/odishatv-khabar/media/post_attachments/uploadimage/library/16_9/16_9_0/s_1664012450.jpg)
Nimapada ZP death: Mystery rises over Dharmendra Sahoo
ଗୋଟିଏପଟେ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ସେ ନିଜ ରାଜନୈତିକ ଓ ପାରିବାରିକ କଥା କହୁଥିବା ଦେଖିବାକୁ ମିଳିଛି।
ରାଜନୀତି ପାଇଁ ତାଙ୍କ ପରିବାରରେ କଳହ ଦେଖା ଦେଇଛି। ଯାହା ଉଗ୍ର ରୂପ ନେଇଥିବା ଭାଇରାଲ୍ ଭିଡିଓରେ ଧର୍ମେନ୍ଦ୍ର କହୁଥିବା ନଜର ଆସିଛି। ତାଙ୍କ ନାଁରେ ମିଛ କଥା ସୋସିଆଲ୍ ମିଡିଆରେ ପ୍ରଚାର ହେଉଛି। ଏହାସହ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କଥା ମଧ୍ୟ ସେ ଭାଇରାଲ୍ ଭିଡିଓରେ କହିଛନ୍ତି।
ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍ବୁକ୍ ପେଜ୍ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ହେଲେ ଏବେ ଧର୍ମେନ୍ଦ୍ରଙ୍କ ଫୋନ୍ ମିଳୁନାହିଁ। ଏବେ ସେହି ଦୁଇଟି ମୋବାଇଲ୍ କେଉଁଠି ଅଛି ? ତାକୁ ନେଇ ପ୍ରଶ୍ନ ଉଠିଛି। ଧର୍ମେନ୍ଦ୍ରଙ୍କ ସେହି ଦୁଇଟି ମୋବାଇଲ୍ରେ ଥିବା ଭିଡିଓରେ ଲୁଚିଛି କି ଧର୍ମେନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ ? ସେହି ମୋବାଇଲ୍ ମିଳିଲେ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛର କାରଣ ଖୋଲିବ ବୋଲି ଜଣାପଡ଼ିଛି।
ସୂଚନାଥାଉ କି, ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆକୁଦ ଗାଁରେ। ତେବେ ସେ ଭୁବନେଶ୍ୱରରେ ବ୍ୟବସାୟ କରିବା ସହ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)