/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757347575.jpg)
Builders on Notice
ବିଲଡର ସଂସ୍ଥା ଓ ମାଲିକଙ୍କୁ ଚରମବାଣୀ। ଯେଉଁଠି ଚାହିଁଲେ ମନଇଚ୍ଛା ଆଉ କରିପାରିବେନି ଆପାର୍ଟେମଣ୍ଟ କି ଫ୍ଲାଟ୍। କ୍ରେତାଙ୍କୁ ହଇରାଣ ହରକତ କରିପାରିବେ ନାହିଁ। ଇଏ ହେଉଛି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୧୦ଟି ବିନ୍ଦୁକୁ ନେଇ ଜାରି ହୋଇଥିବା ବିଜ୍ଞପ୍ତି। ଯେଉଁଥିରେ ଉଲ୍ଲେଖ ରହିଛି ପ୍ଲାନ ଅନୁମୋଦନ ପୂର୍ବରୁ ବିଲଡର ଅକୁପାନ୍ସୀ ସାର୍ଟିଫିକେଟ ଦେବା ସଂକ୍ରାନ୍ତରେ ଅଣ୍ଡରଟେକିଂ ଦେବେ।
ନିର୍ମାଣ ସ୍ଥାନରେ ପ୍ରଦର୍ଶନ କରିବେ ବିଲଡିଂ ପ୍ଲାନର ଏକ କପି। ପ୍ଲାନ ଅନୁମୋଦନକାରୀ କର୍ତ୍ତୃପକ୍ଷ ସମୟ ସମୟରେ ନିର୍ମାଣାଧୀନ ବିଲ୍ଡିଂର ଯାଞ୍ଚ କରିବେ। କୌଣସି ତ୍ରୁଟି ବିଚ୍ୟୁତି ଧରାପଡ଼ିଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ। କାଟି ଦିଆଯିବ ବିଦ୍ୟୁତ୍, ପାଣି ଓ ସ୍ବରେଜ୍ ସଂଯୋଗ। ଦଖଲ ପ୍ରମାଣପତ୍ର ବା ଅକୁପାନ୍ସୀ ସାର୍ଟିଫିକେଟ ପ୍ରଦାନ ପ୍ରକ୍ରିୟାକୁ ସ୍ଥଗିତ ରଖାଯିବ।
ସେହିପରି OC ଇସ୍ୟୁ ପରେ ନିୟମ ଉଲ୍ଲଂଘନ କଲେ ନିର୍ମାଣକାରୀ ଓ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ବି ହେବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ଅନଧିକୃତ ନିର୍ମାଣ ହୋଇଥିଲେ ଟ୍ରେଡ୍ ଲାଇସେନ୍ସ ମିଳିବନି। OC ନଥିଲେ ଋଣ ମଞ୍ଜୁର ହେବନି। ରାଜ୍ୟ ସରକାରଙ୍କ ନୂଆ ନିୟମକୁ କ୍ରେତା ଓ ରିଅଲ୍ ଇଷ୍ଟେଟ କର୍ମୀ ସ୍ବାଗତ କରିଛନ୍ତି। ...
ବିଭିନ୍ନ ସମୟରେ ବିଲଡରଙ୍କ ମନମାନୀ ଯୋଗୁଁ ଶୋଷଣର ଶିକାର ହେଉଥିଲେ କ୍ରେତା। କେତେବେଳେ ନିର୍ମାଣରେ ବିଳମ୍ବ ତ କେବେ ଠିକ ସମୟରେ ଘର ହସ୍ତାନ୍ତର ହେଉ ନଥିଲା। କେଉଁଠି ବେଆଇନ ଭାବରେ ହେଉଥିଲା ପ୍ରକଳ୍ପ ନିର୍ମାଣ। ଅଗ୍ରୀମ ଟଙ୍କା ନେଇ ବିଲଡର ସଂସ୍ଥା ମାଲେମାଲେ ହେଉଥିବା ବେଳେ ହଇରାଣରେ ପଡୁଥିଲେ କ୍ରେତା। ନୂଆ ନିୟମ ଏବେ ମନମାନୀ ଉପରେ ଅଙ୍କୁଶ ଲଗାଇବ। ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଆଗକୁ ନିୟମକୁ ଆହୁରି କଡ଼ାକଡ଼ି କରାଯିବ। ...
ରିୟଲ ଇଷ୍ଟେଟ କ୍ଷେତ୍ରରେ ସଂସ୍କାର ଆଣିବାକୁ କଡ଼ା ଗାଇଡଲାଇନ ରହିଥିଲେ ବି ଅନୁପାଳନ କରୁନାହାନ୍ତି ବିଲଡର। ଯାହାକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିବା ସହ ବେଆଇନ ଓ ଅନଧିକୃତ ନିର୍ମାଣ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।
SC Direction: ଅଧିକ ୪ ବର୍ଷ ୮ ମାସ ଜେଲରେ ରହିବାକୁ ପଡ଼ିଲା; ସୁପ୍ରିମକୋର୍ଟ ଦେଲେ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ନିର୍ଦ୍ଦେଶ

Berhampur Admin Launches Eviction: ପୂଜା ପୂର୍ବରୁ ଅପରାଧ ମୁକ୍ତ ହେବ ବ୍ରହ୍ମପୁର; ସହରରେ ବୁଲିଲା ବୁଲଡୋଜର୍...

Pitru Paksha Begins: ପିତୃପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡଦାନ; ମହୋଦଧିରେ ଶ୍ରଦ୍ଧାଳୁଙ୍କ ଭିଡ଼...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)