• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଳାପୁଳା ଲାଲ ପିମ୍ପୁଡ଼ିଙ୍କ ଆତଙ୍କ । ଚାରିଆଡ଼ ଖାଲି ପିମ୍ପୁଡ଼ି ସାଲୁବାଲୁ । ଘର ଦ୍ୱାର, ବାଡି ବଗିଚା ଯୁଆଡେ ଗଲେ ଖାଲି ପିମ୍ପୁଡ଼ି ହିଁ ପିମ୍ପୁଡ଼ି । ପିଲିଲି ବ୍ଳକ ଚନ୍ଦ୍ରାଦେଇ ପୁର ୧୧ ନମ୍ବର ୱାର୍ଡର ବ୍ରାହ୍ମଣ ସାହିରେ ଏପରି ଦେଖିବା ପାଇଁ ମିଳିଛି l ବ୍ରାହ୍ମଣ ସାହିର ପାଖାପାଖି ୫ ଗୋଟି ପରିବାର ଏହି ପିମ୍ପୁଡ଼ି ଉପଦ୍ରବରେ ଏବେ ଅତିଷ୍ଠ ହୋଇ ପଡିଲେଣି l

ପ୍ରାୟ ୭/୮ ମାସ ତଳୁ ଆରମ୍ଭ ହୋଇଛି ପିମ୍ପୁଡ଼ିଙ୍କ ଉପଦ୍ରବ । କିନ୍ତୁ ଚଳିତ ବର୍ଷ ବନ୍ୟା ପରେ ଏମାନଙ୍କ ସଂଖ୍ୟା ବହୁତ୍ ବଢ଼ି ଯାଇଛି l ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ଟିକିଏ ବି ଶାନ୍ତି ମିଳୁନି l ସବୁବେଳେ ଲୋକଙ୍କୁ କାଲୁବାଲୁ କରି କାମୁଡ଼ି ପକାଉଛନ୍ତି । ଫଳରେ କାମୁଡିବା ଯାଗାଟି ଲାଲ ପଡ଼ିବା ସହିତ କୁଣ୍ଡେଇ ହୋଇ ଘା ହେଇଯାଉଛି ବୋଲି ଲୋକ ମାନେ ଅଭିଯୋଗ କରୁଛନ୍ତି l

ପିମ୍ପୁଡ଼ିଙ୍କ ଦାଉରୁ ରକ୍ଷା ପାଇବା ପାଇଁ କିଛି ଲୋକ ନିଜ ନିଜ ଘରକୁ ଫିନାଇଲ ବ୍ଲିଚିଂରେ ଧୋଇବା ସହିତ ଘର ବାହାରି ଔଷଧ ଛିଞ୍ଚନ କରୁଛନ୍ତି l କିନ୍ତୁ ପିମ୍ପୁଡିଙ୍କ ଦାଉରୁ ରକ୍ଷା ପାଇ ପାରୁନାହାନ୍ତି l ସେଥିପାଇଁ କିଛି ଲୋକ ବାଧ୍ୟ ହୋଇ ବନ୍ଧୁ ଘରକୁ କିଛି ଦିନ ବୁଲିବାକୁ ଚାଲି ଯାଉଛନ୍ତି l ଏ ବିଷୟରେ ଚନ୍ଦ୍ରାଦେଇ ପୁର ସରପଞ୍ଚ ବିଡିଓଙ୍କୁ ଅବଗତ କରାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଡିଓ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି l

ଦ୍ଵିତିକୃଷ୍ଣ ପଟ୍ଟନାୟକ , ପିପିଲି