Advertisment

Ganesh Puja 2023: ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି; ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ତିଆରି

ଏଠି ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏକ ସ୍କୁଲରେ ଏହିସବୁ ଗଣେଶ ମୂର୍ତ୍ତି ପ୍ରଦର୍ଶନ ହୋଇଛି। ଏଗୁଡିକ ବିଭିନ୍ନ ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମାଣ ହୋଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Ganesh Puja 2023

30 thousand types of Ganesha idols Made of metal, grain, stone and waste

ହିନ୍ଦୁ ଧର୍ମରେ ପ୍ରଥମ ପୂଜ୍ୟ ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ଏବଂ ଜ୍ଞାନଦାତା ଭାବେ ପୂଜା କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳ ପକ୍ଷର ଚତୁର୍ଥୀରେ ଗଣେଶ ପୂଜା ହୋଇଥାଏ। ବିଶ୍ୱାସ କରାଯାଏ ଯେ ଭଗବାନ ଗଣେଶ ଏହିଦିନ ଜନ୍ମ ହୋଇଥିଲେ।

Advertisment

ଗଣେଶ ପୂଜାକୁ ସାରା ଦେଶରେ ଖୁବ ଉତ୍ସାହର ସହିତ ପାଳନ କରାଯାଏ। ବିଶେଷକରି ପିଲାମାନେ ଏହି ଦିନକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏଥି ସହିତ ମହିଳାମାନେ ନିଜ ଘରେ, ବ୍ୟବସାୟ ସ୍ଥାନ, ଶିକ୍ଷାନୁଷ୍ଠାନ ଏବଂ ସହରର ବିଭିନ୍ନ ଗଳି କନ୍ଦିରେ ଲୋକେ ଗଣେଶଙ୍କ ଶ୍ରୀବିଗ୍ର ସ୍ଥାପନ କରି ଧୂମଧାମରେ ପୂଜା କରିଥାନ୍ତି।

ଅଧିକ ପଢ଼ନ୍ତୁ: ସବୁ ଶୁଭ କାମରେ କାହିଁକି ସର୍ବପ୍ରଥମେ ପୂଜା ପାଆନ୍ତି ଭଗବାନ ଗଣେଶ

ଗଞ୍ଜାମର ଆସିକାର ଏକ ସ୍କୁଲ୍‌ରେ ୩୦ ହଜାର ପ୍ରକାର ଗଣେଶ ମୂର୍ତ୍ତି ପ୍ରଦର୍ଶନ ସହ ପୂଜାର୍ଚ୍ଚନା ଚାଲିଛି। କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ କେଉଁ ମୂର୍ତ୍ତି ଆଶିର୍ବାଦ ମୁଦ୍ରାରେ। ଏମିତି ଭଳିକି ଭଳି ଗଣେଶ ମୂର୍ତ୍ତି ଦେଖିବାକୁ ମିଳିଛି।

Advertisment

ଏହିସବୁ ଗଣେଶ ମୂର୍ତ୍ତିଗୁଡିକ ବିଭିନ୍ନ ପ୍ରକାରର ଧାତୁ, ଶସ୍ୟ, ପଥର, ବର୍ଜ୍ୟବସ୍ତୁରେ ନିର୍ମିତ ହୋଇଛି। ଗତକାଲି ବିଘ୍ନ ବିନାଶକଙ୍କ ପୂଜାରେ ଏହି ସ୍କୁଲ୍‌ର ଛାତ୍ରଛାତ୍ରୀ ଏଭଳି ଢଙ୍ଗରେ ଠାକୁରଙ୍କୁ ପୂଜିଥିଲେ। ତେବେ ଏହିସବୁ ଗଣେଶ ମୂର୍ତ୍ତି ସଂଗ୍ରହ କରି ଏକ ମନ୍ଦିରରେ ସ୍ଥାପନ ପାଇଁ ଚିନ୍ତା କରିଛନ୍ତି ସ୍କୁଲ ପ୍ରତିଷ୍ଠାତା।

Ganesh Puja Celebration Ganesh Puja
Advertisment
Advertisment