Advertisment

କାହା ପାଇଁ ଭାରତ-କାନାଡା କଳି, କିଏ ସେହି କୁଖ୍ୟାତ ଖଲିସ୍ଥାନୀ ଆତଙ୍କୀ ?

୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା।

author-image
Prangyan Parimita
ଅଦ୍ୟତନ ହୋଇଛି
Who is Hardeep Singh Nijjar

Hardeep Singh Nijjar

ଭାରତ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାରକୁ ଗତ ଜୁନ ୧୮ ତାରିଖରେ ହତ୍ୟା କରଥିଲେ ଦୁଇ ସନ୍ଦିଗ୍ଧ ବନ୍ଧୁକ ଧାରୀ। ତେବେ କେବଳ ନିଜ୍ଜାର ନୁହେଁ ଗତ କିଛି ମାସ ମଧ୍ୟରେ ୪ ପ୍ରମୁଖ ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ନିଜ୍ଜାର ବ୍ୟତୀତ ପରମଜିଂତ ସିଂହ ପଞ୍ଜୱାର, ଅବତାର ସିଂହ ଖାଣ୍ଡା ଏବଂ ହରମିତ ସିଂ ଅଜଣା ଆତତାୟୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଏମାନଙ୍କ ହତ୍ୟା ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥା RAWର ହାତ ଥିବା କୁହାଯାଉଛି। ତେବେ କେନ୍ଦ୍ର ସରକାର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

୧୮ ଜୁନ୍ ୨୦୨୩

ବ୍ରିଟିଶ କଲମ୍ବିଆ ଅନ୍ତର୍ଗତ ସରେ ସ୍ଥିତ ଶିଖ କଲଚରାଲ କେନ୍ଦ୍ରରେ କାର୍ଯ୍ୟକ୍ରମ ସାରି ଘରକୁ ଫେରିବାକୁ କାର ପାର୍କିଂରେ ପହଞ୍ଚିଥିଲା ନିଜ୍ଜର। ହଠାତ୍ ଫୁଟିଲା ଗୁଳି, ଘଟଣାସ୍ଥଳରେ ସଫା।...

୬ ମେ ୨୦୨୩

ଲାହୋପ ସନଫ୍ଲାୱାର ସୋସାଇଟିରେ ପ୍ରତିଦିନ ଭଳି ମର୍ଣ୍ଣିଂ ୱାକ୍ କରୁଥିଲା ଖଲିସ୍ଥାନୀ ଆତଙ୍କୀ ପରମଜିତ ସିଂ ପଞ୍ଜୱାର। ବାଇକରେ ଆସିଲେ ଦୁଇ ଦୁବୃର୍ତ୍ତ, ଚଳାଇଲେ ଅନ୍ଧାଧୂନ ଗୁଳି। ଘଟଣାସ୍ଥଳରେ ଟଳି ପଡିଲା ଖଲିସ୍ଥାନ କମାଣ୍ଡୋ ଫୋର୍ସର ମୁଖ୍ୟ ତଥା ଭାରତର ପରମ ଶତ୍ରୁ ପଞ୍ଜୱାର।...

Advertisment

ଅଧିକ ପଢ଼ନ୍ତୁ: ଭାରତକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଟ୍ରାଭେଲ ଆଡଭାଇଜରି ଜାରି କଲା କାନାଡା

୧୫ ଜୁନ ୨୦୨୩

ବ୍ରିଟେନର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ଅନ୍ୟତମ ଖଲିସ୍ଥାନୀ ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହର ସୁରକ୍ଷାଦାତା ଅବତାର ସିଂହ ଖାଣ୍ଡା। ଖାଣ୍ଡା କ୍ୟାନସରରେ ପୀଡିତ ଥିଲେ ମଧ୍ୟ ଅପ୍ରତ୍ୟାଶିତ ଭାବେ ତାର ମୃତ୍ୟୁ ହୋଇଥିଲା। କୁହାଯାଉଛି ତା ମୃତ୍ୟୁ ପଛର କାରଣ ଥିଲା ବିଷକ୍ରିୟା।

୨୮ ଜାନୁଆରୀ ୨୦୨୩

ଲାହୋରର ଏକ ଗୁରୁଦ୍ୱାର ପରିସରରେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ପ୍ରାଣ ହରାଇଥିଲା ଖଲିସ୍ଥାନ କମାଣ୍ଡୋ ଫୋର୍ସର ମୁଖ୍ୟ ହରମିତ୍ ସିଂହ ଓରଫ୍ ହାପି ପିଏଚଡି। ୨୦୧୬ରେ ପଞ୍ଜାବରେ ଆରଏସଏସ ନେତାଙ୍କୁ ହତ୍ୟା, ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣ ଭଳି ବିଭିନ୍ନ ମାମଲାରେ ସେ ସଂପୃକ୍ତ ଥିଲା ହରମିତ୍ ସିଂହ। ଦୁଇ ଦଶନ୍ଧି ଧରି ସେ ପାକିସ୍ତାନରେ ରହୁଥିଲା।

୨୦୨୦ରେ ନିଜ୍ଜାରକୁ ଆତଙ୍କବାଦୀ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଖଲିସ୍ଥାନ ଟାଇଗର ଫୋର୍ସ, ଯାହାକି ଶିଖ୍ସ ଫର ଜଷ୍ଟିସର SFJ ର ଏକ ଅଂଶ ନିଜ୍ଜାର ସଂଗଠନରେ ନିଯୁକ୍ତି ଓ ପ୍ରଶିକ୍ଷଣ ବ୍ୟବସ୍ଥାର ତଦାରଖ କରୁଥିଲା। ଗତ ୧୦ ତାରିଖରେ SFJ ପକ୍ଷରୁ ଖଲିସ୍ଥାନ ରେଫରେଣ୍ଡମ ଆୟୋଜନ କରାଯାଇଥିଲା। ଆତଙ୍କବାଦୀ କାର୍ଯ୍ୟକଳାପରେ ନିଜ୍ଜାରଭୂମିକା ନେଇ ଭାରତ ବାରମ୍ବାର କାନାଡାକୁ ଅବଗତ କରାଇଥିଲା। ୨୦୧୮ରେ ପଞ୍ଜାବମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କୁ ନିଜ୍ଜାର ଓ ଅନ୍ୟ ଖଲିସ୍ଥାନୀ ଆତଙ୍କୀଙ୍କ ତାଲିକା ପ୍ରଦାନ କରିଥିଲେ।ତାକୁ ଭାରତ ପ୍ରତ୍ୟର୍ପଣ ଲାଗି ୨୦୨୨ରେ ପଞ୍ଜାବ ପୋଲିସ କାନାଡା ସରକାରଙ୍କୁ ଅନୁରୋଧକରିଥିଲା।

ବହୁ ହିଂସାକାଣ୍ଡ ମାମଲାରେ ନିଜ୍ଜାରର ସଂପୃକ୍ତି ରହିଛି। ୨୦୦୭ରେ ଲୁଧିଆନା ବୋମାବିସ୍ଫୋରଣ ଘଟଣାରେ ନିଜ୍ଜାର ମୁଖ୍ୟ ଅଭିଯୁକ୍ତ। ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୪୨ ଜଣ ଆହତ ହୋଇଥିଲେ।

ସେହିପରି ୨୦୧୦ରେ ପାଟିଆଲାରେ ହୋଇଥିବା ବିସ୍ଫୋରଣରେ ବି ତାର ସଂପୃକ୍ତି ଥିଲା। ପୋଲିସ ନିଜ୍ଜର ଓ ପରମଜିତ ସିଂହ ପାର୍ମା ନାଁରେ ମାମଲା ରୁଜୁ କରିଥିଲା। ୨୦୧୫ରେ ହିନ୍ଦୁନେତାଙ୍କ ଉପରେ ଆକ୍ରମଣ ମାମଲା ଏବଂ ଆତଙ୍କବାଦୀ ମନନ୍ଦୀପ ଧଲିୱାଲଙ୍କୁ ଆର୍ଥିକ ସହଯୋଗ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ହିନ୍ଦୁ ନେତାଙ୍କ ହତ୍ୟା ଷଡ଼ଯନ୍ତ୍ର ପାଇଁତା ନାଁରେ ୨୦୧୬ରେ ମାମଲା ରୁଜୁ କରାଯାଇଥିଲା।

ଏହାକୁ ନେଇ ତା ବିରୋଧରେ ଲୁକ ଆଉଟ ସର୍କୁଲାର ଓ ରେଡ କର୍ଣ୍ଣର ନୋଟିସ ବି ଜାରି ହୋଇଥିଲା। ଆରଏସଏସ ନେତାଙ୍କ ହତ୍ୟା ମାମଲାରେ ୨୦୧୮ରେ NIA ନିଜ୍ଜାରକୁ ତଦନ୍ତଭୁକ୍ତ କରିଥିଲା। ପଞ୍ଜାବ ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ହତ୍ୟା ମାମଲାରେ ତାକୁ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ଏନଆଇଏ।...

Canada
Advertisment
Advertisment