Advertisment

ପାଠ ୮ମ, ବୃତ୍ତି ଚା’ ବିକିବା, ପ୍ରବୃତ୍ତି କବିତା ଲେଖା

ଭାରତରେ ପ୍ରତିଭାର ଅଭାବ ନାହିଁ। ସେ କ୍ଷମତାସୀନ କେଉଁ ରାଜନେତା ହେଉ କି ଗଳି କନ୍ଦିରେ ଚା’ ବିକୁଥିବା କେଉଁ ସାଧାରଣ ଲୋକ ହେଉ, ସମସ୍ତଙ୍କ ପାଖେ କିଛି ନା କିଛି ପ୍ରତିଭା ରହିଛି। ତେବେ ଆସନ୍ତୁ ଭେଟିବା ଛୋଟୁ ଚା’ବାଲାକୁ ଯିଏ କବିତା ଲେଖିବାରେ ଧୂରନ୍ଧର।

author-image
Pramod Behera
ଅଦ୍ୟତନ ହୋଇଛି
Chhotu chaiwala studied till 8th standard writes books recites poetry

Chhotu chaiwala studied till 8th standard writes books recites poetry

ଚା’ ହେଉଛି ଭାରତର ଏକ ସ୍ୱତନ୍ତ୍ର ପରିଚୟ। ଲୋକମାନେ ଏହାକୁ ପ୍ରତ୍ୟେକ ସମୟରେ ଅତି ଉତ୍ସାହର ସହିତ ପିଅନ୍ତି। ଏହା ଭାରତର ପ୍ରତ୍ୟେକ ଗଳି, କନ୍ଦି ଓ ସ୍ଥାନୀୟ ଅଞ୍ଚଳରେ ଅତି ସହଜରେ ମିଳିଥାଏ। ଯଦି ଦେଖାଯାଏ ତେବେ ଚା’ ବିକାଳିମାନଙ୍କର ଅନେକ କାହାଣୀ ଅଛି। ଚା ବିକ୍ରି କରି କିଏ ପ୍ରଧାନମନ୍ତ୍ରୀ ହୋଇଯାଏ ତ ପୁଣି କିଏ ଚା’ ବିକି ବିକି କରି ଏମବିଏ ଚା’ବାଲା ବନିଯାଏ।

Advertisment

ଆଜି ଆମେ ଆପଣଙ୍କୁ ଏପରି ଜଣେ ସାଧାରଣ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଚା’ ବିକ୍ରି କରନ୍ତି ସତ କିନ୍ତୁ ତାଙ୍କର ପ୍ରତିଭା ତାଙ୍କୁ ଦେଇଛି ଅନ୍ୟ ଏକ ପଚିଚୟ। ସେ ଭଲ କବିତା ଓ ଗଜଲ ଲେଖିବାର ମଧ୍ୟ ଧୁରନ୍ଧର। ସେ ତିନୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ପୁସ୍ତକଗୁଡ଼ିକ ଏଯାଏ ପ୍ରକାଶିତ ହୋଇନାହିଁ। ଏହି ବ୍ୟକ୍ତିଙ୍କ ନାମ ହେଉଛି ଚିରାଗ ରାହୀ। କିନ୍ତୁ ସେ ଛୋଟୁ ଚା’ବାଲା ଭାବେ ବେଶ ପରିଚିତ। ସେ ପିଲାଦିନରୁ ଚା’ ତିଆରି କରନ୍ତି ଆଉ ବିକନ୍ତି। ତେବେ ଆସନ୍ତୁ ତାଙ୍କର ପୂରା କାହାଣୀ ଉପରେ ନଜର ପକେଇବା।

ଛୋଟୁ ଚା’ବାଲା କବିତା ମାଧ୍ୟମରେ ଲୋକଙ୍କୁ ଚା’ ପିଆଇ ସେମାନଙ୍କ ମନୋରଞ୍ଜନ କରନ୍ତି। ତାଙ୍କୁ ଯେତେବେଳେ ହୋଇଥିଲା ମାତ୍ର ୨ ବର୍ଷ ସେ ଦିଲ୍ଲୀ ଆସିଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଚା’ ବିକୁଛନ୍ତି। ତାଙ୍କ ଦୋକାନ ଦିଲ୍ଲୀର ମୟୂର ବିହାର ପ୍ରଥମ ଫେଜ୍ ମେଟ୍ରୋ ଷ୍ଟେସନ୍‌ ନିକଟ ପିଅର ୱାଲି ଗଳିରେ ରହିଛି। ତାଙ୍କ ଚା’ ଯିଏ ଥରେ ପିଇଛି ଆଉ ପାଟିରୁ ଛାଡିନି। ଲୋକେ ଖୋଜି ଖୋଜି ତାଙ୍କ ପାଖକୁ ଆସନ୍ତି। ଦେଶର ପ୍ରାୟ ଜଣାଶୁଣା ଲୋକ ତାଙ୍କ ପାଖକୁ କେବଳ ଚା’ ପିଇବାକୁ ଛୁଟି ଆସନ୍ତି।

Advertisment

ଛୋଟୁ ଚା’ବାଲା ପାଖରେ ଦୁଇ ପ୍ରକାରର ଚା’ ମିଳେ। ଗୁଚୁରାତି ଚା’ ଓ ଅଦା ଚା’। ସେ ମଧ୍ୟ ନିଜ ଗରାଖମାନଙ୍କର ଖୁବ ଯନ୍ତ୍ର ନିଅନ୍ତି। ସେମାନଙ୍କ ସହ ଭଲ ବ୍ୟବହାର କରନ୍ତି। ଛୋଟୁ ଚାବାଲାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦୋକାନ ଚଳାଉଥିଲେ। ତେବେ ଏହି ଦୋକାନଟି ୫୦ ବର୍ଷରୁ ଅଧିକ ପୁରୁଣା।

ଛୋଟୁ ଚା’ବାଲା ଓରଫ ଚିରାଗ ରାହୀ କହିଛନ୍ତି ଯେ ସେ ମାତ୍ରା ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଏହା ସତ୍ତ୍ୱେ ସେ କବିତା ଲେଖିବାକୁ ବହୁତ ଭଲ ପାଆନ୍ତି। ସେ ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ତାଙ୍କ ଦୋକାନରେ ରୁହନ୍ତି। ଏହାରି ଭିତରେ ସମୟ ମିଳିଗଲେ ହାତ ଛଡା କରନ୍ତି ନାହିଁ, ବସିପଡନ୍ତି କବିତା ଲେଖାରେ।

Inspirational Story
Advertisment
Advertisment