Advertisment

India Pakistan Tensions After Pahalgam Attack: ଡରି ଡରି ବଞ୍ଚୁଛି ପାକିସ୍ତାନ, ISI ଚିଫଙ୍କୁ NSA ଦାୟିତ୍ବ ଦେଲେ ପାକ୍ ପ୍ରଧାନମନ୍ତ୍ରୀ

ପାକିସ୍ତାନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା-NSAଭାବରେ ନିଯୁକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ISI ଚିଫଙ୍କୁ ପାକ୍ NSA ଦାୟିତ୍ବ

ISI ଚିଫଙ୍କୁ ପାକ୍ NSA ଦାୟିତ୍ବ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ପ୍ରତି ମୁହୂର୍ତ୍ତରେ ଡରି ଡରି ବଞ୍ଚୁଛି । ଆଶଙ୍କା କରୁଛି ଯେକୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିପାରେ । ଦୁଇ ଦେଶ ଭିତରେ ଉତ୍ତେଜନା ବଢୁଥିବା ବେଳେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର କୁଆଡ଼େ ଫେରାର ଅଛନ୍ତି । ଏଭଳି ସ୍ଥିତିରେ ପାକିସ୍ତାନ ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମଲିକଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା-NSAଭାବରେ ନିଯୁକ୍ତ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫ ।

Advertisment

ଅଧିକ ପଢ଼ନ୍ତୁ: ଭାରତର କ୍ଷେପଣାସ୍ତ୍ର ଟାର୍ଗେଟରେ ପୂରା ପାକିସ୍ତାନ, ନିମିଷକେ ଧ୍ବଂସ କରିବେ ବ୍ରହ୍ମୋସ ଓ ଅଗ୍ନି ମିସାଇଲ୍

୨୦୨୨ ଏପ୍ରିଲରେ ମୋଇଦ ୟୁସୁଫଙ୍କ ପରଠାରୁ ପାକିସ୍ତାନରେ NSA ନଥିଲେ । ଅସୀମ ମଲିକ ୨୦୨୪ ସେପ୍ଟେମ୍ବରରୁ ISI ମୁଖ୍ୟ ରହିଛନ୍ତି । ଏବେ ତାଙ୍କୁ ଦୁଇଟି ଦାୟିତ୍ୱ ତୁଲାଇବାକୁ ପଡ଼ିବ । ଏନ୍‌ଏସ୍‌ଏ ଭାବରେ ଅସୀମ ମଲିକଙ୍କ ନିଯୁକ୍ତି ଏମିତି ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ଭୟରେ ଛାନିଆ ହୋଇଛି ।

Advertisment

ସେପଟେ ଭାରତର ବିଗ୍ ପ୍ଲାନରେ ଛାନିଆ ହୋଇଯାଇଛି ପାକିସ୍ତାନ । ଅଚାନକ ଆଟାକ୍ କରିଦେବ କି ଭାରତ ? ଡରି ମରି ବଞ୍ଚୁଛି ଇସଲାମାବାଦ । ନିଦ ହଜି ଯାଇଛି, ଦିଲ୍ଲୀରେ କ’ଣ ଚାଲିଛି ଟିକିନିଖି ଖବର ରଖୁଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି, ଶତ୍ରୁ ବିପକ୍ଷରେ ବଡ଼ ଆକ୍ସନ ନେବାକୁ ତିନି ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିବା ପରେ ନିଦ ଉଡ଼ିଯାଇଛି ପାକିସ୍ତାନର ।

ମଙ୍ଗଳବାର ରାତି ସାଢ଼େ ଗୋଟାଏ । ହଠାତ୍ ପାକ୍ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର କରିଥିଲେ ପ୍ରେସମିଟ୍- ଯେଉଁଥିରେ ୨୪ରୁ ୩୬ ଘଣ୍ଟା ଭିତରେ ଭାରତ ମିଲିଟାରୀ ଷ୍ଟ୍ରାଇକ୍ କରିପାରେ ବୋଲି ଶଙ୍କା ପ୍ରକାଶ କରିଥିଲେ । ଏମିତିକି ଭାରତୀୟ ସେନାର ହମଲା ନେଇ ତାଙ୍କ ପାଖରେ ବିଶ୍ବାସଯୋଗ୍ୟ ଗୁଇନ୍ଦା ତଥ୍ୟ ଥିବା ମଧ୍ୟ ଦାବି କରିଥିଲେ । ତେବେ ସାମ୍ବାଦିକ ସମ୍ମିଳନୀରେ ତରାରଙ୍କ କଥାରୁ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା ଆତଙ୍କବାଦକୁ ନେଇ ପାକିସ୍ତାନର ଦୋମୁହାଁ ନୀତି । ତରାର କହିଥିଲେ- ତାଙ୍କ ଦେଶ ନିଜେ ଆତଙ୍କବାଦ କବଳରେ ପୀଡ଼ିତ ।

ଅଧିକ ପଢ଼ନ୍ତୁ: ପହଲଗାମ ଆତଙ୍କୀ ହମଲା; ଆଜି ସୁପ୍ରିମକୋର୍ଟରେ ଶୁଣାଣି

NSA Pakistan Pahalgam Terrorist Attack
Advertisment
Advertisment