Advertisment

ଡ୍ରାଇଭରଙ୍କ ପାଇଁ ବଡ଼ ଘୋଷଣା, ଡ୍ୟୁଟି ବେଳେ ପ୍ରାଣ ହରାଇଲେ ମିଳିବ ୪ ଲକ୍ଷ

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା।

author-image
Chandan Shishu
ଅଦ୍ୟତନ ହୋଇଛି
Odisha launches welfare scheme for motor vehicle drivers, workers

Odisha launches welfare scheme for motor vehicle drivers, workers

ଗଠନ ହେବ ଓଡିଶା ମୋଟର ଯାନ ଡ୍ରାଇଭର ଏବଂ କର୍ମଚାରୀ କଲ୍ୟାଣ ବୋର୍ଡ। ଆଜି ଏହି କଲ୍ୟାଣ ବୋର୍ଡକୁ ସ୍ୱୀକୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ରାଜ୍ୟ ପରିବହନ ବିଭାଗ।

Advertisment

ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇ କହିଛନ୍ତି ଯେ, ଏହି ବୋର୍ଡ ଦ୍ୱାରା ପରିବହନ ସହ ସମ୍ପୂକ୍ତ ଥିବା ଡ୍ରାଇଭର, ହେଲପର, କ୍ଲିନର, କଣ୍ଡକଟରଙ୍କୁ ପ୍ରଥମେ ପଞ୍ଜିକୃତ କରାଯିବ।

ଦୁର୍ଘଟଣା ଜନିତ ମୃତ୍ୟୁକ୍ଷେତ୍ରରେ ମୋଟର ଯାନ ଡ୍ରାଇଭର କର୍ମଚାରୀଙ୍କ ନିକଟତମ ଆତ୍ମୀୟଙ୍କୁ ଦିଆଯିବ ୪ଲକ୍ଷ ଟଙ୍କା। ଏହାବ୍ୟତୀତ ଅତି ଗଭୀର ଆଘାତ ଲାଗି ଗୁରୁତର ହେଲେ ୮୦ ହଜାର ଟଙ୍କା, ସ୍ଥାୟୀ ଅକ୍ଷମତା ହେଲେ ଦେଢ଼ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଉ ସ୍ୱାଭାବିକ ମୃତ୍ୟୁ ହେଲେ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା।

Advertisment

ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁ ବାବୁ ପେନସନ ଆଦି ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ ବୋଲି କହିଛି ପରିବହନ ବିଭାଗ। ଅତିଶୀଘ୍ର ବୋର୍ଡ ଗଠନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ପରିବହନ ବିଭାଗର ୱେବ ସାଇଟରେ ସମସ୍ତ ତଥ୍ୟ ଦିଆଯିବ।

Odisha Drivers' Association Demand
Advertisment
Advertisment