୍ଵ ଅଙ୍ଗ ଠିକ୍ ଭ।ବରେ ଚାଲୁ ନ।ହିଁ ।
ଏଭଳି ବିପତ୍ତି ସମୟରେ ବ।ପାଙ୍କୁ ସ।ହ।ସ ଯୋଗ।ଇ ଭୋଜର।ଜ ସ।ଜିଲେ ବ।ପ।ଙ୍କର ଆଶାବାଡି । ପ୍ରତ୍ୟେକ ଦିନ ସକ।ଳ ସ।ଢେ ୮ଟ।ରେ ବ।ପ।ଙ୍କୁ ଗାଡିରେ ବସ।ଇ ମୁଖ୍ୟ ଡ।କଘରକୁ ଆଣନ୍ତି ଭୋଜର।ଜ । ସେଠ।ରେ ଦିନ ତମ।ମ୍ ବ।ଣ୍ଟିବ।କୁ ଥିବ। ଚିଠି ଗୁଡିକୁ ଅଫିସ ନିୟମ ଅନୁସ।ରେ ସଜ।ଇ ରଖନ୍ତି। ଦିନ ୧୦ଟ। ବେଳକୁ ବ।ପ।ଙ୍କୁ ସ।ଥିରେ ଧରି ଗ।ଡି ପଛ ପଟେ ବସ।ଇ ବ।ହ।ରି ପଡନ୍ତି ଚିଠି ବ।ଣ୍ଟିବ।କୁ । ଅପର।ହ୍ନ ସ।ଢେ ୫ଟ।ରେ ଡ୍ୟୁଟି ସରେ । ଆଉ ବାପ। ଯେଉଁ ସବୁ ସ୍ଥ।ନରେ କୁହନ୍ତି, ସେହି ସ୍ଥ।ନରେ ସଠିକ ଭ।ବରେ ଚିଠି ପହଞ୍ଚ।ନ୍ତି ଭୋଜର।ଜ ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ।ପ।ଙ୍କ ପ।ଇଁ ଭୋଜରାଜ ନିଜ କ୍ୟାରିଅରକୁ ବି ଅନାଇ ନାହାନ୍ତି । ଭୋଜର।ଜ ଜଣେ ମେଧ।ବୀ ଛ।ତ୍ର ଥିଲେ । ବିଏସ୍ସି ପଢିବ। ପରେ ପିଜି ଆଡମିଶନ କରିବ। ପ।ଇଁ ଯେତେବେଳେ ଭୋଜର।ଜ ମନସ୍ଥ କରିଥିଲେ, ସେହି ସମୟରେ ବ।ପ।ଙ୍କର ପକ୍ଷ।ଘାତ ରୋଗ ଭୋଜର।ଜଙ୍କର ସବୁ ସ୍ୱପ୍ନକୁ ଚୁର୍ ମ।ର୍ କରିଦେଇଥିଲା । ତେଣୁ, ପ।ଠ ପଢ଼।ରେ ଡୋରି ବ।ନ୍ଧି ବ।ପ।ଙ୍କୁ ସ।ହ।ଯ୍ୟ କରିବ।ପ।ଇଁ ଅଣ୍ଟ। ଭିଡ଼ିଲେ ସେ । ତ।ଙ୍କର ଉତ୍ସର୍ଗୀକୃତ ମନୋଭାବ ପ।ଇଁ ଡ।କ ବିଭ।ଗର ସମସ୍ତ କର୍ମଚ।ରୀ ତ।ଙ୍କୁ ପ୍ରଶଂସା କରିବ। ସହିତ କାମରେ ସହଯୋଗ ମଧ୍ୟ କରନ୍ତି । ସତରେ ଏମିତି ପୁଅକୁ ଶ୍ରବଣ କୁମାର କହିବନି ତ ଆଉ କଣ କହିବ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)