Advertisment

ଭାଇରାଲ୍ ହେଉଛି ମୋଦିଙ୍କୁ ନେଇ ୯ ବର୍ଷର ବାଳକର ଗୀତ

ଭାଇରାଲ ହେଉଛନ୍ତି ୯ ବର୍ଷର ବାଳକ। ଅଗ୍ନିବୀର ଉପରେ ଗୀତ ଗାଇ ଚର୍ଚ୍ଚାରେ ଅଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
9 years old sonu sing a song on agniveer

9 years old sonu sing a song on agniveer

ଅଗ୍ନିପଥ ବିବାଦ ମଧ୍ୟରେ ଜଣେ ବାଳକର ବ୍ୟଙ୍ଗ ଗୀତ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏକ ବ୍ୟଙ୍ଗାତ୍ମକ ଗୀତରେ ପିଲାଟି ପୂର୍ଣ୍ଣକାଳୀନ ଚାକିରୀ ବଦଳରେ ସ୍ୱଳ୍ପକାଳୀନ ଚାକିରୀ ଯୁବକମାନଙ୍କ ପାଇଁ କ’ଣ ଅସୁବିଧା କରିପାରେ ସେ ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବୋଧିତ କରିବାକୁ ଯାଇଥିବା ଏହି ଗୀତକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି।

Advertisment

ଏହି ଗୀତଟି ଭୋଜପୁରୀରେ ଗାନ କରାଯାଇଛି। ଏହାର ଅର୍ଥ ହେଉଛି ଅଗ୍ନିବୀରମାନେ ବହୁ କଷ୍ଟ ଭୋଗିବାକୁ ଯାଉଛନ୍ତି। ୪ ବର୍ଷର ଚାକିରିରେ ଅନେକ ସମସ୍ୟା ରହିଛି। ସୋସିଆଲ ମିଡିଆରେ ଦେଶର ଏକ ଜ୍ୱଳନ୍ତ ପ୍ରସଙ୍ଗ ଅଗ୍ନିପଥକୁ ନେଇ ଚାଲିଥିବା ଗୀତକୁ ଲୋକମାନେ ପ୍ରଶଂସା କରୁଛନ୍ତି, ଲୋକମାନେ ଏହି ଗୀତଟିକୁ ନେଇ ବିଭିନ୍ନ କ୍ୟାପ୍‌ସନ୍‌ ସହିତ ଶେୟାର ମଧ୍ୟ କରୁଛନ୍ତି।

ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ବାଳକ ହେଉଛି ୯ ବର୍ଷର ରୋଶନ ରତନ। ପଞ୍ଚମ ଶ୍ରେଣୀରେ ପଢୁଥିବା ରୋଶନଙ୍କ ଅନେକ ଗୀତ ଅତୀତରେ ମଧ୍ୟ ଭାଇରାଲ ହୋଇଛି। ତାଙ୍କର ପ୍ରଥମ ଗୀତ କରୋନା ସମୟରେ ଭାଇରାଲ୍‌ ହୋଇଥିଲା। ଏହା ପରେ ‘ପଢାୱଲ୍ ଛୋଡି ଗୁରୁଜୀ ଖୋଜା ମଧୁସଲା’ ମଧ୍ୟ ଜମେଇକି ଭାଇରାଲ ହୋଇଥିଲା।

Advertisment

ତାଙ୍କର ତୃତୀୟ ଗୀତ ‘ସୋନୁଆ କେ ପଢା ଦି’କୁ ମଧ୍ୟ ଲୋକମାନେ ଖୁବ ପସନ୍ଦ କରିଥିଲେ। ଲୋକମାନେ ଚତୁର୍ଥ ଗୀତ ଭାବରେ ‘ଅଗ୍ନିବୀର’ କୁ ମଧ୍ୟ ପସନ୍ଦ କରୁଛନ୍ତି। ରୋନକ ରତନଙ୍କ ବାପା ଜଣେ ସଙ୍ଗୀତ ଶିକ୍ଷକ। ଏହି ଗୀତଟି ପ୍ରତ୍ୟେକ ସୋସିଆଲ୍ ପ୍ଲାଟ୍‌ଫର୍ମରେ ଭାଇରାଲ ହେବା ପରେ ତାଙ୍କୁ ଜିଲ୍ଲାର ‘ଭାଇରାଲ୍ ବୟ’ ବୋଲି କୁହାଯାଉଛି। ଏହି ଭାଇରାଲ୍‌ ଗୀତରେ ରୋନକଙ୍କ ସହ ତାଙ୍କ ଭାଇ ତବଲା ବଜଉଛନ୍ତି।

Viral Video
Advertisment
Advertisment