Advertisment

ଖାଦ୍ୟରେ ସାମିଲ କରନ୍ତୁ ଏହି ଚାଉଳ, ହେବନି କ୍ୟାନସର୍‌ ଓ ଡାଇବେଟିସ୍‌ !

କଳା ଚାଉଳରେ କ୍ୟାନସର୍‌ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି।

author-image
Rajalaxmi Sahoo
Add this Koraput rice in your kitchen to stay away from cancer

Add this Koraput rice in your kitchen to stay away from cancer

ନାଁଟି ତା’ର କଳାବତୀ ବା କଳାବଇଁଶୀ। ଖାଲି ଅନ୍ନଦାତା ନୁହେଁ ଆପଣଙ୍କୁ ବି ବିମୋହିତ କରିବ ଏହି କଳାବତୀ। କୋରାପୁଟ ଜିଲ୍ଲାରେ ଉତ୍ପାଦିତ ହେଉଥିବା କଳା ଚାଉଳରେ କ୍ୟାନସର୍‌ ଓ ମଧୁମେହ ଭଳି ରୋଗ ରୋକିବାର ଶକ୍ତି ରହିଛି। ଏହି ଚାଉଳରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ଏହି ଚାଉଳରେ ମଧୁମେହ ଓ ବାର୍ଦ୍ଧକ୍ୟ ଜନିତ ରୋଗର ମୁକାବିଲା କରିବା କ୍ଷମତା ମଧ୍ୟ ରହିଛି। 

Advertisment

ପରୀକ୍ଷାମୂଳକ ଭାବେ ଏହି ବିରଳ କଳାବତୀ ଧାନ ଚାଷ କରି ସବା ପ୍ରଧାନୀ ସଫଳ ହୋଇଛନ୍ତି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଗୁଲିମୂଷା ଗାଁର ସବା ଜୈବିକ ପଦ୍ଧତିରେ ଏହାକୁ ଚାଷ କରୁଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା, ଏହି କଳା ଧାନ କୋରାପୁଟରେ ଉତ୍ପାଦନ ହେଉଥିଲେ ବି ଚାଉଳକୁ ବିକ୍ରି କରିବା ପାଇଁ ଉପଯୁକ୍ତ ବଜାର ନାହିଁ। ଏପରିକି ଚାଷୀର ମନୋବଳକୁ ବଢାଇବା ପାଇଁ ସରକାରୀ ପ୍ରୋତ୍ସାହନ ମଧ୍ୟ ମିଳୁନି। ଫଳରେ ଏହି ଧାନ ଚାଷ କରୁଥିବା ଚାଷୀ ଅଧିକ ଲାଭବାନ ହୋଇ ପାରୁନାହାନ୍ତି।

କଳାବତୀ ବା କଳାବଇଁଶୀ ଏକ ପୁରୁଣା ଦେଶୀୟ ଧାନ। ଏକର ପିଛା ୧୦ କ୍ୱିଣ୍ଟାଲ ଅମଳ ହୋଇଥାଏ।  ଏହି ଚାଉଳରେ ଅଛି ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ। ଯାହାକି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରେ। ଏହି ଚାଉଳରେ ମଧୁମେହ ଓ ବାର୍ଦ୍ଧକ୍ୟ ଜନିତ ରୋଗର ମୁକାବିଲା କରିବା କ୍ଷମତା ମଧ୍ୟ ରହିଛି । କଳା ଧାନ କୋରାପୁଟରେ ଉତ୍ପାଦନ ହେଉଥିଲେ ବି ଚାଉଳକୁ ବିକ୍ରି କରିବା ପାଇଁ ଉପଯୁକ୍ତ ବଜାର ନାହିଁ। ଏହାସହ ଚାଷୀର ମନୋବଳକୁ ବଢାଇବା ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ମଧ୍ୟ ନାହିଁ। ଫଳରେ ଏହି ଧାନ ଚାଷ କରୁଥିବା ଚାଷୀ ଅଧିକ ଲାଭବାନ ହୋଇପାରୁନାହାନ୍ତି। ସେପଟେ ଜିଲ୍ଲାର କୋଟପାଡ ଓ ଦଶମନ୍ତପୁର ବ୍ଲକରେ ଏହି ଧାନର ବ୍ୟାପକ ଚାଷ କରିବା ପାଇଁ ଚାଷୀଙ୍କୁ କିଛି ସଂଗଠନ ପ୍ରୋତ୍ସାହିତ କରୁଛନ୍ତି। 

Advertisment

କୋରାପୁଟ ଜିଲ୍ଲାରେ କଫି, ଗୋଲମରିଚ, ଅଦା, କନ୍ଦମୂଳ, ଧଳା କଲରା ଓ ହଳଦୀ ଭଳି ଦ୍ରବ୍ୟର ବଜାରୀକରଣରେ ବ୍ୟବସ୍ଥା ହୋଇଛି। ଆଗକୁ ଏହି କଳା ଚାଉଳକୁ ମଧ୍ୟ ଆର୍ନ୍ତଜାତୀୟ ସ୍ତରରେ ଚାହିଦା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରହିଥିବା ଓରମାସର ସିଇଓ ରୋଶନ କାର୍ତ୍ତିକ ଜଣାଇଛନ୍ତି। କଳାବତୀର ଧାନ , ଚାଉଳ ଏପରିକି ଭାତ ମଧ୍ୟ କଳା। ତେଣୁ କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ସର୍ବସାଧାରଣରେ ଖାଆନ୍ତି ନାହିଁ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା, କୋରାପୁଟ)

Kalabati Rice Kalabati Dhana
Advertisment
Advertisment