Advertisment

ଉଚ୍ଚ ଶିକ୍ଷିତ ହୋଇ ବି ଆଦରି ନେଲେ ମାଛ ଚାଷ, ମାସକୁ ୪୦-୫୦ ହଜାର ରୋଜଗାର

ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ। କିନ୍ତୁ ଏମିତି ମଧ୍ୟ ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ରତନଲାଲ ପଣ୍ଡା। ଆସନ୍ତୁ ତାଙ୍କ ବିଷୟରେ ଜାଣିବା।

author-image
Pramod Behera
Chartered accountant become successful fish farmer

Chartered accountant become successful fish farmer

ପାଠ ପଢି, ଉଚ୍ଚ ଶିକ୍ଷିତ ହୋଇ, ବଡ ଚାକିରୀ କରିବାକୁ ବା କିଏ ନ ଚାହେଁ। ଆଜିକାଲି ଶିକ୍ଷିତ ପିଲାମାନେ ଚାଷ ପ୍ରତି ଆଗ୍ରହ ଦେଖେଇବା ତ ଦୂର କଥା ମାଟି ଜମିରେ ବି ତାଙ୍କ ପାଦ ପଡେନି। ସମସ୍ତେ ଚାହାନ୍ତି ସରକାରୀ ଚାକିରୀ ନଚେତ ମୋଟା ଅଙ୍କର ମିଳୁଥିବା ଅନ୍ୟ କୌଣସି କମ୍ପାନୀ ଚାକିରୀ।

Advertisment

ବର୍ତ୍ତମାନ ମଧ୍ୟ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ପର ଅଧିନରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ ତ କିଏ ପୁଣି ପରିସ୍ଥିତିରେ ପଡି ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସେମିତି ଜଣେ ଯୁବକ ହେଲେ ବାଲେଶ୍ୱର ଜିଲ୍ଲା ସୋର ପୌର ପରିଷଦ ଅନ୍ତର୍ଗତ ଦୁଇ ନମ୍ବର ୱାର୍ଡରେ ବାସ କରନ୍ତି ରତନଲାଲ ପଣ୍ଡା।

ରତନ ଲାଲ୍ ବିକମ୍‌ ପାସ କରିବା ପରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରୁଥିଲେ। ହେଲେ ମହାମାରୀ ‘କରୋନା’ ବଞ୍ଚିବାର ଜୀବନଶୈଳୀକୁ ବଦଳାଇଦେଲା। ଦିଲ୍ଲୀର ବିଷାକ୍ତ ପରିବେଶକୁ ଛାଡ଼ି ସେ ଗାଁକୁ ପଳାଇ ଆସିଲେ। ଏଠାରେ ବାପା-ମାଆଙ୍କ ପାଖରେ ରହି ଜଣେ ସଫଳ ମାଛ ଚାଷୀ ବନିଗଲେ।

Advertisment

ରତନଲାଲ ପଣ୍ଡା ସୋର କଲେଜରୁ ବିକମ୍‌ ପାସ୍‌ କରିବା ପରେ ଦିଲ୍ଲୀ ଚାଲିଯାଇଥିଲେ। ସେଠାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରୀ କରି ଭଲ ଦରମା ମଧ୍ୟ ପାଉଥିଲେ।

ଦିଲ୍ଲୀରେ କରୋନାର ଭୟଙ୍କର ରୂପ ଦେଖି ଘରକୁ ପଳାଇଆସିଲେ ରତନଲାଲ୍ ପଣ୍ଡା। ସଂକଳ୍ପ ନେଇଥିଲେ ଗାଁ ଛାଡ଼ି କେବେ ଆଉ ବାହାରକୁ ଯିବେ ନାହିଁ। ସ୍ୱାବଲମ୍ବୀ ହେବେ ଆଉ ଗାଁରେ ରହିବି। ଯାହା ବି କରିବେ ବାପା-ମାଆଙ୍କ ପାଖରେ ରହି, ସେମାନଙ୍କ ଆଶୀର୍ବାଦ ନେଇ ରୋଜଗାର ପନ୍ଥା ଖୋଜିବେ। ଏହାରୁ ଭିତରେ କ’ଣ କରିବେ କଣ କରିବେ ଭାବୁଭାବୁ କଉ ମାଛ ଚାଷ କରିବାର ଚିନ୍ତା ତାଙ୍କ ମୁଣ୍ଡକୁ ଆସିଲା। କିନ୍ତୁ ଚାଷ ପ୍ରଣାଳି ବିଷୟରେ ଜଣା ନଥିବାରୁ ସେଥିପାଇଁ ଟ୍ରେନିଂ ମଧ୍ୟ ନେଲେ। ଏବେ ଘର ପଛ ପାଖରେ ଥିବା ବାଡ଼ିରେ ୫ଟି କୁଣ୍ଡ ତିଆରି କରି କଉ ମାଛ ଚାଷ କରି ବେଧ ଭଲ ରୋଜଗାର କରୁଛନ୍ତି ରତଲଲାଲ।

ସେ କୋଲକାତାରୁ ମାଛ ଯାଆଁଳ ଆଣି ଚାଷ କରୁଛନ୍ତି। ଏ କ୍ଷେତ୍ରରେ ରତନଲାଲଙ୍କୁ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପୂରା ସହଯୋଗ ମଧ୍ୟ କରୁଛନ୍ତି। ମାସକୁ ୪୦ ହଜାରରୁ ୫୦ ହଜାର ଟଙ୍କା ସେ ରୋଜଗାର କରିବାରେ ଏବେ ସକ୍ଷମ ହୋଇପାରିଛନ୍ତି। ମାର୍କେଟ୍‌ରେ କଉ ମାଛର ଚାହିଦା ବେଶ ରହିଛି। କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। କେବଳ ସୋର ନୁହେଁ, ଏବେ ବାହାରକୁ ବି ମାଛ ପଠାଉଛନ୍ତି ରତନଲାଲ।

କରୋନା ବେଳେ ବହୁ ଯୁବକଯୁବତୀ ଚାକିରୀ ହରାଇଥିବା ବେଳେ ରତନଲାଲ୍ କିନ୍ତୁ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ପାଇଁ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛନ୍ତି।

Fish Farming
Advertisment
Advertisment