Advertisment

India Pakistan Missile Strength: ଭାରତର କ୍ଷେପଣାସ୍ତ୍ର ଟାର୍ଗେଟରେ ପୂରା ପାକିସ୍ତାନ, ନିମିଷକେ ଧ୍ବଂସ କରିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍

ଭାରତର କ୍ଷେପଣାସ୍ତ୍ରର ଟାର୍ଗେଟରେ ଏବେ ପୁରା ପାକିସ୍ତାନ । ଗୋଟିଏ ସେକେଣ୍ଡରେ ବିଶ୍ୱ ନକ୍ସାରୁ ସବୁଦିନ ପାଇ ଲିଭିଯିବ ପାକିସ୍ତାନ । ତେବେ ସେମିତି ଦେଖିବାକୁ ଗଲେ ଉଭୟ ଦେଶ ପାଖରେ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି । ତେବେ କାହା ମିସାଇଲରେ କେତେ ଦମ୍ ଆସନ୍ତୁ ଜାଣିବା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Pakistan vs India

କାହାର କ୍ଷେପଣାସ୍ତ୍ର ଶକ୍ତିଶାଳୀ ?

ପାକିସ୍ତାନକୁ ଛାନିଆ କଲାଣି ଭାରତୀୟ କ୍ଷେପଣାସ୍ତ୍ର । ଏକ ସେକେଣ୍ଡରେ ନକ୍ସାରୁ ଉଭେଇ ଯିବ ପାକିସ୍ତାନ । ନିମିଷକେ ପାକ୍‌ ମାଟିରେ ବିଧ୍ବଂସ ରଚିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରକ୍ତ ଚାଉଳ ଚୋବାଉଛି ଭାରତ । ଖୁନର ବଦଲା ଖୁନରେ ନେବାକୁ ପ୍ରସ୍ତୁତ ହେଲାଣି ଇଣ୍ଡିଆନ ଆର୍ମି । ଭାରତର କ୍ଷେପଣାସ୍ତ୍ରର ଟାର୍ଗେଟରେ ଏବେ ପୁରା ପାକିସ୍ତାନ । ଗୋଟିଏ ସେକେଣ୍ଡରେ ବିଶ୍ୱ ନକ୍ସାରୁ ସବୁଦିନ ପାଇ ଲିଭିଯିବ ପାକିସ୍ତାନ । ତେବେ ସେମିତି ଦେଖିବାକୁ ଗଲେ ଉଭୟ ଦେଶ ପାଖରେ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି । ତେବେ କାହା ମିସାଇଲରେ କେତେ ଦମ୍ ଆସନ୍ତୁ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ଲାଗୁ ହେଲା ନୂଆ ନିୟମ; ଆଜିଠୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ

ପାକିସ୍ତାନ ପାଖରେ ଭାରତର ଘୋରୀ, ଶାହିନ ଭଳି କ୍ଷେପଣାସ୍ତ୍ର ଅଛି । ସେପଟେ ଭାରତ ପାଖରେ ଅଗ୍ନି, ପୃଥ୍ୱୀ, ବ୍ରହ୍ମୋସ ଭଳି ଶକ୍ତିଶାଳୀ କ୍ଷେପଣାସ୍ତ୍ର ଅଛି । ଯାହା ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ସକ୍ଷମ । ପାକିସ୍ତାନ ଏପରି କ୍ଷେପଣାସ୍ତ୍ର ହାସଲ କରିଛି ଯାହା ସାହାଯ୍ୟରେ ସେ ଭାରତର କିଛି ଅଂଶ ଉପରେ ଆକ୍ରମଣ କରିପାରିବ । ହେଲେ ଭାରତର ଅଗ୍ନି ଏବଂ ପୃଥ୍ୱୀ ପରି କ୍ଷେପଣାସ୍ତ୍ର ସମଗ୍ର ପାକିସ୍ତାନକୁ ଧ୍ୱଂସ କରିଦେବାର କ୍ଷମତା ରଖିଛି । ଭାରତ ସରକାରୀ ସଂଗଠନ DRDO ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିର୍ମାଣ କରିଛି । ଏହା ବ୍ୟତୀତ ପାକିସ୍ତାନ ପାଖରେ ବର୍ତ୍ତମାନ ଏପରି ପ୍ରତିରକ୍ଷା ପ୍ରଣାଳୀ ନାହିଁ ଯାହା ସାହାଯ୍ୟରେ ସେ ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ଅଟକାଇପାରିବ ।

ପାକିସ୍ତାନୀ କ୍ଷେପଣାସ୍ତ୍ର

ପାକିସ୍ତାନ ପାଖରେ ଘୌରୀ-୧ କ୍ଷେପଣାସ୍ତ୍ର ଅଛି, ଯାହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୧୦୦ କିଲୋମିଟର । ସେହିପରି ଘୌରୀ-୨ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୧୮୦୦ ରୁ ୨୦୦୦ କିଲୋମିଟର । ଏହା ବ୍ୟତୀତ ପାକିସ୍ତାନ ପାଖରେ ଶାହିନ-୧ ଅଛି, ଯାହା ୭୫୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ରଖେ । ସେହିପରି ଶାହିନ-୨ ଏବଂ ୩ର ଲକ୍ଷ୍ୟଭେଦ କ୍ଷମତା ଯଥାକ୍ରମେ ୨୦୦୦ କିଲୋମିଟର ଏବଂ ୨୭୫୦ କିଲୋମିଟର ରହିଛି ।

Advertisment

ଭାରତୀୟ କ୍ଷେପଣାସ୍ତ୍ର

ଭାରତର ପୃଥ୍ୱୀ-୧ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୫୦ କିଲୋମିଟର । ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ରହିଛି ୨୫୦-୩୫୦ କିଲୋମିଟର, ଯାହାକୁ ବାୟୁସେନା ବ୍ୟବହାର କରେ । ପୃଥ୍ୱୀ-୩ର ଲକ୍ଷ୍ୟଭେଦ କ୍ଷମତା ୩୫୦ କିଲୋମିଟରରୁ ଅଧିକ। ସେହିପରି ଭାରତ ପାଖେ ବିଧ୍ୱଂସୀ ଅଗ୍ନି କ୍ଷେପଣାସ୍ତ୍ର ଅଛି । ଯାହା ପରମାଣୁ ଅସ୍ତ୍ର ପକାଇବା ପାଇଁ ଡିଜାଇନ୍ କରାଯାଇଛି । ଏହା ସରଫେସ ଟୁ ଏୟାର ମିସାଇଲ ଏବଂ ଦୀର୍ଘ ଦୂରଗାମୀ ଆକ୍ରମଣ ପାଇଁ ଡିଜାଇନ୍ କରାଯାଇଛି। ଅଗ୍ନି-୧ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭୦୦ କିଲୋମିଟର, ଅଗ୍ନି-୩ର ୨୦୦୦ କିଲୋମିଟରରୁ ଅଧିକ ।

ସେହିପରି ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୪୦୦୦ କିଲୋମିଟର। ଅଗ୍ନି-୫ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର । ଯାହାର ଲକ୍ଷ୍ୟଭେଦ କ୍ଷମତା ରହିଛି ୫୦୦୦ କିଲୋମିଟରରୁ ଅଧିକ । ଏହା ବ୍ୟତୀତ, ଭାରତ ଅଗ୍ନି-ପ୍ରାଇମ୍ ତିଆରି କରୁଛି, ଯାହା ପରବର୍ତ୍ତୀ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେବ ଏବଂ ଭାରତ ଅଗ୍ନି-୬ ମଧ୍ୟ ତିଆରି କରୁଛି, ଯାହା ଏପର୍ଯ୍ୟନ୍ତ ବିକାଶାଧୀନ ଅଛି। ଏହାଛଡା ଭାରତ ପାଖରେ ସୁପରସୋନିକ କ୍ରୁଜ୍‌ ମିସାଇଲ ବ୍ରହ୍ମୋସ ମଧ୍ୟ ରଖିଛି ।

ଭାରତର କ୍ଷେପଣାସ୍ତ୍ର ପରମାଣୁ ଆକ୍ରମଣ କରିବାକୁ ମଧ୍ୟ ସକ୍ଷମ । ଏହା ୫୦୦ ରୁ ୧୫୦୦ କିଲୋଗ୍ରାମ ପରମାଣୁ ଏବଂ ପାରମ୍ପରିକ ଅସ୍ତ୍ର ବହନ କରିପାରିବ । ପାକିସ୍ତାନର କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟ ସମାନ ପେଲୋଡ୍ ବହନ କରିପାରିବ, କିନ୍ତୁ ସେମାନଙ୍କର ବୈଷୟିକ ସଠିକତା ଏବଂ ନିର୍ଭରଯୋଗ୍ୟତା ଭାରତ ତୁଳନାରେ କମ୍ ।

ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ବିଗ୍ ପ୍ଲାନ, ଛାନିଆ ହେଲାଣି ପାକିସ୍ତାନ... ଡରି ମରି ବଞ୍ଚୁଛି ଇସଲାମାବାଦ

India Missile Pakistan Pahalgam Terrorist Attack
Advertisment
Advertisment