• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ମହଙ୍ଗା ପଡିଲା ଅନ୍‌ଲାଇନ୍‌ ଗେମ୍‌

ଭଦ୍ରକ (ପାର୍ଥ ସାରଥୀ ନାୟକ) କାଳ ହେଲା ଅନ୍‌ଲାଇନ୍‌ ଗେମ୍‌ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଗେମ୍‌ ଖେଳରେ ଏତେ ବାୟା ହୋଇଗଲା ଯେ, କେତେବେଳେ ତାଙ୍କ ବ୍ୟାଙ୍କରୁ ସବୁ ଟଙ୍କା ଖର୍ଚ୍ଚ ହୋଇଗଲା ସେ ନିଜେ ବି ଜାଣିପାରିଲା ନାହିଁ । ଶେଷରେ ପରିବାର ଲୋକଙ୍କ ଭୟରେ ଘର ଛାଡି କୁଆଡେ ପଳାଇଲା ଯୁବକ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ହାତିବାଡି ଗାଁର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ ନିଜ ଫୋନରେ  ଫ୍ରି ଫାୟାର ଓ ଆକ୍କା ଲୁଡୋ ଗେମ ଖେଳିବାରେ ବ୍ୟସ୍ତ ରହୁଥିଲେ । ଏମିତି କି ଗେମର ଗ୍ୟାଜେଟ୍‌ସ ପାଇଁ ପାଇଁ ବାପାଙ୍କ ବ୍ୟାଙ୍କ ଖାତାରେ ନିଜର ଫୋନ୍‌ ପେ ନମ୍ବରକୁ ଆଡ୍‌ କରି ଏହି ଆକାଉଣ୍ଟରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । କିଛିଦିନ ପରେ ବ୍ୟାଙ୍କ ଖାତା ଅପ୍‌ଡଟ୍‌ କରିବାରୁ ଖଗେଶ୍ୱରର ବାପା ଜାଣିବାକୁ ପାଇଲେ କି ତାଙ୍କ ଆକାଉଣ୍ଟରୁ ପଇସା କଟୁଛି । ଏନେଇ ସେ ପୁଅ ଖଗେଶ୍ୱରକୁ ତାଗିଦ୍‌ କରିଥିବାରୁ ଖଗେଶ୍ୱର ନିଜ ଭୁଲ୍‌ ସ୍ୱୀକାର କରିବା ସହ ଆଗାମୀ ଦିନରେ ଆଉ ଗେମ୍‌ ଖେଳିବନି ବୋଲି କହିଥିଲା ।

ହେଲେ କିଛି ଦିନ ପରେ ଗତ ନଭେମ୍ୱର ୨ରୁ ଡିସେମ୍ୱର ୧ ତାରିଖ ମଧ୍ୟରେ ତାଙ୍କ ବ୍ୟାଙ୍କରୁ ୨୩ ହଜାର ୭୭୫ ଶହ ଟଙ୍କା ପଳାଇଛି । ଯାହା ପରେ ଖଗେଶ୍ୱର ଫୋନ୍‌କୁ ରଖି ଘରୁ କୁଆଡେ ପଳାଇଛନ୍ତି । ଉକ୍ତ ମୋବାଇଲ୍‌ରେ ଗେମ୍‌ ଅନ୍‌ଇଣ୍ଟଲ ହେବା ସହ ଗେମ୍‌ ସମ୍ପର୍କିତ କିଛି ମ୍ୟାସେଜ୍ ମଧ୍ୟ ଡିଲେଟ୍ କରାଯାଇଥିବାର ଜଣାପଡିଛି । ଏନେଇ ଖଗେଶ୍ୱରଙ୍କ ପରିବାର ଲୋକେ ଧାମନଗର ଥାନାରେ ଏତଲା ଦେଇଛନ୍ତି ।