Advertisment

ଖୁସିବାସିଆ ମଣିଷ ଥିଲେ ସାଇରସ୍ ମିସ୍ତ୍ରୀ

ସଡକ ଦୁର୍ଘଟଣାରେ ଜୀବନ ହାରିଛନ୍ତି ବିଶିଷ୍ଟ ଶିଳ୍ପପତି ସାଇରସ୍‌ ମିସ୍ତ୍ରୀ। ଟାଟା ସନ୍ସ ସହିତ ଜଡିତ ଥାଇ ଅନେକ ଜନସେବା କରିଥିଲେ। ଆସନ୍ତୁ ଜାଣିବା ସାଇରସ୍‌ଙ୍କ ସହ ଜଡିତ ଅନ୍ୟାନ୍ୟ ତଥ୍ୟ।

author-image
Pramod Behera
Personality and profile of Cyrus Mistry

Personality and profile of Cyrus Mistry

ସଡକ ଦୁର୍ଘଟଣାରେ ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୁମ୍ବାଇ ନିକଟସ୍ଥ ପାଲଘର କାସା ନିକଟ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ମିସ୍ତ୍ରୀଙ୍କ ମର୍ସିଡିଜ୍ କାର୍‌ ଏକ ରୋଡ୍ ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କାର୍‌ରେ ସମୁଦାୟ ଚାରି ଜଣ ଥିଲେ। ଏହି ଦୁର୍ଘଟଣାରେ ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ମିସ୍ତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ଦେଶର ବଡ ଶିଳ୍ପପତିମାନଙ୍କ ମଧ୍ୟରେ ସାଇରସ୍‌ଙ୍କୁ ଗଣା ଯାଉଥିଲା। ସାଇରସ୍ ମିସ୍ତ୍ରୀଙ୍କ ବାପା ପାଲୋନଜୀ ମିସ୍ତ୍ରୀ ମଧ୍ୟ ଦେଶର ଜଣେ କୋଟିପତି ଥିଲେ। ସେ କେବେବି ଗଣମାଧ୍ୟମରେ ଖ୍ୟାତି ଅର୍ଜନ କରିବାକୁ ଚେଷ୍ଟା କରି ନଥିଲେ। ଏହି କାରଣରୁ ସେ ସବୁବେଳ ପାଇଁ ଜଣେ ଅଜଣା କୋଟିପତି ହୋଇ ରହିଗଲେ। ତେବେ ଆସନ୍ତୁ ଏହି କୋଟିପତି ବାପାଙ୍କ କୋଟିପତି ପୁଅ ବିଷୟରେ ଜାଣିନେବା।

Car accident of Cyrus Mistryସାଇରସ୍ ମିସ୍ତ୍ରୀଙ୍କ ସଡକ ଦୁର୍ଘଟଣା
ପାଠପଢା:

ସାଇରସ୍‌ ମିସ୍ତ୍ରୀଙ୍କ ଜନ୍ମ ଜୁଲାଇ ୧୯୬୮ରେ ହୋଇଥିଲା। ସେ ମୁମ୍ବାଇର କ୍ୟାଥେଡ୍ରାଲ୍‌ ଏବଂ ଜନ୍ କାନନ୍ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ। ସେ ସିଭିଲ୍ ଇଞ୍ଜିନିୟରିଂରେ ବିଏସ୍ ସହିତ ଲଣ୍ଡନର ଇମ୍ପେରିଆଲ୍ କଲେଜ୍‌ରୁ ସ୍ନାତକ ଏବଂ ଲଣ୍ଡନ ବିଜ୍‌ନେସ୍ ସ୍କୁଲ୍‌ରୁ ମ୍ୟାନେଜ୍‌ମେଣ୍ଟ୍‌ ଅଫ୍ ସାଇନ୍ସରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ସଦସ୍ୟ ଥିଲେ।

Advertisment

ବ୍ୟକ୍ତିଗତ ଜୀବନ:

ଓକିଲ ଇକ୍‌ବାଲ୍ ଛାଗଲାଙ୍କ ଝିଅ ରୋହିକା ଛାଗଲାଙ୍କୁ ସାଇରସ୍ ବିବାହ କରିଥିଲେ। ତାଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି। ମିସ୍ତ୍ରୀ ଜଣେ ଆୟରିଶ ନାଗରିକ ହେବା ସହ ଭାରତର ଜଣେ ସ୍ଥାୟୀ ବାସିନ୍ଦା ମଧ୍ୟ।

ଖୁସିରେ ଜୀଉଁଥିଲେ ଜୀବନ:

ସାଇରସ୍ କାର୍‌ ପ୍ରିୟ ଥିଲେ। ସେ SUV କୁ ବହୁତ ପସନ୍ଦ କରୁଥିଲେ। ସେ ମଧ୍ୟ ଜଣେ ଖାଦ୍ୟ ପ୍ରିୟ ଥିଲେ ଆଉ ସମୟ ମିଳିବା ମାତ୍ରେ ସେ ଛୁଟି କାଟିବା ନେଇ ୟୁରୋପ ଚାଲିଯାଉଥିଲେ। ମୁମ୍ବାଇ ବ୍ୟତୀତ ପୁଣେ ଏବଂ ଲଣ୍ଡନରେ ତାଙ୍କର ନିଜର ଘର ମଧ୍ୟ ଅଛି। ସେ ଜଣେ ଖୁସିବାସିଆ ମଣିଷ ମଧ୍ୟ ଥିଲେ। ସବୁବେଳେ ହସମଜା ଜୀବନକୁ ସେ ପସନ୍ଦ କରୁଥିଲେ। ଟାଟା ସାଇରସ୍‌ଙ୍କ ହାସ୍ୟରସକୁ ଖୁବ ଭଲ ପାଉଥିଲେ।

ପରୋପକାରୀ ସାଇରସ୍:

ଏହା ମଧ୍ୟ କୁହାଯାଏ ଯେ ୨୬/୧୧ ଆକ୍ରମଣରେ ପ୍ରାଣ ହରାଇଥିବା ଏବଂ ହୋଟେଲ୍‌ ତାଜ୍‌ରେ ଆହତଙ୍କ ପରିବାର ପାଇଁ ରତନ ଟାଟାଙ୍କ ଉଦ୍ୟମ ପଛରେ ସାଇରସ୍ ପରାମର୍ଶ ଦେଇଥିଲେ ଏବଂ ଟାଟା ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ସାଇରସ୍ ରତନ ଟାଟାଙ୍କ ଧରମ ଭାଇ ନୋଏଲ ପତ୍ନୀଙ୍କ ଭାଇ ଥିଲେ।

Cyrus Mistry car accidentସାଇରସ୍ ମିସ୍ତ୍ରୀଙ୍କ କାର୍ ଦୁର୍ଘଟଣା ପରେ ଚାଲିଛି ଉଦ୍ଧାର କାର୍ଯ୍ୟ

ସାଇରସ୍ ଟାଟା ଗ୍ରୁପ୍‌ର ଷଷ୍ଠ ଚେୟାରମ୍ୟାନ୍ ଥିଲେ:

ରତନ ଟାଟା ଡିସେମ୍ବର ୨୦୧୨ରେ ଟାଟା ସନ୍ସର ଚେୟାରମ୍ୟାନ୍ ଭାବରେ ଅବସର ନେଇଥିଲେ। ଏହା ପରେ ସାଇରସ୍ ମିସ୍ତ୍ରୀ ଟାଟା ସନ୍ସର ଚେୟାରମ୍ୟାନ୍ ହୋଇଥିଲେ। ମିସ୍ତ୍ରୀ ଟାଟା ସନ୍ସର ସର୍ବ କନିଷ୍ଠ ଚେୟାରମ୍ୟାନ୍ ଥିଲେ। ମିସ୍ତ୍ରୀ ପରିବାର ଟାଟା ସନ୍ସରେ ୧୮.୪% ଶେୟାର ହୋଲ୍ଡର। ସେ ଟାଟା ଟ୍ରଷ୍ଟ୍‌ ପରେ ଟାଟା ସନ୍ସରେ ଦ୍ୱିତୀୟ ବଡ ସେୟାର ହୋଲ୍ଡର ଥିଲେ।

୨୦୧୬ରେ ପଦରୁ ହଟାଗଲା:

ଚାରି ବର୍ଷ ମଧ୍ୟରେ, ୨୪ ଅକ୍ଟୋବର ୨୦୧୬ରେ ଟାଟା ସନ୍ସ ତାଙ୍କୁ ଚେୟାରମ୍ୟାନ୍ ପଦରୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ରତନ ଟାଟାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯାଇଥିଲା। ଏହା ପରେ ୧୨ ଜାନୁଆରୀ ୨୦୧୭ରେ ଏନ୍‌. ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସର ଚେୟାରମ୍ୟାନ୍ କରାଯାଇଥିଲା।

ଏହି ବିବାଦ ସମ୍ପର୍କରେ ଟାଟା ସନ୍ସ କହିଥିଲା ଯେ ମିସ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଟାଟା ସନ୍ସଙ୍କ କାମ ସହିତ ମେଳ ଖାଉ ନାହିଁ। ଏହି କାରଣରୁ ବୋର୍ଡ ସଦସ୍ୟମାନେ ମିସ୍ତ୍ରୀଙ୍କ ଉପରେ ବିଶ୍ୱାସ ହରାଇଥିଲେ।

Cyrus Mistry Famous Personalities
Advertisment
Advertisment