ସାମାଜିକ ଅବସ୍ଥା ଏବଂ କାରଣଗୁଡ଼ିକ ଶିଶୁମାନଙ୍କର ମସ୍ତିଷ୍କ ଏବଂ ମାନସିକ ବିକାଶରେ ଏକ ବଡ ଭୂମିକା ଗ୍ରହଣ କରିଥାଏ। ଏହି ବିଷୟକୁ ନେଇ ବିଭିନ୍ନ ଅଧ୍ୟୟନ ମଧ୍ୟ କରାଯାଇଛି। ଯୁକ୍ତରାଷ୍ଟ୍ରରେ ଏହି ପ୍ରକାରର ପର୍ଯ୍ୟବେକ୍ଷଣ ଅଧ୍ୟୟନରେ, ପରିବାରର ଆୟ ପ୍ରାୟତ ଶିଶୁ ବିକାଶ ସହିତ ଜଡିତ ଥିବା ଦେଖିବାକୁ ମିଳିଥାଏ। କିନ୍ତୁ ପ୍ରଥମ ଥର ପାଇଁ, ଅନୁସନ୍ଧାନକାରୀମାନେ ଏହି ପରିବର୍ତ୍ତନଗୁଡିକ ଉପରେ ଦାରିଦ୍ର୍ୟ କିପରି ପ୍ରଭାବ ପକାଇଥାଏ ତାହାର ପରୀକ୍ଷାମୂଳକ ପ୍ରମାଣ ପାଇଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ ମା’ର ହାତରେ ଟଙ୍କା ଦେଲେ ପିଲାର ମସ୍ତିଷ୍କ ବିକାଶରେ ସାହାଯ୍ୟ କରିଥାଏ।
ବେବିଜ୍ ଫାଷ୍ଟ୍ ଇୟର ନାମରେ ଚାଲିଥିବା ଏହି ଅଧ୍ୟୟନରେ ଏହି ଫଳାଫଳ ପ୍ରକାଶ ପାଇଛି। ଦାରିଦ୍ର୍ୟ ଦୂରୀକରଣ ଛୋଟ ପିଲାମାନଙ୍କ ଜ୍ଞାନଗତ ଏବଂ ଭାବପ୍ରବଣ ବିକାଶ ଉପରେ କିପରି ପ୍ରଭାବ ପକାଇପାରେ ତାହା ଆକଳନ କରିବାକୁ ଚେଷ୍ଟା କରାଯାଇଛି। କଲମ୍ବିଆ ୟୁନିଭର୍ସିଟିର ସ୍ନାୟୁବିଜ୍ଞାନୀ କିମ୍ବର୍ଲି ନୋବଲ ଏହାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଛନ୍ତି।
Also Read
କିମ୍ବର୍ଲି କହିଛନ୍ତି ଯେ ଆମେ ଅନେକ ବର୍ଷ ବର୍ଷ ଧରି ଜାଣିଛୁ ଯେ ପିଲାମାନଙ୍କୁ ଦାରିଦ୍ର୍ୟରେ ବଢାଇବା ଦ୍ୱାରା ବିଦ୍ୟାଳୟ ପରିବେଶରେ ସ୍ୱଳ୍ପ ସଫଳତା, ସ୍ୱଳ୍ପ ଆୟ ଏବଂ ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଥାଏ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା କୁହାଯାଇପାରି ନାହିଁ ଯେ ଶିଶୁ ବିକାଶରେ ଏଭଳି ପାର୍ଥକ୍ୟ ପାଇଁ କେବଳ ଦାରିଦ୍ର୍ୟ ହିଁ ଦାୟୀ ବୋଲି।
ବର୍ତ୍ତମାନ ପର୍ଯ୍ୟନ୍ତ ଏହା ମଧ୍ୟ ସ୍ପଷ୍ଟ ହୋଇ ନ ଥିଲା ଯେ ଦାରିଦ୍ରରେ ବଢୁଥିବା ପିଲା କ୍ଷେତ୍ରରେ ଏହି ପାର୍ଥକ୍ୟ ଅନ୍ୟାନ୍ୟ କାରଣ ସହିତ ସିଧାସଳଖ ଜଡିତ ଅଛି ବୋଲି। ଏହାକୁ ଜାଣିବା ନେଇ କରାଯାଉଥିବା ଏକ ଅଧ୍ୟୟନରେ ଆମେରିକାର ଏହିପରି ଏକ ହଜାର ମା’ଙ୍କୁ ନିଆଯାଇଥିଲା, ଯେଉଁମାନେ ନିକଟରେ ସନ୍ତାନ ଜନ୍ମ ଦେଇଥିଲେ। ଏହି ମହିଳାମାନେ ନ୍ୟୁୟର୍କ ସିଟି, ନିଉ ଅର୍ଲିଅନ୍, ଓମାହୋ କିମ୍ବା ମିନି ପୋଲିସ୍ / ସେଣ୍ଟ୍ ପଲ୍ ସିଟିରୁ ଆସିଥିଲେ।
ଏହି ମହିଳାମାନଙ୍କୁ ବିନା ସର୍ତ୍ତରେ ୩୩୩ ଡଲାର ମାସିକ ଭତ୍ତା ଓ ପିଲାଟିକୁ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ଏକ ୨୦ ଡଲାର ଭତ୍ତା ପ୍ରଦାନ କରାଯାଇଥିଲା। ଏଥିପାଇଁ ଚୟନ ମଧ୍ୟ ଅନିୟମିତ ଭାବରେ କରାଯାଇଥିଲା। ଦୁର୍ଭାଗ୍ୟବଶତଃ ମହାମାରୀ ହେତୁ କେବଳ ୪୩୫ ପରିବାର ଏହି ପରୀକ୍ଷା ପାଇଁ ଆସିପାରିଲେ ଯେଉଁଥିରେ ଅନୁସନ୍ଧାନକାରୀମାନେ ଶିଶୁର ମସ୍ତିଷ୍କ କାର୍ଯ୍ୟକଳାପର ବୈଦ୍ୟୁତିକ କାର୍ଯ୍ୟକଳାପକୁ ମାପିଥିଲେ।
ଯଦିଓ ନମୁନା ଆକାର ଛୋଟ, ତଥାପି ତଥ୍ୟ ଦର୍ଶାଏ ଯେ କମ୍ ରୋଜଗାରର ମାଆମାନଙ୍କୁ ଆର୍ଥିକ ସହାୟତା ଦେବାରୁ ପ୍ରଥମ ବର୍ଷରେ ନବଜାତ ଶିଶୁମାନଙ୍କର ମସ୍ତିଷ୍କ କାର୍ଯ୍ୟକଳାପ ସିଧାସଳଖ ପରିବର୍ତ୍ତନ ହୋଇଥାଏ। ଯେଉଁ ନବଜାତ ଶିଶୁଙ୍କ ମା’ଙ୍କୁ ଅଧିକ ଅର୍ଥ ଦିଆଯାଉଥିଲା, କମ୍ ବେତନ ପ୍ରାପ୍ତ ମା’ଙ୍କ ପିଲାମାନଙ୍କ ତୁଳନାରେ ସେମାନଙ୍କ ମସ୍ତିଷ୍କ କାର୍ଯ୍ୟକଳାପର ଅଧିକ ଫ୍ରିକ୍ୱେନ୍ସି ଥିବା ଦେଖିବାକୁ ମିଳିଥିଲା।
ଏହି ଅଧ୍ୟୟନରେ ଦର୍ଶାଯାଇଛି ଯେ ସୁସ୍ଥ ମସ୍ତିଷ୍କ ନିଜର ପରିବେଶ ଏବଂ ଅଭିଜ୍ଞତା ଦ୍ୱାରା ବିକଶିତ ହୋଇଥାଏ। ବର୍ତ୍ତମାନ ଗବେଷକମାନେ ଏହି ଅଧ୍ୟୟନକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି। ଏଥିରେ ପିତାମାତାଙ୍କ ଆଚରଣ, ପାରିବାରିକ ସମ୍ପର୍କ କିମ୍ବା ଚାପ ଇତ୍ୟାଦି ତଥ୍ୟ ଅନ୍ତର୍ଭୂକ୍ତ ହେବ। ଅନୁସନ୍ଧାନକାରୀମାନେ ଆଶା କରୁଛନ୍ତି ଯେ ଯଦି ନୀତି ନିର୍ମାତାମାନେ ଏହି ଅଧ୍ୟୟନର ଫଳାଫଳରେ ଯତ୍ନର ସହ କାମ କରନ୍ତି, ତେବେ ଏହା ଲାଭଦାୟକ ହେବ।