• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  •   ରଙ୍ଗ ବଦଳାଉଥିବା ନିଆରା ହ୍ରଦ

ମଧ୍ୟ ଏସିଆରେ ପାହାଡ ମଧ୍ୟରେ ସମୁଦ୍ର ପତ୍ତନ ଠାରୁ ପାଖାପାଖି ୪ ହଜାର ମିଟର ଉଚ୍ଚତାରେ ରହିଛି ଏକ ନିଆରା ହ୍ରଦ । ଯାହାର ନାଁ 'କରାକୁଲ ହ୍ରଦ' । ଏହା ଦକ୍ଷିଣ ଆମେରିକାର ପ୍ରସିଦ୍ଧ ଟିଟିକାକା ହ୍ରଦ ଠାରୁ ମଧ୍ୟ ଉଚ୍ଚତାରେ ରହିଛି । ଏହି ବିଶାଳ ହ୍ରଦ ପାଖାପାଖି ଅଢେଇ କୋଟି ବର୍ଷ ପୂର୍ବରେ ପୃଥିବୀ ସହ ଉଲକାପିଣ୍ଡ ମାଡ ହେବା ଫଳରେ ନିର୍ମିତ ହୋଇଥିଲା । ଏହି କରାକୁଲ ହ୍ରଦ ୩୮୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ଆଉ କିଛି କିଛି ସ୍ଥାନରେ ଏହା ୨୩୦ ମିଟର ଯାଏଁ ଗଭୀର ମଧ୍ୟ ।

ବେଶ୍‌ ମନମୁଗ୍ଧକର ଓ ସୁନ୍ଦର ଏହି ହ୍ରଦ ‌ଆଉ ଏହାର ଆଖାପାଖ ପରିବେଶ । ସବୁଠି କେବଳ ବରଫର ପାହାଡ ଓ ଉଚ୍ଚ ମରୁଭୂମି ଅଂଚଳରେ ଘେରି ହୋଇରହିଛି । ଜଣେ ବ୍ୟକ୍ତି ପାମୀର ହାଇୱେ ଦ୍ୱାରା କରାକୁଲ ହ୍ରଦ ଯାଏଁ ପହଁଚିପାରିବ । ବ୍ରିତାନୀ ନକ୍ସାନବିସ ଏହି ହ୍ରଦର ନାମ ମହାରାଣୀ ଭିକେ୍ଟାରିଆଙ୍କ ନାଁରେ ରଖିଥିଲେ । ପରେ ସୋଭିଏତ ସଂଘ ଏହାର ନାମ କରାକୁଲ ଅର୍ଥାତ୍‌ କଳା ହ୍ରଦ ନାଁ ଦେଇଥିଲେ ।

Karakul dead lake, AmericaKarakul dead lake, America

ବାସ୍ତବରେ ଏହି ହ୍ରଦ ଗୋଟିଏ ଦିନରେ ଅନେକ ଥର ନିଜର ରଙ୍ଗ ବଦଳାଇଥାଏ । କେତେବେଳେ ଏହାର ରଙ୍ଗ ନୀଳ, କେତେବେଳେ ଫିରୋଜି ତ ଆଉ କେତେ ବେଳେ ଏହାର ରଙ୍ଗର ଗାଢା ସବୁଜ ରଙ୍ଗର ହୋଇଥାଏ । ଆଉ ସନ୍ଧ୍ୟା ସମୟରେ ଏହାର ରଙ୍ଗ କଳା ରଙ୍ଗର ଦୃଶ୍ୟମାନ ହୁଏ । ଆଡଭେନଚର ପ୍ରିୟ ଲୋକମାନେ ଦୂରଦୂରାନ୍ତରୁ ଏହି ହ୍ରଦକୁ ଦେଖିବାକୁ ଆସିଥାଆନ୍ତି । ଏହାର ପାଖାପାଖି ଅଂଚଳ ହେଉଛି ତାଜିକିସ୍ତାନର ମୁର୍ଗବ । ଏହି ହ୍ରର୍ଦ‌ ଲବଣର ମାତ୍ରା ଢେର ଅଧିକ । ଏହି ହ୍ରଦର ପାଣି କେବେ ବାହାରକୁ ବାହାରି ଆସିନଥାଏ । ତେଣୁ ଏହା ଦୁନିଆର ସବୁଠାରୁ କ୍ଷାର ଜଳ ବିଶିଷ୍ଚ ହ୍ରଦ ।

ଏହାର ଜଳରେ ଲବଣର ମାତ୍ରା ଏତେ ଅଧିକ ଯେ, ଏଠାରେ ଏକ ଖାସ୍‌ ପ୍ରକାରର ମାଛ ବ୍ୟତୀତ ଆଉ କୌଣସି ଜୀବ ଦେଖିବାକୁ ମିଳେନାହିଁ । ଏଠାରେ କେବଳ ଷେ୍ଟାନ୍‌ ଲୋଚ ନାମକ ମାଛ ହିଁ ମିଳିଥାଏ । ଏଠାରେ କୌଣସି ଜୀବ ନ ମିଳୁଥିଲେ ମଧ୍ୟ ଏଠାକାର ଆଖପାଖ ଅଂଚଳରେ ଦୂର ଦୂରରୁ ଭିନ୍ନ ଭିନ୍ନ ପ୍ରକାରର ପକ୍ଷୀ ମାନେ ଆସି ପହଁଚିଥାନ୍ତି । ତେବେ ଏହି ହ୍ରଦ ଏତେ ମାତ୍ରାରେ ଲବଣଯୁକ୍ତ ଯେ ଏଥିରେ ଡଙ୍ଗା ଚଳାଇବା ବି ସମ୍ଭବ ହୁଏ ନାହିଁ । ଯଦି ଡଙ୍ଗା ନିଆଯାଏ, ତେବେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ଓଲଟିଯିବାର ଆଶଙ୍କା ରହିଥାଏ ।

ଯେଉଁ ପ୍ରକାରର ମୃତ ସାଗର, ସେହିପ୍ରକାରର ଏହି ମୃତ ହ୍ରଦ । ଏହାକୁ ଦେଖିବାକୁ ବହୁତ ଦୂରରୁ ମଧ୍ୟ ପର୍ଯ୍ୟଟକ ମାନେ ପହଁଚିଥାଅାନ୍ତି । ଖରାଦିନେ ଏଠାରେ ଅଧିକ ପର୍ଯ୍ୟଟକ ମିଳିଥାଆନ୍ତି । ଆଉ ଏଠାକାର ପରିବେଶକୁ ଆଉରି ମଜେଦାର ବନାଇବା ପାଇଁ ଏଠାରେ ଖୁବ୍‌ ସୁନ୍ଦର ବ୍ୟବସ୍ଥା ମଧ୍ୟ କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହାର ଆଖପାଖ ଅଂଚଳରେ ଜର୍ମନ କଏଦୀମାନଙ୍କୁ ରଖାଯାଉଥିଲା ।

ବର୍ତ୍ତମାନ ହ୍ରଦ ନିକଟରେ କେବଳ ଏକ ଛୋଟ ଗାଁ ହି ରହିଛି । ସେହି ଗାଁର ନାଁ ବି କରାକୁଲ ଗାଁ । ଏହି ଗାଁ ବି ଦେଖିବାକୁ ବେଶ୍‌ ସୁନ୍ଦର ଓ ପ୍ରାକୃତିକ ସୁନ୍ଦରତାରେ ଭରପୁର । କିନ୍ତୁ ଏଠାରେ ବେଶି ଲୋକ ରୁହନ୍ତି ନାହିଁ । ପାଖାପାଖି ଏହା ଜନଶୂନ୍ୟ ହି ଲାଗେ । ଏଠାରେ ୩୦ ମିଲିମିଟରରୁ ବି କମ୍‌ ବର୍ଷା ହୋଇଥାଏ । ତେଣୁ ଏହା ମରୁ ଅଂଚଳରେ ଗଣତି ହୋଇଥାଏ । କଳ୍ପନା କରନ୍ତୁ ଏହି ସ୍ଥାନ କେତେ ବିଚିତ୍ର ଓ ଶାନ୍ତ ହୋଇଥିବ । ତେଣୁ କୁହାଯାଏ ଏହି ସ୍ଥାନକୁ ଯିବାର ଅନୁଭୂତି ଜୀବନରେ ଥରେ ନେବା ଆବଶ୍ୟକ ।