• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଂଘର୍ଷ ଭିତରୁ ଯେଉଁ ମଣିଷ ଭବିଷ୍ୟତକୁ ଗଢ଼ିନିଏ, ସେ ହିଁ ପ୍ରକୃତ ମଣିଷ । ଅଭାବ ଅନଟନ ଭିତରେ ଯିଏ ସୁନେଲି ସ୍ୱପ୍ନକୁ ସାକାର କରେ ସେ  ହିଁ ଲକ୍ଷ୍ୟସ୍ଥଳରେ ପହଞ୍ଚେ । ଏକଥା ଆମେ କହୁନୁ ଅତୀତରେ ଏହି ଘଟଣାର ସତ୍ୟତା ବହୁବାର ପ୍ରମାଣିତ ହୋଇଛି । ଆଉ ବର୍ତ୍ତମାନ ମଧ୍ୟ ସେହିପରି ଏକ ପ୍ରେରଣାଦାୟକ ଖବର ସାମ୍‌ନାକୁ ଆସିଛି ।

ଗାଁରେ ବୁଲି ବୁଲି କପଡ଼ା ବିକ୍ରି କରୁଥିଲେ ବାପା । ହେଲେ ପୁଅ ଭଲ ପାଠପଢ଼ି ହୋଇଗଲେ IAS । ଗରିବ ହେଲେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଆଜି ସେମାନଙ୍କୁ ନୂଆ ପରିଚୟ ଦେଇଛି । ବିନା UPSC କୋଚିଂରେ ବି ସଫଳତା ପାଇପାରିଛନ୍ତି ଜଣେ ଗରିବ ପୁଅ । ଏପରି ଏକ ଖବର ସାମ୍‌ନାକୁ ଆସିଛି ବିହାରର କିଶନଗଞ୍ଜରୁ ।

ବିନୋଦ ବାସକ ପେସାରେ ଜଣେ କପଡ଼ା ବିକ୍ରେତା । ଯିଏ କି ଗାଁରୁ ଗାଁକୁ ସାଇକେଲରେ ବୁଲି କପଡ଼ା ବିକ୍ରି କରନ୍ତି । ହେଲେ ନିଜ ପୁଅକୁ କରିପାରିଛନ୍ତି IAS ଅଧିକାରୀ । ଚତୁର୍ଥ ଶ୍ରେଣୀ ଶିକ୍ଷା ସମାପ୍ତ କରିଥିଲେ ବିନୋଦ ଆଉ ତା’ ପରେ କପଡ଼ା ବ୍ୟବସାୟ ଆରମ୍ଭ କରିଥିଲେ । ଅଭାବ ଅନଟନ ମଧ୍ୟରେ ସେ ତାଙ୍କ ଚାରି ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିଛନ୍ତି ।

IAS ଅନିଲ ବାସକ ୨୦୧୪ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀରେ ଆଡମିଶନ ପାଇଥିଲେ । ସେ ଜାଣି ନଥିଲେ ଯେ ସଫଳତା ପାଇଁ ତାଙ୍କର ଦୀର୍ଘ ଏବଂ ଅବିରତ ଯାତ୍ରା ଏହା ପରେ ଶେଷ ହେବ । ପରବର୍ତ୍ତୀ ସମୟରେ ଅନିଲ IAS ପାଇବା ପରେ ତାଙ୍କର ଅନୁଭୂତି ବଖାଣିଛନ୍ତି । ତାଙ୍କ ଜୀବନର କଷ୍ଟ ଓ ଖରାପ ସମୟକୁ ଗୋଟି ଗୋଟି ଗଣମାଧ୍ୟମ ଆଗରେ କହିଛନ୍ତି ।

ଅନିଲ କହିଛନ୍ତି, ମୋ ପରିବାର ଅତି ଗରିବ । ଆର୍ଥିକ ଅବସ୍ଥା ବିଲକୁଲ ଭଲ ନଥିଲା । IAS ଅଧିକାରୀ ହେବାର ପିଲାଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କର UPSC ପ୍ରସ୍ତୁତି ଆରମ୍ଭ କରିଥିଲି । ମୁଁ ୨୦୧୮ରେ ପ୍ରଥମ ପ୍ରୟାସରେ ବିଫଳ ହୋଇଥିଲି । ପରେ ଆହୁରି କଠିନ ପରିଶ୍ରମ କରି ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ସଫଳତା ପାଇଥିଲି ।

ହେଲେ IAS ହେବାର ସ୍ୱପ୍ନ ମୋର ଥିଲା । ତେଣୁ ତୃତୀୟ ପ୍ରୟାସରେ ୨୦୨୦ରେ ମୁଁ ସଫଳତା ହାସଲ କରିଛି । ମୋର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଶ୍ରେୟ ଥିବା ସେ କହିଛନ୍ତି । ଘରକୁ ଫେରିବା ପରେ ବିଭିନ୍ନ ଗଣମାଧ୍ୟମ ଆଗରେ ନିଜର ସଫଳତା ବଖାଣିଛନ୍ତି ଅନିଲ ।