• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖୁବଶୀଘ୍ର ଦେଶରେ ବିମାନ ସେବା ଯୋଗାଇବ ଆଉ ଏକ ଘରୋଇ କଂପାନୀ । ଆକାଶ ଏୟାର ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏଥିପାଇଁ ବୋଇଂ କଂପାନୀ ଠାରୁ ଅତ୍ୟାଧୁନିକ 737 ମାକ୍ସ ଏୟାରକ୍ରାଫ୍ଟ କିଣିଛି ଆକାଶ ଏୟାର । ଆସନ୍ତା ସପ୍ତାହରେ ଏହା ଭାରତରେ ପହଞ୍ଚିବ । ଏହାପରେ ଜୁଲାଇ ପ୍ରଥମ ସପ୍ତାହରୁ ବୁକିଂ ପାଇଁ ଟାର୍ଗେଟ ରଖିଛି ଆକାଶ ଏୟାର ।

ଆକାଶ ଏୟାର୍ ଯାତ୍ରାରେ ଏକ ପ୍ରତୀକାତ୍ମକ ମାଇଲଖୁଣ୍ଡ ବୋଲି ବିମାନ ସେବା ପ୍ରଦାନକାରୀ କଂପାନୀ ପକ୍ଷରୁ କୁହାଯାଇଛି । ଏହାସହ ଯାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଅତ୍ୟାଧୁନିକ ବିମାନ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସିଇଓ ତଥା ମ୍ୟାନେଜିଂ ଡିରେର ବିନୟ ଦୁବେ କହିଛନ୍ତି । ଡିଜିସିଏ ପକ୍ଷରୁ ଆକାଶ ଏୟାରକୁ ମାକ୍ସ ବିମାନ ଚଳାଚଳ ପାଇଁ ସବୁଜ ସଙ୍କେତ ଦିଆଯିବା ପରେ, କଂପାନୀ ପକ୍ଷରୁ ୭୨ଟି ବିମାନ କିଣିବା ପାଇଁ ବୋଇଂ ସହ ଚୁକ୍ତି କରାଯାଇଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ୧୮ଟି ମାକ୍ସ ଏୟାରକ୍ରାଫ୍ଟ ଯୋଗାଇଦେବ ବୋଇଂ କମ୍ପାନୀ । ଏହାପରେ ଆଗାମୀ ୪ବର୍ଷ ମଧ୍ୟରେ ୫୪ଟି ଏୟାରକ୍ରାଫ୍ଟ ଆସିବ । ପ୍ରାଥମିକ ପର୍ଯ୍ୟାୟରେ ମେଟ୍ରୋ ସହରରର ଘରୋଇ ଯାତ୍ରୀମାନଙ୍କୁ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଥିବା ଆକାଶ ଏୟାର, ଜୁଲାଇ ପ୍ରଥମ ସପ୍ତାହରୁ ବୁକିଂ ପାଇଁ ଟାର୍ଗେଟ ରଖିଛି ।

କୋଭିଡ୍ ପରେ ବିମାନ ସେବାରେ ଧୀରେ ଧୀରେ ସୁଧାର ଆସୁଥିବା ବେଳେ ବିଶିଷ୍ଟ ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ସମର୍ଥିତ ଆକାଶ ଏୟାର ଏକ ନୂଆ ଘରୋଇ କଂପାନୀ ଭାବେ ଭାରତରେ ସେବା ଯୋଗାଇଦେବାକୁ ଆଗେଇ ଆସିଛି । ଏଥିପାଇଁ କିନ୍ତୁ ପୂର୍ବରୁ ଥିବା ଘରୋଇ କଂପାନୀ ମାନଙ୍କ ସହ ଅକାଶ ଏୟାର କଡ଼ା ଟକ୍କର ହେବ । ୩ ବର୍ଷର ବିରତି ପରେ ଜେଟ୍ ଏୟାରୱେଜ ପୁଣିଥରେ ବିମାନ ସେବା ଯୋଗାଇବ । ଆସନ୍ତା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଯାତ୍ରୀମାନଙ୍କୁ ବିମାନ ସେବା ପାଇଁ ଲକ୍ଷ୍ୟ ରଖିଛି ଜେଟ୍ ଏୟାରୱେଜ । ସେପଟେ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ୍ କିଣିବା ପର ଠାରୁ ଯାତ୍ରୀମାନଙ୍କୁ ଯେପରି ସର୍ବୋତ୍ତମ ସେବା ଯୋଗାଇ ଦିଆଯାଇପାରିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।