• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଫଗାନିସ୍ତାନରେ ଆଜି ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରଥମେ ୧୨.୧୧ ସମୟରେ ରିକ୍ଟର ସ୍କେଲରେ ୬.୧ ତୀବ୍ରତାଯୁକ୍ତ ଭୂମିକମ୍ପ ରେକର୍ଡ କରାଯାଇଥିଲା । ତା’ପରେ ୧୨.୧୯ ଓ ୧୨.୪୨ରେ ଯଥାକ୍ରମେ ୫.୬ ଓ ୬.୨ ତୀବ୍ରତାଯୁକ୍ତ ଭୂମିକମ୍ପ ରେକର୍ଡ କରାଯାଇଥିଲା । ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି । ଏପର୍ଯ୍ୟନ୍ତ ଭୂମିକମ୍ପରେ କୌଣସି ଜନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇଥିବାର ସୂଚନା ନାହିଁ ।

ପୃଥିବୀର ଆଭ୍ୟନ୍ତୀଣ ଅଞ୍ଚଳରେ କୌଣସି କାରଣରୁ କିଛି ପରିବର୍ତ୍ତନ ଘଟିଲେ, ଭୂପୃଷ୍ଠରେ କମ୍ପନ ଆରମ୍ଭ ହୋଇଥାଏ । ଭୂମିକମ୍ପର ମୁଖ୍ୟ କାରଣ ହେଉଛି ପୃଥିବୀ ତଳେ ଥିବା ପ୍ଲେଟଗୁଡିକ । ଏହା ଏକ ମନ୍ଥର ଗତିରେ ଘୂର୍ଣ୍ଣନ କରେ । ପ୍ରତିବର୍ଷ ଏହି ପ୍ଲେଟଗୁଡିକ ସେମାନଙ୍କ ସ୍ଥାନରୁ ୪-୫ ମିଲିମିଟର ସ୍ଥାନାନ୍ତରିତ ହୁଏ । ଏହି ସମୟ ମଧ୍ୟରେ କିଛି ପ୍ଲେଟ୍ ଅନ୍ୟ ଠାରୁ ଦୂରେଇ ଯାଏ କିମ୍ବା କିଛି ନୂର ଖସିଯାଏ । ଆଉ ସେହି ସମୟ ମଧ୍ୟରେ ପ୍ଲେଟ ଧକ୍କା ହେତୁ ଭୂମିକମ୍ପ ଘଟିଥାଏ । ଭୂମିକମ୍ପ ପ୍ରଭାବରେ ବନ୍ୟା, ଭୂସ୍ଖଳନ ଓ ସୁନାମୀର ଅନେକ ଆଶଙ୍କା ରହିଥାଏ ।

ରିକ୍ଟର ସ୍କେଲ ଦ୍ୱାରା ଭୂମିକମ୍ପ ମାପ କରାଯାଏ । ରିକ୍ଟର ସ୍କେଲରେ ୧ ରୁ ୯ ମଧ୍ୟରେ ଭୂକମ୍ପ ମାପ କରାଯାଏ । ଭୂକମ୍ପର ମାତ୍ରାକୁ ଏହାର କେନ୍ଦ୍ର ଠାରୁ ମପା ଯାଏ । ରିକଟର ସ୍କଲରେ ତୀବ୍ରତା ୭ରୁ ଅଧିକ ହେଲେ ଅନେକ କ୍ଷୟକ୍ଷତି ହୋଇଥାଏ ।

ଭୂମିକମ୍ପର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ଆଗ୍ନେୟଗିରି ଉଦଗୀରଣ, ଉଲକାର ସଂଘର୍ଷ ଆଦି ହେଲେ ମଧ୍ୟ ଭୂମିକମ୍ପ ହୋଇଥାଏ ।