Advertisment

ହଠାତ୍‌ ଚମକିଲା ଆକାଶ, ଲୋକେ ଦେଖି ଭୟଭୀତ...ଭିଡିଓ ଭାଇରାଲ୍‌

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍‌, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍‌ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।

author-image
Rajalaxmi Sahoo
Chinese Rocket Debris Lights Up Night Sky

Chinese Rocket Debris Lights Up Night Sky

ଅଧିକାଂଶ ଲୋକ ଶନିବାର ଦିନ ସୋସିଆଲ୍‌ ମିଡିଆରେ ଉଲ୍‌କା ବର୍ଷା(Meteor showers) ଭିଡିଓ ଶେଆର କରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଲାଲ୍‌, ନୀଳ ଓ ହଳଦିଆ ରଙ୍ଗର ଚମକ ଭଳି ଦିଶୁଥିବା ଏକ ଜିନିଷ ଆକାଶରେ ଅତିକ୍ରମ କରୁଛି। କିଛି ଲୋକ ହଠାତ୍‌ ଏହା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। 

Advertisment

ପ୍ରକୃତରେ ଏହା ଉଲ୍‌କା ବର୍ଷା ନଥିଲା। ବରଂ ଏହା ଭାରତ ମହାସାଗରରେ ପ୍ରବେଶ କରିଥିବା ଚୀନ ରକେଟ୍‌ର ଭଗ୍ନାବଶେଷ ଥିଲା। ଯାହା ଜଳୁଥିବା ଦେଖିବାକୁ ମିଳିଥିଳା। ସେପଟେ ଗୁଜବ ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇ ୟୁଏସ୍ ସ୍ପେସ୍‌ କମାଣ୍ଡ ଟ୍ୱିଟ୍‌ କରିଛି, ‘USSPACECOM ସ୍ପଷ୍ଟ କରୁଛି ଯେ, ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା (PRC) ଲଙ୍ଗ୍‌ ମାର୍ଚ 5B (CZ-5B) ଭାରତ ମହାସାଗରରେ ପ୍ରବେଶ କରିଛି। ଅଧିକ ତଥ୍ୟ ପାଇଁ PRCକୁ ରେଫର୍‌ କରନ୍ତୁ।’

Advertisment


— U.S. Space Command (@US_SpaceCom) July 30, 2022

ସୂଚନାଥାଉ କି, ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆରେ ହଜାର ହଜାର ଲୋକ ଶନିବାର ରାତିରେ ଦେଖିବାକୁ ପାଇଥିଲେ ଆକାଶରେ ଚମକ କରୁଥିବା କିଛି ଜିନିଷ ଆକାଶରେ ଅତିକ୍ରମ କରୁଛି। ଏହା ଉଲ୍‌କା ବର୍ଷା ଭାବି କିଛି ଲୋକ ଏହି ଦୃଶ୍ୟ ମୋବାଇଲରେ କଏଦ କରିଥିଲେ। ଲୋକଙ୍କ ଏହି ଭ୍ରାନ୍ତ ଧାରଣାକୁ ଦୂର କରିବା ପାଇଁ ମହାକାଶଚାରୀ ଏବଂ ବୈଜ୍ଞାନିକମାନେ ବୟାନ ଜାରି କରିଥିଲେ। ନାସାର ମହାକାଶଚାରୀ Chris Hadfield ଟ୍ୱିଟ୍ କରି କହିଛନ୍ତି, "ଏଭଳି ଲାଗୁଛି ଚୀନର ଏହି ରକେଟ୍‌ ମାଲେସିଆ ଉପରେ ଜଳି ଯାଇଥିଲା। ବର୍ତ୍ତମାନ କେଉଁ ବଡ଼ ଖଣ୍ଡ ପୃଥିବୀ ଉପରେ ପଡ଼ିଛି ତାକୁ ଦେଖିବାକୁ ବାକି ରହିଲା’।

China Manned Space Agency (CMSA) ଅନୁସାରେ, ଚୀନରେ ଜୁଲାଇ ୨୪ ତାରିଖରେ ୨୩ ଟନ୍‌  ଲଙ୍ଗ୍‌ ମାର୍ଚ 5B Y3 ରକେଟ୍‌ ଲଞ୍ଚ୍‌ କରିଥିଲା। 

Viral Video Chinese Rocket
Advertisment
Advertisment