Advertisment

ପୁରୀ ଗୋପରେ ବଢୁଛି ଖଣିଜ ତୈଳ ଉତ୍ତୋଳନ ଉତ୍କଣ୍ଠା

ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା।

author-image
Chandan Shishu
ଅଦ୍ୟତନ ହୋଇଛି
Mining Operations Begin In Odisha’s Gop

Mining operations begin in Odisha’s Gop

ଖାଲି ଖଣି ନୁହେଁ ତୈଳ ଗର୍ଭା ବି ଓଡ଼ିଶା, ଯାହା ଧିରେ ଧିରେ ସ୍ପଷ୍ଟ ହେବାକୁ ଯାଉଛି। ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ମାଟି ତଳେ ଭୂତଳ ଇନ୍ଧନର ସନ୍ଧାନ ପରେ ଏବେ ସେଠି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ଖନନ ପ୍ରସ୍ତୁତି। ଏଥିପାଇଁ ପହଞ୍ଚି ସାରିଛି ରିଗ୍ ମେସିନ୍, ଡ୍ରିଲ୍ ମେସିନ ସହ ଅଧିକାଂଶ ଆନୁସଙ୍ଗିକ ଯନ୍ତ୍ରପାତି ତିନିଟି କ୍ରେନ୍ । ୧୦୦ରୁ ଅଧିକ ଟ୍ରଲର ସାହାଯ୍ୟରେ ଏସବୁ ଜିନିଷ ଆଣିଛି ମୁମ୍ବାଇର ଏକ ଘରୋଇ କଂପାନୀ।

Advertisment

ଚାରିଆଡ଼େ ସିଲ୍, ଲୋକଙ୍କ ଆତଯାତ ବାରଣ। ଆସନ୍ତା ସପ୍ତାହର ଶେଷ କିମ୍ବା ତାପର ସପ୍ତାହରେ ଜୋରଦାର ଢଙ୍ଗରେ କାମ ଆରମ୍ଭ ହୋଇଯିବ। ଦେଢ଼ରୁ ୨ ମାସ ଭିତରେ ରିଗ୍ କାମ ସରିବ ଓ ଅଶୋଧିତ ତୈଳ ପାଖେ ପହଞ୍ଚିବାକୁ ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୨ଶହ ମିଟର ପର୍ଯ୍ୟନ୍ତ ଖନନ କରିବାକୁ ପଡ଼ିବ ବୋଲି କହିଛନ୍ତି ଦାୟିତ୍ବରେ ଥିବା କର୍ମଚାରୀ।

ଅଧିକ ପଢ଼ନ୍ତୁ: ଖଣିଜ ସମ୍ପଦରେ ଭରପୁର, ହେଲେ ଦାରିଦ୍ର୍ୟ ତାଲିକାରେ ଆମ ରାଜ୍ୟ ! କାହିଁକି..?

Advertisment

ଗତବର୍ଷ ଜିଓ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଂସ୍ଥା ପକ୍ଷରୁ ଭୂତଳ ଇନ୍ଧନ ସନ୍ଧାନ ପରେ ଗୋପ କୁସୁପୁର ମୌଜାର କୁଶଭଦ୍ରା ନଦୀକୂଳ ବଣିଆ ସାହିରେ ଖନନ ପାଇଁ ଅଏଲ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ଅଞ୍ଚଳର ୩୭ଜଣ ଜମି ମାଲିକଙ୍କଠାରୁ ୮ ଏକର ଜମି ଅଧିଗ୍ରହଣ କରାଯାଇ ତିନି ବର୍ଷ ପାଇଁ ଲିଜ୍ ସୂତ୍ରରେ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଅଏଲ ୱେଲ୍ ବା ତୈଳ କୂପ ଖନନ କରାଯାଇ ସାପ୍ରୋ ପେଲାଇଟ୍ ବା କଳା ଚିକିଟା ତୈଳଯୁକ୍ତ ମାଟି ଉତ୍ତୋଳନ କରାଯିବ।

ପରେ ଉକ୍ତ ମାଟି ସହ ଅଶୋଧିତ ଖଣିଜ ପଦାର୍ଥକୁ ବିଶୋଧନ ପାଇଁ ଅଏଲ୍ ରିଫାଇନାରୀକୁ ପଠାଯିବ। ସାପ୍ରୋ ପେଲାଇଟ୍ ଶିଳା ପର୍ଯ୍ୟନ୍ତ ପହଞ୍ଚିବାକୁ ୬ଶହରୁ ୪ ହଜାର ମିଟର ପର୍ଯ୍ୟନ୍ତ ଖନନ କରିବାକୁ ପଡ଼ିବ ବୋଲି କହିଛନ୍ତି ଭୂତତ୍ତ୍ବବିତ୍। ତେବେ ଲଗ୍ ଇନ୍ରୁ ଉତ୍ତୋଳନ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ସରିବାକୁ ବର୍ଷେରୁ ୨ବର୍ଷ ଲାଗିପାରେ ବୋଲି ଆକଳନ କରାଯାଉଛି। ସେପଟେ ନିଜ ଅଞ୍ଚଳରୁ ପ୍ରାକୃତିକ ବାଷ୍ପ ଓ ଖଣିଜ ତୈଳ ବାହାରିବ କଥା ଶୁଣି ଖୁସି ସ୍ଥାନୀୟ ଅଞ୍ଚଳର ବାସିନ୍ଦା। ଏବେ ଅପେକ୍ଷା କେତେଶୀଘ୍ର ସରୁଛି ତୈଳ ଉତ୍ତୋଳନ ପ୍ରକ୍ରିୟା ଓ କେତେ ଶୀଘ୍ର ବାହାରୁଛି ଓଡ଼ିଶା ମାଟି ତଳୁ ଇନ୍ଧନ ତୈଳ।

(କୋଣାର୍କରୁ ସଞ୍ଜୟ ପତିଙ୍କ ରିପୋର୍ଟ) 

Advertisment
Advertisment