• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମିଡିଲ ଇଷ୍ଟରେ ପୁଣି ଯୁଦ୍ଧର ଘନଘଟା । ଇସ୍ରାଏଲ ଉପରେ ଆତଙ୍କବାଦୀ ସଂଗଠନ ହମାସର ଘନ ଘନ ରକେଟ ମାଡ଼ । ଅଧ ଘଣ୍ଟା ଭିତରେ ହମାସ ୫ ହଜାର ରକେଟ ମାଡ଼ କରିଥିବାର ସୂଚନା ମିଳିଛି । ଏପରିକି ପାରା ଗ୍ଲାଇଡ୍ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି । ହମାସ ତରଫରୁ ଏହି ସାମରିକ ଅଭିଯାନର ନାଁ ରଖାଯାଇଛି ଅପରେସନ ଅଲ୍ ଅକସା ଫ୍ଲଡ୍ ।

ଏହା ପରେ ଇସ୍ରାଏଲ ତରଫରୁ ହମାସ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି । ଗାଜା ଷ୍ଟ୍ରିପ୍‌ରୁ ଭୟାବହ ରକେଟ୍‌ ଆକ୍ରମଣ ହେବାରୁ ଇସ୍ରାଏଲ୍‌ ‘ଷ୍ଟେଟ୍‌ ଅଫ୍‌ ୱାର୍‌’ ବା ‘ଯୁଦ୍ଧ ପରିସ୍ଥିତି’ ଘୋଷଣା କରିଥିବା ସୂଚନା ମିଳିଛି।

 

ସେନା ଓ ଇଣ୍ଟିଲିଜେସନ୍ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସ୍ଥିତିର ସମୀକ୍ଷା କରିବାକୁ ଖୁବ ଶୀଘ୍ର ଏକ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ। ହମାସକୁ ଏହି ଆକ୍ରମଣ ବହୁତ ମହଙ୍ଗା ପଡ଼ିବ ଓ ତାକୁ ଉଚିତ ଶିକ୍ଷା ଦିଆଯିବ ବୋଲି କହିଛି ଇସ୍ରାଏଲ । ନିଜ ନାଗରିକଙ୍କୁ ସୁରକ୍ଷା ଦେବାକୁ ଯେ କୌଣସି ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି। ୨୦୦୭ରେ ଗାଜାକୁ ଦଖଲ କରିଥିଲା ହମାସ । ଗାଜାର ଲୋକଙ୍କ ପାଇଁ ଇସ୍ରାଏଲ ସୀମା ସିଲ୍ କରିବା ପରେ ଉଭୟ ପକ୍ଷ ମଧ୍ୟରେ ଦେଖା ଦେଇଛି ଉତ୍ତେଜନା । କେବଳ ଏହି ବର୍ଷ ୨୪୭ ପାଲେଷ୍ଟାଇନ ନାଗରିକ, ୩୨ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହେଲାଣି ।