Advertisment

ଗଛରୁ ବାହାରୁଛି ମଣିଷର କାନ : ଜାଣନ୍ତୁ ଏହା ପଛର ରହସ୍ୟ

ଗଛରେ ଫଳୁଛି ମଣିଷ କାନ। ଏହା ପଛରେ ରହିଛି କି ରହସ୍ୟ? ଏହା କେଉଁଠି ଦେଖିବାକୁ ମିଳୁଛି? ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Jelly ear fungus from tree

Jelly ear fungus from tree

ଆଜିକାଲି ମଣିଷର 'କାନ' ଗଛରେ ଫଳୁଥିବା ଦେଖାଯାଉଛି। ଏହା ଅବିକଳ ମଣିଷର କାନ ପରି ଦେଖାଯାଉଛି। ଯଦି ଆପଣ ଏହାକୁ ଧ୍ୟାନର ସହ ଦେଖିବେ ତେବେ ଏହା ପ୍ରକୃତରେ କ’ଣ ବୋଲି ଭାବି ଚିନ୍ତାରେ ପଡିଯିବେ।

Advertisment

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗଛରେ ଫଳୁଥିବା ଏହି ମଣିଷ 'କାନ' ଊନବିଂଶ ଏବଂ ବିଂଶ ଶତାବ୍ଦୀରେ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିଲା। ବାସ୍ତବରେ, ଏହା ଏକ ଫଙ୍ଗସ୍, ଯାହା ୟୁରୋପର ଗଛରେ ହୋଇଥାଏ।

କିଛି ଲୋକ ଏହାକୁ ମଣିଷ କାନର ଛତୁ ବୋଲି କୁହନ୍ତି। ଏହାର ବୈଜ୍ଞାନିକ ନାମ ହେଉଛି ଆରିକ୍ୟୁଲେରିୟା ଆରିକୁଲା-ଜୁଡେ। ସାଧାରଣତଃ ଏହାକୁ ଜେଲି ଇୟର ବୋଲି କୁହାଯାଏ।

Advertisment

ଊନବିଂଶ ଶତାବ୍ଦୀରେ ଗଳା ଯନ୍ତ୍ରଣା, ଆଖି ଯନ୍ତ୍ରଣା ଏବଂ ଜଣ୍ଡିସ୍ ଭଳି କେତେକ ରୋଗର ଚିକିତ୍ସା ପାଇଁ ଏହି ଜେଲି ଇୟର ବ୍ୟବହୃତ ହେଉଥିଲା। ୧୯୩୦ ଦଶକରେ ଏହା ଇଣ୍ଡୋନେସିଆରେ ବେଶ ପରିଚିତ ଥିଲା।

Jelly ear fungus from treeକାଠରେ ବଢୁଥିବା ଜେଲି ଇୟର

ଏହି ଫଙ୍ଗସ୍ ବର୍ଷସାରା ୟୁରୋପରେ ଦେଖାଯାଏ। ଏହା ସାଧାରଣତଃ ପ୍ରଶସ୍ତ ପତ୍ର ବିଶିଷ୍ଟ ଗଛ କିମ୍ବା ବୁଦାଳିଆ କାଠରେ ବଢନ୍ତି। କିନ୍ତୁ ଏହା ପ୍ରଥମେ ଚୀନ୍ ଏବଂ ପୂର୍ବ ଏସିଆର ଦେଶରେ ଚାଷ କରାଯାଇଥିଲା। ପରେ ଏହା ୟୁରୋପକୁ ଯାଇଥିଲା। ବିଶେଷ କଥା ହେଉଛି ଏହି ଫଙ୍ଗସ୍ ଯେକୌଣସି ଋତୁରେ ବି ନିଜକୁ ବଦଳାଇପାରେ।

ତେବେ ବ୍ରିଟେନରେ ଏହାକୁ ଖିଆ ଯାଉ ନଥିବା ବେଳେ ପୋଲାଣ୍ଡରେ ଲୋକମାନେ ଏହାକୁ ଖାଉଥିଲେ। ଏହି ଜେଲି ଇୟର ଶୁଖିବା ପରେ ଏଥିରୁ ଉତ୍ତମ ପରିମାଣର ପୌଷ୍ଟିକ ତତ୍ତ୍ୱ ମିଳିଥାଏ। ୧୦୦ ଗ୍ରାମ ଜେଲି ଇୟରରୁ ୩୭୦ କ୍ୟାଲୋରୀ ମିଳିଥାଏ। ଏଥିରେ ୧୦.୬ ଗ୍ରାମ ପ୍ରୋଟିନ୍, ୦.୨ ଗ୍ରାମ ଫ୍ୟାଟ୍, ୬୫ ଗ୍ରାମ କାର୍ବୋହାଇଡ୍ରେଟ୍ ଏବଂ ୦.୦୩% ମିଗ୍ରା କାରୋଟିନ୍ ଥାଏ।

Jelly ear fungus from treeକପ୍ ପରି ଦେଖାଯାଉଥିବା ଜେଲି ଇୟର୍

ଏହା ସାଧାରଣତଃ ୩.୫ ଇଞ୍ଚ ଲମ୍ବ ଏବଂ ୩ ମିମି ମୋଟା ହୋଇଥିବା ବେଳେ ଅବିକଳ ମଣିଷର କାନ ପରି ଦେଖାଯାଏ। ବେଳେବେଳେ ଏହା ମଧ୍ୟ ଏକ କପ୍ ପରି ମଧ୍ୟ ଦେଖାଯାଏ। ଏହାର ରଙ୍ଗ ମଧ୍ୟ ଲାଲ-ବାଦାମୀ ହୋଇଥିବା ବେଳେ କେତେକ ମଧ୍ୟ ବାଇଗଣୀ ରଙ୍ଗର ଦେଖାଯାଏ। ଏଗୁଡିକ ଖୁବ ଚିକ୍କଣ।

Ajab Gajab Jelly Ear
Advertisment
Advertisment