Advertisment

ସରବଜିତ୍ ସିଂ ହତ୍ୟାକାରୀକୁ ହତ୍ୟା, ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ଟଳିଲା ଅଣ୍ଡର ୱାର୍ଲ୍ଡ ଡନ୍‌

ଆମୀର ସରଫରାଜ, ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ଏବେ ତାକୁ କେହି ଅଜ୍ଞାତ ଲୋକ ହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Sarbjit Singh

Sarbjit Singh

ସରବଜିତଙ୍କ ହତ୍ୟାକାରୀକୁ ହତ୍ୟା କଲେ ଦୁର୍ବୃତ୍ତ। ପାକିସ୍ତାନ ଲାହୋରରେ ଅଜ୍ଞାତ ଆକ୍ରମଣକାରୀମାନେ ଅଣ୍ଡର ୱାର୍ଲ୍ଡ ଡନ୍ ଆମୀର ସରଫରାଜକୁ ହତ୍ୟା କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆମୀର ସରଫରାଜ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ISIର ନିର୍ଦ୍ଦେଶରେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ ସରବଜିତଙ୍କୁ ହତ୍ୟା କରିଥିଲା । ଆମୀର ସରଫରାଜ, ସରବଜିତଙ୍କ ମୁହଁକୁ ପଲିଥିନରେ ବାନ୍ଧିବା ସହ ଜେଲରେ ପିଟିପିଟି ହତ୍ୟା କରିଥିଲା। ଏବେ ତାକୁ କେହି ଅଜ୍ଞାତ ଲୋକ ହତ୍ୟା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

Advertisment

ଅଗଷ୍ଟ ୩୦, ୧୯୯୦ରେ ସରବଜିତ୍ ଅଜାଣତରେ ପାକିସ୍ତାନ ସୀମାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭାରତୀୟ ଦୂତଚର ଭାବି ପାକିସ୍ତାନ ସେନା ଗିରଫ କରିଥିଲା। ୨୦୧୩ରେ ଜେଲରେ ତାଙ୍କୁ ଆକ୍ରମଣ କଯାଇଥିଲା। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଲାହୋର ଏବଂ ଫୈସଲାବାଦରେ ବୋମା ବିସ୍ଫୋରଣରେ ଅଭିଯୁକ୍ତ ସଜାଇ ସରବଜିତ ସିଂ ଜେଲରେ ରଖିଥିଲେ । ଏହି ବୋମା ବିସ୍ଫୋରଣରେ ୧୪ ଜଣ ମୃତ୍ୟୁବରଣ କରିଥିଲେ। । ତେବେ ଜେଲରେ ଥିବା ସମୟରେ ୨୦୧୩ରେ ତାଙ୍କୁ ଆକ୍ରମଣ କଯାଇଥିଲା। ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

Pakistan
Advertisment
Advertisment