Advertisment

ଫେକ୍‌ ଭ୍ୟୁଜ୍‌ ପାଇଁ କିଣିଲେ ୪,୬୦୦ ଫୋନ୍‌, ୪ ମାସରେ ରୋଜଗାର କଲେ ୩.୪ କୋଟି

ଚୀନ୍‌ର ସେହି ବ୍ୟକ୍ତି ଜଣକ ଲାଇଭ୍‌ ଷ୍ଟ୍ରିମ୍‌ରେ ଅଧିକ ଟ୍ରାଫିକ୍‌ ରଖିବା ପାଇଁ ହଜାର ହଜାର ଫୋନ୍‌ ବ୍ୟବହାର କରିଥିଲେ । ଯାହାଦ୍ୱାରା ଫେକ୍‌ ଭ୍ୟୁଜ୍‌ ସୃଷ୍ଟି ହୋଇପାରିବ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Fake views

Fake views

ଆଜିର ସମୟରେ, ୟୁଟ୍ୟୁବ୍ ରୋଜଗାରର ଏକ ଭଲ ଉତ୍ସ ହୋଇପାରିଛି । ଅନେକ କଣ୍ଟେଣ୍ଟ୍‌ କ୍ରିଏଟର୍ସ ଏହି ପ୍ଲାଟଫର୍ମରୁ ଗୋଟିଏ ଦିନରେ ଏତେ ରୋଜଗାର କରୁଛନ୍ତି ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ତେବେ ୟୁଟ୍ୟୁବ୍‌ର ଟଙ୍କା ରୋଜଗାର କରିବା ପାଇଁ ୟୁଟ୍ୟୁବ ଏଥିପାଇଁ କିଛି ସର୍ତ୍ତ ରଖିଛି। ଉଦାହରଣ ସ୍ୱରୂପ, ଆପଣଙ୍କର ଚ୍ୟାନେଲରେ ଅତି କମ୍‌ରେ ୧୦୦୦ ସବ୍‌ସ୍କ୍ରାଇବର୍‌ ଏବଂ ଗୋଟିଏ ବର୍ଷରେ ୪ ହଜାର ଘଣ୍ଟାରୁ ଅଧିକ ଭ୍ୟୁଜ୍‌ ହୋଇଥିବା ଆବଶ୍ୟକ । ଏହି ସର୍ତ୍ତ ପୂରଣ ହେବା ପରେ ହିଁ ଆପଣଙ୍କ ଚ୍ୟାନେଲ୍‌ ମନିଟାଇଜେସନ୍‌ ହୋଇପାରିବ । କିନ୍ତୁ ଚୀନ୍‌ର ଜଣେ ଅଧିକ ଭ୍ୟୁଜ୍‌ ପାଇଁ ଏମିତି ଏକ କାମ କରିଛନ୍ତି ଯେଉଁଥି ପାଇଁ ସେ ଏବେ ଜେଲର ଚାରି କାନ୍ଥ ମଧ୍ୟରେ ଅଛନ୍ତି।

Advertisment

ଚୀନ୍‌ର ସେହି ବ୍ୟକ୍ତି ଜଣକ ଲାଇଭ୍‌ ଷ୍ଟ୍ରିମ୍‌ରେ ଅଧିକ ଟ୍ରାଫିକ୍‌ ରଖିବା ପାଇଁ ହଜାର ହଜାର ଫୋନ୍‌ ବ୍ୟବହାର କରିଥିଲେ । ଯାହାଦ୍ୱାରା ଫେକ୍‌ ଭ୍ୟୁଜ୍‌ ସୃଷ୍ଟି ହୋଇପାରିବ । ଏମିତି କରି ସେ ଚାରି ମାସରେ ୪.୧୫ ଲକ୍ଷ ଡଲାର (ପ୍ରାୟ ୩.୪ କୋଟି ଟଙ୍କା) ରୋଜଗାର କରିଥିଲେ । ତେବେ ଏମିତି କରି ସେହି ବ୍ୟକ୍ତି ଏବେ ଜେଲରେ ।

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ ଚୀନ୍‌ର ୱାଙ୍ଗ୍‌ ନାମକ ବ୍ୟକ୍ତି ବେଆଇନ୍‌ ଭାବେ ବ୍ୟବସାୟ ଚଲାଉଥିବାରୁ ତାଙ୍କୁ ୧୩ ମାସର ଜେଲ ଦଣ୍ଡାଦେଶ ହେବା ସହ ତାଙ୍କୁ ୭ ହଜାର ଡଲାର ଜରିମାନା କରାଯାଇଛି ।

Advertisment

ଅଭିଯୋଗ ହୋଇଛି ଯେ ଲାଇଭ-ଷ୍ଟ୍ରିମ୍‌ ଦର୍ଶକଙ୍କ ସଂଖ୍ୟା ବଢ଼ାଇବାକୁ ୱାଙ୍ଗ ନିଜେ ୪,୬୦୦ ଫୋନ୍‌ ଚଳାଉଥିଲେ ଏବଂ ୪ ମାସ ମଧ୍ୟରେ ୪ ଲକ୍ଷ ଡଲାରରୁ ଅଧିକ ରୋଜଗାର କରିଥିଲେ । ରିପୋର୍ଟ ଅନୁଯାୟୀ, ୱାଙ୍ଗ ୨୦୨୨ ଶେଷରେ ତାଙ୍କ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କର ଜଣେ ବନ୍ଧୁ ୱାଙ୍ଗଙ୍କୁ 'ବ୍ରୁଶିଂ' ବିଷୟରେ କହିଥିଲେ । ଏହି ଶବ୍ଦ ଫେକ୍‌ ରିଅଲ୍-ଟାଇମ୍ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହୁଏ । ଯାହା ଅଧୀନରେ ଭ୍ୟୁଜ୍‌ କାଉଣ୍ଟ୍‌, ଲାଇକ୍‌ ଓ କମେଣ୍ଟ ଆଦି ରହିଥାଏ।

ଏହି ସ୍କାମକୁ କାର୍ଯ୍ୟକାରୀ କରିବା ପାଇଁ ୱାଙ୍ଗ କ୍ଲାଉଡ୍ ସଫ୍ଟୱେର୍ ଦ୍ୱାରା ନିୟନ୍ତ୍ରିତ ୪,୬୦୦ ମୋବାଇଲ୍ ଫୋନ୍ କିଣିଥିଲେ । ୱାଙ୍ଗ ଏକ ଟେକ୍ କମ୍ପାନୀରୁ ରାଉଟର ଏବଂ ସୁଇଚ୍‌ର ଭଳି VPN ସେବା ଏବଂ ନେଟୱର୍କ ଉପକରଣ ମଧ୍ୟ କିଣିଥିଲେ। ଏହା ମାଧ୍ୟମରେ ସେ ସମସ୍ତ ୪ ହଜାର ୬୦୦ ମୋବାଇଲ୍ ଫୋନ୍‌କୁ କେବଳ କିଛି କ୍ଲିକରେ ବ୍ୟବହାର କରିବାରେ ସକ୍ଷମ ହୋଇଥିଲେ ଏବଂ ଲାଇଭ୍ ଷ୍ଟ୍ରିମିଂ ସମୟରେ ଭ୍ୟୁଜ୍‌ ଇଣ୍ଟାରେକ୍ସନ୍‌ ବୃଦ୍ଧି ପାଇଁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିଥିଲେ ।

ତେବେ ୱାଙ୍ଗ ଏତେ ସଂଖ୍ୟକ ଫୋନ୍‌ କେଉଁଠାରୁ କିଣିଥିଲା ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ତେବେ ଏହି ମାମଲା ସହ ଜଡିତ ଲୋକମାନେ କହିଛନ୍ତି ଯେ ଏହି ମୋବାଇଲ୍ ଫୋନ୍ ରିସାଇକ୍ଲିଂ ବଜାରରୁ କିଣା ଯାଇଥାଇପାରେ । ୱାଙ୍ଗଙ୍କ ବ୍ୟତୀତ ଅନ୍ୟ ୧୭ ଜଣଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ସମସ୍ତଙ୍କ ବିରୋଧରେ ନିୟମ ଭାଙ୍ଗିବା ଏବଂ ଲାଭ ପାଇବା ପାଇଁ ଅନ୍ୟାୟ ଉପାୟ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।

China Social Media
Advertisment
Advertisment