/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696673857.jpg)
India men's cricket won gold
ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଏସିଆନ୍ ଗେମ୍ସ ପୁରୁଷ କ୍ରିକେଟରେ ଗୋଲ୍ଡ ମେଡାଲ ଜିତିଲା ଭାରତ । ଆଫଗାନିସ୍ତାନ ବିପକ୍ଷ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ବାତିଲ୍ ହୋଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି । କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତ ୨୭ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୨ ପଦକରେ ପହଞ୍ଚିଛି।
Well done #TeamIndia! 🇮🇳
The @Ruutu1331-led side clinch a Gold 🥇 Medal at the Asian Games! 👏👏#IndiaAtAG22 | #AsianGamespic.twitter.com/UUcKNzrk0N
— BCCI (@BCCI) October 7, 2023
ଆଜି ଫାଇନାଲ ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ବ୍ୟାଟିଂ କରିଥିବା ଅଫଗାନିସ୍ତାନ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ମାତ୍ର ୧୨ ରନ୍ରେ ୩ ୱିକେଟ ହରାଇ ବ୍ୟାକଫୁଟ୍ରେ ରହିଥିଲା ଆଫଗାନିସ୍ତାନ। ତେବେ ବର୍ଷା କାରଣରୁ ମ୍ୟାଚ୍କୁ ଅଧାରୁ ବାତିଲ କରାଯାଇଥିଲା । ତେବେ ରାଙ୍କିଂ ଅନୁସାରେ ଭାରତକୁ ସ୍ୱର୍ଣ୍ଣ ପଦକ ବିଜେତା ଘୋଷଣା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)