• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଲଲିପପ୍ ଖାଇ ନାବାଳକର ମୃତ୍ୟୁ ଅଭିଯୋଗ । ଏଭଳି କିଛି ଘଟଣା ଘଟିଛି ଗଜପତି ମୋହନା ଡିମ୍ବିରିଝୋଳି ଗାଁରେ । ମୃତକ ଜଣକ ହେଲେ ୮ ବର୍ଷିୟ ବୈକୁଣ୍ଠ ଶବର । ମୃତ୍ୟୁ ଅଭିଯୋଗ ପରେ ମୋହନା ଥାନାରେ ଅଭିଯୋଗ କରାଯାଇଛି । ପରେ ପୋଲିସ ଲଲିପପ୍ ଦେଇଥିବା ଦୋକାନୀକୁ ଅଟକ ରଖି ପଚରାଉଚରା କରୁଛି ।

ଅଭିଯୋଗ ଅନୁସାରେ ଗାଁର ବାସୁଦେବ ଶବରଙ୍କ ୮ ବର୍ଷର ପୁଅ ବୈକୁଣ୍ଠ ଦୁଇ ଦିନ ପୂର୍ବରୁ ଗାଁର ଏକ ଦୋକାନରୁ ଲଲିପପ୍ ଖାଇଥିଲା । ଗାଁର କିଶୋର ଦଳବେହେରାଙ୍କ ଦୋକାନକୁ ଲଲିପପ ଆଣିଥିଲେ ମୃତକ । ଏହାପରେ ହଠାତ୍ ତା’ର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ସହ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଦୋକାନୀ ଜଣକ ନିଜ ଘରକୁ ଡାକି ଲଲିପପ୍ ଦେଇଥିବାରୁ ଏନେଇ ସନ୍ଦେହ ଉପୁଜିଛି ।

ଏ ନେଇ ମୋହନା ଥାନାରେ ମୃତକଙ୍କ ବାପା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହାସହ ଲଲିପପ୍‌ ଜବତ କରି ତଦନ୍ତ କରୁଛି ପୋଲିସ୍ ।