/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695185330.jpg)
Scrub Typhus Panic; Know why it happens, what are the symptoms
ପଶ୍ଚିମ ଓଡ଼ିଶାରେ ମାଡ଼ୁଛି ସ୍କ୍ରବ୍ ଟାଇଫସ୍। କେବଳ ସୁନ୍ଦରଗଡ଼ ଜିଲ୍ଲାରେ ୨ ଶହ ଛୁଇଁଲାଣି ପଜିଟିଭ ସଂଖ୍ୟା। ଜିଲ୍ଲାରେ ଆଉ ୭ ଜଣ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଏହି ସଂଖ୍ୟା ୨୦୦ରେ ପହଞ୍ଚିଛି।
ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ସ୍କ୍ରବ୍ ଟାଇଫସ୍ ନିୟନ୍ତ୍ରଣ ପାଇଁ ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ଟିମ୍ ପଠାଇଛି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ।
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ସ୍କ୍ରବ୍ ଟାଇଫସ୍କୁ ଓରିଏଣ୍ଟିଆ ସ୍ତୁସ୍ତୁଗାମୁସି ନାମକ ଜୀବାଣୁ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ବୋଲି କହିଛି। ଏହା ଏକ ରିକେଟ୍ସିଆଲ୍ ରୋଗ। ଯେତେବେଳେ ଜଣେ ବ୍ୟକ୍ତିକୁ 'ଚିଗର୍ସ' ନାମକ ସଂକ୍ରମିତ କୀଟର ଲାର୍ଭା ଦ୍ୱାରା କାମୁଡ଼େ ସେତେବେଳେ ଏହି ରୋଗ ହୋଇଥାଏ।
ଏହି କୀଟ ଗୁଡିକ ମୁଖ୍ୟତଃ ବୁଦାଳିଆ ଅଞ୍ଚଳରେ ବଢନ୍ତି। ଏନେଇ ଏହି ରୋଗକୁ ବୁଶ୍ ଟାଇଫସ୍ ମଧ୍ୟ କୁହାଯାଏ। ଯେ ଗତ କିଛି ମାସ ମଧ୍ୟରେ ଭାରତର କେତେକ ସ୍ଥାନରେ ପ୍ରବଳ ବର୍ଷା ହେତୁ ଚିଗର୍ ଦ୍ରୁତ ଗତିରେ ବ୍ୟାପିଛି। ଥରେ ସଂକ୍ରମିତ ହେଲେ, ଏହି ଜୀବାଣୁର ହାରାହାରି ଇନକ୍ୟୁବେସନ ଅବଧି ୧୦-୧୨ ଦିନ ରହିଥାଏ। ଏହା ପରେ ଜଣେ ଏହାର ଲକ୍ଷଣ ଅନୁଭବ କରିବା ଆରମ୍ଭ କରିପାରେ।
ରୋଗର ଲକ୍ଷଣ:
- ଜ୍ୱର
- ମୁଣ୍ଡବିନ୍ଧା
- ଥଣ୍ଡା ଲାଗିବା
- ଆଚରଣରେ ପରିବର୍ତ୍ତନ - ଗୁରୁତର କ୍ଷେତ୍ରରେ କୋମା ପର୍ଯ୍ୟନ୍ତ ଯାଇପାରେ
- ଲସିକା ଗ୍ରନ୍ଥିର ବୃଦ୍ଧି
- କୁଣ୍ଡେଇ ହେବା
- ଶରୀର ଯନ୍ତ୍ରଣା
- ଗଣ୍ଠି ଯନ୍ତ୍ରଣା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)