• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଦୁଲଦୁଲି ବାଜାରେ କମ୍ପୁଥିଲା ପରିବେଶ । ଆଉ ମଞ୍ଚରେ ସମ୍ବଲପୁରୀ ଗୀତର ତାଳେତାଳେ ନାଚୁଛନ୍ତି କିଛି ଲୋକ । ବୟସ୍କ ମହିଳା ଓ ପୁରୁଷଙ୍କ ସହ ସବୁ ବର୍ଗର ଲୋକ ନାଚରେ ସାମିଲ ହୋଇଛନ୍ତି । କାରଣ ସମ୍ବଲପୁରୀ ଗୀତ ବାଜିଲେ କିଏ ବା ଥୟ ହୋଇ ରହିବ ? ନାଚ ଦେଖିଲେ ମନେହେବ ଯେମିତି ଦୁନିଆର ସବୁ ଖୁସି ସେମାନଙ୍କ ପାଖରେ । ହେଲେ ଦର୍ଶକବନ୍ଧୁ ଖୁସିରେ ନାଚୁଥିବା ସେହି ମଣିଷଙ୍କ ମଧ୍ୟରୁ ଅଧିକାଂଶ କ୍ୟାନସରରେ ପୀଡିତ ହୋଇଛନ୍ତି । ଆଉ ସେମାନଙ୍କ ସହ ମିଶି ନାଚୁଛନ୍ତି ଡାକ୍ତର, ଜନପ୍ରତିନିଧି ଓ ସମାଜସେବୀ ।

ରୋଗ ଅଛି ଆଉ ଏହାର ନିରାକରଣ ବି ଅଛି । ଖାଲି ଦରକାର ଆତ୍ମବିଶ୍ୱାସ ଓ ଦୃଢ଼ ମନୋବଳ । କ୍ୟାନସର ଚିକିତ୍ସା ସହଜ ନୁହେଁ, ହୋଇପାରେ ବ୍ୟୟ ବହୁଳ । ହେଲେ ନିରାକରଣ ଅସମ୍ଭବ ନୁହେଁ ଏପରି ଏକ ବାର୍ତ୍ତା ନେଇ ବରଗଡ଼ ଟାଉନ ହଲରେ ପାଳନ କରାଯାଇଛି କ୍ୟାନସର ସର୍ଭାଇଭର ଡେ । ଜୀବନକୁ ହସି ହସି ଜିଇଁବା ଶିଖାଯାଉଛି ସେମାନଙ୍କୁ । କ୍ୟାନସର ପୀଡିତଙ୍କ ପାଇଁ ଏପରି ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛି ଫାଇଟର୍ସ ଗ୍ରୁପ୍ ।

ପଞ୍ଜାବର ଭାଟିଣ୍ଡା ପରେ ଓଡିଶାର ବରଗଡ଼ ଜିଲ୍ଲା ଏବେ ସାରା ଦେଶରେ କ୍ୟାନସର ପ୍ରବଣ ଅଞ୍ଚଳ । ଯାହାକି ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ କେବଳ ତମାଖୁ ସେବନ ନୁହେଁ ଅତ୍ୟଧିକ କୀଟନାଶକ ଓ ରାସାୟନିକ ସାରର ବ୍ୟବହାର ମଧ୍ୟ କ୍ୟାନସରର ଅନେକ କାରଣ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ତେବେ ସଠିକ୍ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା କରାଗଲେ ଏଥିରୁ ଆରୋଗ୍ୟ ମଧ୍ୟ ସମ୍ଭବ ।

 

  • Reported by:
  • Deepak Sharma