Advertisment

Masood Azhar Family Wiped Out: ମାସୁଦ ଆଜହରର ପରିବାର ସଫା ! ଏୟାର ଷ୍ଟ୍ରାଇକରେ ୧୦ ନିହତ

ଏକକାଳୀନ ୯ଟି ଆତଙ୍କବାଦୀଙ୍କ ବେସ ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଜହରର ସମ୍ପୂର୍ଣ୍ଣ ପରିବାର ନିପାତ ହୋଇଛି।

author-image
Saroj Kumar Jena
ଅଦ୍ୟତନ ହୋଇଛି
masood

masood

ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ନରସଂହାରର ଜବାବ ଦେଇଛି ଭାରତୀୟ ସେନା। ଅପରେସନ ସିନ୍ଦୁରରେ ଭାରତୀୟ ସେନା କଡା ଜବାବ ଦେଇଥିଲା। ଏକକାଳୀନ ୯ଟି ଆତଙ୍କବାଦୀଙ୍କ ବେସ ଉପରେ ହୋଇଥିଲା ଆକ୍ରମଣ। ଏହି ଆକ୍ରମଣରେ ଜୈଶ ଏ ମହମ୍ମଦର ମୁଖ୍ୟ ମାସୁଦ ଆଝାରର ସମ୍ପୂର୍ଣ୍ଣ ପରିବାର ନିପାତ ହୋଇଛି। ପାକିସ୍ତାନର ବହାୱଲପୁର ହେଉଛି ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟ କାର୍ଯ୍ୟାଳୟ। ଯେଉଁଠାରେ ମୁଖ୍ୟ ମୌଲାନା ମାସୁଦ ଆଜହର ତାର ସଂଗଠନକୁ ଚଲାଇଥାଏ। ସେହିଠାରୁ ହିଁ ଆତଙ୍କୀ ହମଲାର ପ୍ଲାନ କରିଥାଏ ମାସୁଦ। ୨୦୦୧ ମସିହା ସଂସଦ ଆକ୍ରମଣ ହେଉ କି ଫୁଲୱମା ସୁଇସାଇଡ ବମ୍ ଆକ୍ରମଣ ହେଉ ଭାରତରେ ପ୍ରମୁଖ ଆତଙ୍କୀ ହମାଲାର ମାଷ୍ଟର ମାଇଣ୍ଡ ଥିଲା ଜୈସ ଏ ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର । ଏହା ଥିଲା ସିନ୍ଦୁର ଅପରେସନର ପ୍ରଥମ ଟାରଗେଟ। ଏହି ଆକ୍ରମଣରେ ଆଝାର ପରିବାରର ୧୦ ଜଣ ନିପାତ ହୋଇଥିବା ନେଇ ଭାରତୀୟ ସେନା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ମୃତକଙ୍କ ମଧ୍ୟରେ ଆଝାରର ଭଉଣୀ ଓ ଭିଣେଇ ମଧ୍ୟ ସାମିଲ ଥିବା କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଚୀନ ଶରଣରେ ପଶିଥିଲା ପାକିସ୍ତାନ; ଧୋକାଦେଲା ଡୁପ୍ଲିକେଟ୍ ଚା

୯ ଆଡ୍ଡାରେ ଆଟାକରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କ ମୃତ୍ୟୁ । ଶତାଧିକ ଆହତ ମଧ୍ୟ ହୋଇଛନ୍ତି । ରାତି ପ୍ରାୟ ୧.୦୫ ମିନିଟରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଭାରତୀୟ ସେନା । ଏକାକାଳୀନ ୯ ସ୍ଥାନରେ ଏୟାର ଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ପାକିସ୍ତାନରେ ପ୍ରାୟ ଶହେ କିଲୋମିଟର ଭିତରେ ପଶି ଆକ୍ରମଣ କରାଯାଇଛି ।

ଏଠାରେ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ମୁଖ୍ୟାଳୟ ରହିଛି । ଯାହାକି ମାସୁଦ ଆଝାର ଦ୍ବାରା ପରିଚାଳିତ । ସେହପିର ମୁରିଦକେରେ ଆତଙ୍କବାଦୀ ସଂଗଠନ ଲସକର-ଏ-ତୋଇବାର ମୁଖ୍ୟାଳୟ ରହିଛି । ଏହା ହାଫିଜ ସୟିଦ ଦ୍ବାରା ପରିଚାଳିତ । ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା । ଏଠାରେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ଲାନ କରାଯାଇଥିବାରୁ ଆଡ୍ଡାକୁ ଧ୍ବଂସ କରାଯାଇଛି

Advertisment

ଯାହାର ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀରେ ରହି ପାକିସ୍ତାନ ଓ ପିଓକେରେ ଭାରତୀୟ ସେନାର ଅପରେସନ ସିନ୍ଦୂର ମନିଟରିଂ କରିଥିଲେ ପ୍ରଧାନମନ୍ତ୍ରୀ । ତିନି ସେନାର ମୁଖ୍ୟଙ୍କ ସହ ଅପରେସନ ସିନ୍ଦୂର ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ।

ଗତକାଲି ସଂଧ୍ୟାରୁ ବିଳମ୍ବିତ ରାତି ଯାଏ ସ୍ଥିତି ଉପରେ ନଜର ରଖାଯାଇଥିଲା। ଆଟାକରେ ଭାରତୀୟ ସେନା ଡ୍ରୋନ ବ୍ୟବହାର କରିଥିଲେ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆକ୍ରମଣ କରାଯାଇଛି। ପାକିସ୍ତାନ ଏହାର କଡ଼ା ଜବାବ ଦେବ। ଏଲଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ସେଲିଂ ମାଡ କରାଯାଉଥିବା ବେଳେ ୯ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା।

ଅଧିକ ପଢ଼ନ୍ତୁ: କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ

Indian Air Force Masood Azhar Operation Sindoor
Advertisment
Advertisment