• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଏକ୍ସ ଗର୍ଲଫ୍ରେଣ୍ଡ ହାତ ଟାଣିବାରୁ ଯୁବକଙ୍କୁ ମିଳିଲା ଜେଲ୍‌ ଦଣ୍ଡାଦେଶ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡର ହାତ ଟାଣିବା ଅଭିଯୋଗରେ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡାଦେଶ ଦିଆଯାଇଛି । ଗତ ୨୦୧୪ ମସିହାରେ ଜଣେ ବୟେଫ୍ରେଣ୍ଡ ନିଜ ଗର୍ଲଫ୍ରେଣ୍ଡର ହାତ ଟାଣିବା ଅଭିଯୋଗରେ ନିଜ ପୂର୍ବତନ ଗର୍ଲଫ୍ରେଣ୍ଡ ଉପରେ ଆକ୍ରମଣ କରିବା କାରଣରୁ ଦଣ୍ଡିତ ହୋଇଥିଲେ । ଏହାସହ ଯୁବକଙ୍କୁ ୫୦୦୦ ଟଙ୍କା ଜରିମାନ ମଧ୍ୟ ଦେବାକୁ ପଡିଥିଲା ।

ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଯୁବକଙ୍କୁ ତାଙ୍କ ପୂର୍ବତନ ପ୍ରେମିକା ସହ ଏପରି ଆଚରଣ କରିବାର କୌଣସି ଅଧିକାର ନାହିଁ ବୋଲି କୋର୍ଟ ଦର୍ଶାଇଛନ୍ତି । ହାଇକୋର୍ଟର ଏକ ରାୟକୁ ଦର୍ଶାଇ ମାଜିଷ୍ଟ୍ରେଟ କହିଛନ୍ତି ଯେ,ଏପରି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ପ୍ରୋବେସନରେ ମୁକ୍ତ କରାଯିବ । କାରଣ ଏହି ମାମଲାରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ତେଣୁ ଗୁରୁତର ଅପରାଧକୁ ଦୃଷ୍ଟିରେ ରଖି ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇପାରିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା କେବଳ ଅପରାଧର ବୃଦ୍ଧି ପାଇଁ ଉତ୍ସାହିତ କରିବ ତାହା ନୁହେଁ ବରଂ ଅପରାଧର ତେର ଲମ୍ୱିବା ସହ ଅନେକ ନିରୀହ ମହିଳାଙ୍କୁ ବିପଦରେ ପକାଇପାରେ । ଏହି ପରିସ୍ଥିତିରେ ମହିଳାମାନଙ୍କ ପ୍ରତି କରାଯାଇଥିବା ଅପରାଧ ପାଇଁ ସଠିକ୍ ବ୍ୟବସ୍ଥା କରିବାରେ କୋର୍ଟ ସମର୍ଥନ କରିବା ଆବଶ୍ୟକ ।

OTV is now on Whatsapp

Join and get latest news update delivered to you via whatsapp

Join Now