Advertisment

ମାନବ ପାଇଁ ଖୁସି ଖବର; ମୃତ ବ୍ୟକ୍ତି ଜୀବିତ ହେବ

ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।

author-image
Pramod Behera
ଅଦ୍ୟତନ ହୋଇଛି
Experiments on dead bodies to make them alive

Experiments on dead bodies to make them alive

ଏ ଦୁନିଆ ହେଉଛି ମରଣଶୀଳ। ଏଠି ଯିଏ ବି ଜନ୍ମ ନେଇଛି ତା’ର ମୃତ୍ୟୁ ନିଶ୍ଚିତ। ସେଥିପାଇଁ ତ ଭାଗବତରେ କୁହାଯାଏ “ମର୍ତ୍ତେ ମଣ୍ଡଳେ ଦେହ ବହୀ, ଦେବତା ହୋଇଲେ ମରଇ।” ଆଜିର ସମୟରେ ଡାକ୍ତରୀ ବିଜ୍ଞାନ ଏତେ ଅଗ୍ରଗତି କରିଥିଲେ ବି ଜୀବନ ମରଣ ଉପରେ ଏହାର ନିୟନ୍ତ୍ରଣ ନାହିଁ। ଯଦିଓ ଆଜିର ମେଡିକାଲ୍‌ ସାଇନ୍ସ ପାଖରେ ଭେଣ୍ଟିଲେଟର୍‌ ଭଳି ମେସିନ୍‌ ଅଛି ଯାହା ମଣିଷକୁ କିଛି ଘଣ୍ଟା କିମ୍ବା କିଛି ଦିନ ଜୀବିତ ରଖିପାରେ, କିନ୍ତୁ ସବୁଦିନ ପାଇଁ ନୁହେଁ। ତେବେ ବର୍ତ୍ତମାନ ଏଭଳି ପରିସ୍ଥିତିରେ ଡାକ୍ତରୀ ବିଜ୍ଞାନ କ୍ଷେତ୍ରରେ କାମ କରୁଥିବା ବୈଜ୍ଞାନିକମାନେ ମୃତ୍ୟୁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି।

Advertisment

ଜଣେ ମୃତ ବ୍ୟକ୍ତି କିପରି ଜୀବିତ ହେବ? ବର୍ତ୍ତମାନ ଏହି ପର୍ଯ୍ୟାୟରେ, ଆମେରିକାର ଏଭଳି ଏକ ଲ୍ୟାବ୍‌ର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଫଟୋଗୁଡ଼ିକ ବିଷୟରେ କୁହାଯାଇଛି ଯେ ଲ୍ୟାବ୍‌ରେ ଶବଗୁଡ଼ିକୁ ପୁନର୍ଜୀବିତ କରିବାର କାମ ଚାଲିଛି। ବିଶ୍ୱାସ କରାଯାଏ ଯେ ଯଦି ଏହି ପରୀକ୍ଷଣଗୁଡିକ ସଫଳ ହୁଏ, ତେବେ ନିଶ୍ଚିତ ଭାବରେ ଡାକ୍ତରୀ ବିଜ୍ଞାନ ଏକ ବଡ଼ ସଫଳତା ପାଇବ।

ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି। ଆମେରିକାରେ ଏଥିପାଇଁ ବ୍ୟବହୃତ ହେଉଥିବା ଟେକ୍ନୋଲୋଜୀକୁ କ୍ରାୟୋନିକ୍ସ କୁହାଯାଏ। ଆରିଜୋନାରେ ନିର୍ମିତ ଏକ ଲାବୋରେଟୋରୀରେ ଅନେକ ଶବକୁ ଏହି କୌଶଳ ମାଧ୍ୟମରେ ପୁନର୍ବାର ଜୀବଦାନ ଦେବା ନେଇ ରଖାଯାଇଛି।

Advertisment

ଅଧିକାଂଶ ଧନୀ ବ୍ୟକ୍ତିଙ୍କ ଶବକୁ ଏହି ଲାବୋରେଟୋରୀରେ ରଖାଯାଇଛି। ଏହି ଲୋକମାନେ ପୂର୍ବରୁ ସେମାନଙ୍କର ମୃତଦେହକୁ ଏହି ଲ୍ୟାବ୍‌କୁ ଦେବାକୁ ସ୍ଥିର କରିସାରିଥିଲେ। ଏହି ଆଶାରେ ଯେ ସେମାନେ ପୁନର୍ବାର ଜୀବିତ ହେବେ। ଏଥିପାଇଁ ସେମାନେ ଏହି ଲାବୋରେଟୋରୀକୁ ଏକ ବଡ ରକମର ଫି’ ମଧ୍ୟ ଦେଇଛନ୍ତି।

କ୍ରାୟୋନିକ୍ସ ଟେକ୍ନୋଲୋଜୀ କ’ଣ:

ତେବେ ଆସନ୍ତୁ ଜାଣିନେବା ଯେ ଏହି କ୍ରାୟୋନିକ୍ସ ଟେକ୍ନୋଲୋଜୀ କ’ଣ? ବାସ୍ତବରେ, ଏହି କୌଶଳରେ ଶବଗୁଡ଼ିକୁ ଏକ ବହୁତ ବଡ ଫ୍ରିଜ୍‌ରେ ରଖାଯାଏ ଯାହାର ତାପମାତ୍ରା ଅତ୍ୟଧିକ ଥଣ୍ଡା ହୋଇଥାଏ। ଫଳରେ ଶବଗୁଡ଼ିକର କୌଣସି କ୍ଷତି ହୋଇ ନଥାଏ। ବର୍ତ୍ତମାନ ଏପରି ପରିସ୍ଥିତିରେ, ଭବିଷ୍ୟତରେ ଯଦି ମଣିଷକୁ ପୁବର୍ନାର ଜୀବନ୍ତ କରୁଥିବା ଟେକ୍ନୋଲୋଜୀର ବିକାଶ ହୁଏ, ତେବେ ସେତେବେଳେ ଏହି ଶବଗୁଡ଼ିକ ପୁନର୍ଜୀବିତ କରା ଯାଇପାରିବ। ଏନେଇ ଏହି ଶବଗୁଡ଼ିକୁ ବର୍ତ୍ତମାନଠାରୁ ସୁରକ୍ଷିତ ରଖାଯାଉଛି।

ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ ଏହି ପ୍ରକାର ପରୀକ୍ଷା ସମ୍ଭବ ହୋଇପାରେ। ଏହାର କାରଣ ହେଉଛି ଶହେ ବର୍ଷ ପୂର୍ବେ ମନୁଷ୍ୟମାନଙ୍କ ପାଇଁ ଚନ୍ଦ୍ରରେ ପହଞ୍ଚିବା ଅସମ୍ଭବ ଥିଲା, କିନ୍ତୁ ଆଜି ଏହା ସମ୍ଭବ। ଏଭଳି ପରିସ୍ଥିତିରେ ମୃତ ମଣିଷ ବଞ୍ଚିପାରିବେ ବୋଲି ଆଶା କରିବାରେ କିଛି ଭୁଲ୍ ନାହିଁ।

Ajab Gajab
Advertisment
Advertisment