Advertisment

Health Tips: ଚା’ ପିଇଲେ ହେଇଯାଉଛି କି ଏସିଡିଟି; ଆପଣଙ୍କ ପାଇଁ କିଛି ଛୋଟ ଟିପ୍ସ

ଡାକ୍ତରୀ ବିଜ୍ଞାନ ଅନୁସାରେ ଚା’ ଆମ ଶରୀରରେ ପରିସ୍ରା ଉତ୍ପାଦନ ବୃଦ୍ଧି କରି ଶରୀରର ଜଳୀୟ ଅଂଶକୁ କ୍ଷୟ କରିଦିଏ। ଏହି କାରଣରୁ ଆମ ମସ୍ତିଷ୍କରେ ଜଳ ସଂରକ୍ଷଣ କମିଯାଏ। ତେଣୁ, ଏହା ଜରୁରୀ ଯେ ଆପଣ ଯେତେ ଚା’ ପିଉଛନ୍ତି ତା’ଠାରୁ ଢେର ଅଧିକ ପାଣି ପିଅନ୍ତୁ, ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ।

author-image
Pramod Behera
ଅଦ୍ୟତନ ହୋଇଛି
What to Drink If you Have Acid Reflux

Drink this thing before consuming coffee or tea it will never create acidity

ପ୍ରତ୍ୟେକ ଭାରତୀୟଙ୍କ ସକାଳ ଚା’ ବା କଫିରୁ ଆରମ୍ଭ ହୁଏ। କିଛି ଲୋକଙ୍କ ପାଇଁ ଏହା ଏମିତି ଅଭ୍ୟାସ ଯେ ଚା’ କି କଫି କପେ ନ ହେଲେ ସେମାନଙ୍କ ନିଦ ଭାଙ୍ଗେ ନାହିଁ। ଚା’ ତ କିଛି ଲୋକଙ୍କ ପାଇଁ ଏକ ଏନର୍ଜୀ ଡ୍ରିକିଂ ଭଳି; ନ ହେଲେ ସେମାନଙ୍କ ଦିନ ଆରମ୍ଭ ହୁଏନି।

Advertisment

ସେହିଭଳି ଏହାର କ୍ଷତି ମଧ୍ୟ କମ୍ ନୁହେଁ। ଚା’ ପିଇବା ଦ୍ୱାରା ଏସିଡିଟି ଏବଂ କୋଷ୍ଠକାଠିନ୍ୟର ସମସ୍ୟା ବଢିଯାଏ। ଅନେକ ଏଭଳି ସମସ୍ୟା ଭୋଗୁଥିବେ ସତ କିନ୍ତୁ ଏହାକୁ ଦୂରେଇ ପାରୁ ନଥିବେ। କିନ୍ତୁ ଏମିତି କିଛି ଟିପ୍ସ ଅଛି ଯାହାକୁ ମାନିବା ଦ୍ୱାରା ଚା’ ପିଇଲେ ମଧ୍ୟ ଏହି ସମସ୍ୟା ନ ଆସିପାରେ। ଆସନ୍ତୁ ଜାଣିବା…

ଡାକ୍ତରୀ ବିଜ୍ଞାନ ଅନୁସାରେ ଚା’ ଆମ ଶରୀରରେ ପରିସ୍ରା ଉତ୍ପାଦନ ବୃଦ୍ଧି କରି ଶରୀରର ଜଳୀୟ ଅଂଶକୁ କ୍ଷୟ କରିଦିଏ। ଏହି କାରଣରୁ ଆମ ମସ୍ତିଷ୍କରେ ଜଳ ସଂରକ୍ଷଣ କମିଯାଏ। ତେଣୁ, ଏହା ଜରୁରୀ ଯେ ଆପଣ ଯେତେ ଚା’ ପିଉଛନ୍ତି ତା’ଠାରୁ ଢେର ଅଧିକ ପାଣି ପିଅନ୍ତୁ, ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବ।

Advertisment

ଅଧିକ ପଢ଼ନ୍ତୁ: ଆପଣଙ୍କ ପିଲା ଥାଲାସେମିଆରେ ପୀଡିତ କି… ଜାଣନ୍ତୁ ସେମାନଙ୍କୁ ସୁସ୍ଥ କରିବାର ଯୋଗ ଟିପ୍ସ

ଏହା ସହିତ ଚା’ କିମ୍ବା କଫି ପିଇବା ପୂର୍ବରୁ ଭଲ ଭାବରେ ପାଣି ପିଇବା ଉଚିତ। ଏହାର କାରଣ ହେଉଛି ଚା’ର Ph ସ୍ତର ୬ ହୋଇଥିବା ବେଳେ କଫିର ୫ ହୋଇଥାଏ। ଯେଉଁଥିରେ Ph ସ୍ତର ୭ରୁ କମ ଥାଏ ତାହା ଅମ୍ଳଜାତୀୟ। ଆପଣ ଯଦି ଏହିପରି ଜିନିଷ ଖାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏସିଡିଟି କିମ୍ବା କୋଷ୍ଠକାଠିନ୍ୟର ସମ୍ମୁଖୀନ ହେବେ। ତେଣୁ ଏଭଳି ବିପଦକୁ ହ୍ରାସ କରିବାକୁ ପ୍ରଚୁର ପାଣି ପିଇବା ଜରୁରୀ।

ଏସିଡିଟି ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଏସିଡିଟି କାରଣରୁ ଆପଣ କର୍କଟ, ଅଲ୍‌ସର୍‌ ଏବଂ ଅନ୍ୟାନ୍ୟ ରୋଗର ଶିକାର ହୋଇପାରନ୍ତି। ଚା’ ପ୍ରେମୀମାନେ ତ ପ୍ରତିଦିନ ଢେର୍ ଚା’ ପିଉଛନ୍ତି, କିନ୍ତୁ ସେମାନେ ନିଜ ସ୍ୱାସ୍ଥ୍ୟ ବିଷୟରେ ଏତେ ସଚେତନ ନୁହଁନ୍ତି।

ଚା’ ପିଇବାର ମାନେ ସେମାନେ ସେମାନଙ୍କର ଅନ୍ତନଳୀ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି। ଯଦି ଆପଣ ଚା’ ପିଇବାକୁ ଚାହାଁନ୍ତି, ତେବେ ଏହାକୁ ଏପରି ଢଙ୍ଗରେ ପିଅନ୍ତୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି କ୍ଷତି ଆଣିବ ନାହିଁ। ବର୍ତ୍ତମାନଠାରୁ, ଯଦି ଆପଣ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ସକୁ ଧ୍ୟାନରେ ରଖି ଚା’ କିମ୍ବା କଫି ପିଇବେ, ତେବେ ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ।

Health Tips Tea Lovers Acidity Problem
Advertisment
Advertisment