• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପୋଦିନାକୁ ଷଧୀୟ ଭାବରେ ଚାଷ କରାଯାଏ। ଏଥିରୁ ଏକ ବିଶେଷ ପ୍ରକାରର ସୁଗନ୍ଧ ମିଳିଥାଏ। ଯେଉଁଥିପାଇଁ ଖାଦ୍ୟ ପଦାର୍ଥରେ ପୋଦିନାକୁ ମଧ୍ୟ ବ୍ୟବହାର କରାଯାଏ। ପାନୀୟ, ପ୍ରସାଧନ ସାମଗ୍ରୀ, ସିଗାରେଟ୍ ଏବଂ ପାନ ମସଲା ତିଆରି ବ୍ୟତୀତ ପୋଦିନାକୁ ଔଷଧ ତିଆରି ପାଇଁ ସ୍ୱତନ୍ତ୍ର ଭାବରେ ବ୍ୟବହାର କରାଯାଏ।

ପେଟ ରୋଗ ପାଇଁ ପୋଦିନା ରାମବାଣ ଭଳି କାମ କରେ। ଏହାକୁ ଖାଇବା ଦ୍ୱାରା ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଏଡାଯାଇପାରିବ। ଭାରତରେ ପୋଦିନା ଚାଷ ମୁଖ୍ୟତ ବିହାର, ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କରାଯାଏ। କୃଷକ ଭାଇମାନେ ପୋଦିନା ଚାଷ କରି ଖୁବ କମ ସମୟ ମଧ୍ୟରେ ଭଲ ଅର୍ଥ ଉପାର୍ଜନ କରୁଛନ୍ତି। ତେବେ ଆସନ୍ତୁ ଏହାକୁ କେତେବେଳେ ଓ କିପରି ଚାଷ କରିବେ ସେ ବିଷୟରେ ଜାଣିନେବା।

ଉପଯୁକ୍ତ ମାଟି:

ଯେକୌଣି ଉର୍ବର ମାଟିରେ ପୋଦିନାକୁ ସହଜରେ ଚାଷ କରାଯାଇପାରିବ। ଚାଷ ପାଇଁ ଜମିରେ ସଠିକ୍ ଜଳ ନିଷ୍କାସନ ହେବା ଉଚିତ। ଏହାକୁ ଭାରୀ ଏବଂ ଚିକିଟା ମାଟିରେ ଚାଷ କଲେ ଖରାପ ଅମଳ ହୋଇପାରେ।

ଉପଯୁକ୍ତ ଜଳବାୟୁ:

ପୋଦିନା ଚାଷ ପାଇଁ ସମଶୀତୋଷ୍ଣ ଜଳବାୟୁ ଉପଯୁକ୍ତ। ଭାରତରେ ଖରିଫ ଋତୁରେ ଏହି ଚାଷ କରାଯାଉଥିବା ବେଳେ ଶୀତଋତୁରେ। ବର୍ଷା ଏବଂ ଗ୍ରୀଷ୍ମଋତୁ ଏହି ଚାଷ ପାଇଁ ଉପଯୁକ୍ତ।

ଉପଯୁକ୍ତ ତାପମାତ୍ରା:

ପୋଦିନା ଚାଷ ୨୦ ରୁ ୨୫ ଡିଗ୍ରୀ ତାପମାତ୍ରାରେ ଭଲ ହୋଇଥାଏ। ଏହାର ଉଦ୍ଭିଦଗୁଡିକ ସର୍ବନିମ୍ନ ୧୦ ଡିଗ୍ରୀ ଏବଂ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ସହ୍ୟ କରିପାରନ୍ତି।

ପୋଦିନାର ଉନ୍ନତ କିସମ:

- ଜାପାନିଜ ପୋଦିନା

ଜାପାନିଜ୍ ପୋଦିନା ହେଉଛି ଏକ ବିଦେଶୀ ପ୍ରକାର, ଯେଉଁଥିରେ ଉଦ୍ଭିଦଗୁଡିକ ସିଧାସଳଖ ବଢିଥାନ୍ତି। ଏହାର ଉଦ୍ଭିଦଗୁଡିକରୁ ୬୫ ରୁ ୭୫ ପ୍ରତିଶତ ମେନ୍ଥୋଲ୍ ପଦାର୍ଥ ମିଳିଥାଏ। ଏହି ପ୍ରକାରର ଉଦ୍ଭିଦଗୁଡିକର ପତ୍ରର ଆକାର ବଡ଼ ଏବଂ ଅଣ୍ଡାଳିଆ।

ସ୍ପୀୟର ପୋଦିନା:

ପୋଦିନାର ଏହି ପ୍ରକାର ବର୍ଷସାରା ଚାଷ କରାଯାଇପାରେ। ଏହା ୩୦ରୁ ୧୦୦ସେମି ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏହାର ପତ୍ରଗୁଡିକ ସଂପୂର୍ଣ୍ଣ ଚିକ୍କଣ। ଏଥୁରୁ ପ୍ରାୟ ୬୫ ପ୍ରତିଶତ ମେନ୍ଥୋଲ ମିଳିଥାଏ।

- ପିପର ମିଣ୍ଟ

ପିପର ମିଣ୍ଟ କିସମକୁ କଳା ପୋଦିନା ମଧ୍ୟ କୁହାଯାଏ। ଏହା ଏକ ହାଇବ୍ରିଡ୍ କିସମର। ଏହା ୩୦ ରୁ ୧୦୦ ସେମି ଉଚ୍ଚ ହୋଇଥାଏ। ଏହି ପ୍ରକାରର ପୋଦିନାରୁ ପ୍ରାୟ ୫୦ ପ୍ରତିଶତ ମେନ୍ଥୋଲ୍‌ ଏବଂ ୧୫ ପ୍ରତିଶତ ମିଥାଇଲ ମିଳିଥାଏ।

- ଆରଭେଂସିସ ପୋଦିନା

ଏହା ଏକ ଉନ୍ନତ ପ୍ରକାରର ପୋଦିନା, ଯେଉଁଥିରେ ଉଦ୍ଭିଦଗୁଡିକର ଲମ୍ବ ପ୍ରାୟ ଦୁଇ ଫୁଟ ହୋଇଥାଏ। ଏଥିରେ ବହୁତ କମ୍ ଶାଖା ବାହାରିଥାଏ। ଏହାର ପତ୍ରଗୁଡିକ୍ ୨ ସେମି ଚଉଡା ହୋଇଥାଏ।

ପୋଦିନା ଅମଳ:

ପୋଦିନା ରୋପଣର ତିନିମାସ ପରେ ପ୍ରଥମ ଅମଳ କରାଯାଏ। ଏହାକୁ ଭୂମି ପୃଷ୍ଠରୁ ୫ ସେମିରୁ କଟାଯାଏ। ଏହା ପରେ ଗଛ ପୁଣିଥରେ ବଢେ। ୨ ମାସରେ ଆଉ ଥରେ କଟାଯାଏ। ଅମଳ ପରେ ସେଗୁଡିକ ଖରାରେ ଭଲ ଭାବେ ଶୁଖାଯାଏ।

ଏହା ପରେ ସେଗୁଡିକୁ ଛାଇରେ ଶୁଖାଇ ତେଲ ବାହାର କରାଯାଏ। ଏକ ହେକ୍ଟର କ୍ଷେତରୁ ପ୍ରାୟ ୩୦୦ କ୍ୱିଣ୍ଟାଲ ଅମଳ ମିଳିପାରିବ, ଯେଉଁଥିରୁ ୧୦୦ କିଲୋଗ୍ରାମ ତେଲ ମିଳେ। ଏହି ତେଲର ବଜାର ମୂଲ୍ୟ କେଜି ପିଛା ୨ ହଜାର। ଚାଷୀମାନେ ଏଥିରୁ ଭଲ ଲାଭ ପାଇପାରିବେ।