• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଧାରଣତନ୍ତ୍ର ଦିବସ ପାଇଁ ନୂଆଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ହେବାକୁ ଥିବା ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ଼ଡାକଡ଼ି କରାଯାଇଛି । ଗୋଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ।

ଆତଙ୍କବାଦ ନିରୋଧୀ ପଦକ୍ଷେପ ଗୁଡିକୁ ବିଶେଷ କରି ଗ୍ରହଣ କରାଯାଇଥିବା କଥା କହିଛନ୍ତି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ପକ୍ଷରୁ ୨୫ ହଜାରରୁ ଅଧିକ ଅଧିକାରୀ ଓ ଯବାନଙ୍କୁ ସୁରକ୍ଷା ପାଇଁ ମୁତୟନ କରାଯାଇଛି । ସେହିପରି ୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଯେଭଳି କେହି ସମାରୋହରେ ବ୍ୟାଘାତ ସୃଷ୍ଟି କରି ନ ପାରିବେ ସେଥିଲାଗି ସ୍ୱତନ୍ତ୍ର ଟିମ୍‌କୁ ମୁତୟନ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ।

ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସାଧାରଣତନ୍ତ୍ର ଦିବସ ସମାରୋହକୁ ଏଭଳି ଆଡ଼ମ୍ବର ସହକାରେ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

ବେସ୍ ଜୋରସୋର୍‌ରେ ଚାଲିଛି ଭାରତୀୟ ଯବାନଙ୍କ ଦିଲ୍ଲୀ ରାଜପଥରେ ରିହର୍ସଲ । ଫ୍ଲାଏପାଷ୍ଟରେ ବାୟୁସେନା ବିମାନ ସହ ନୌସେନା ବିମାନ ଓ ଆର୍ମିର ହେଲିକପ୍ଟର ମଧ୍ୟ ଆକାଶରେ କରିସ୍ମା ଦେଖାଇବ । ତେବେ ସବୁଠୁ ବଡ଼ ଆକର୍ଷଣ ହେବ ୫ଟି ରାଫେଲ୍‌ର ବିନାଶ ଫର୍ମେସନ୍ । ପଞ୍ଚମ ରାଫେଲ୍ ବିମାନ ୨ଟି ଜାଗୁଆର୍, ୨ଟି ମିଗ୍-29 ଓ ୨ଟି ସୁଖୋଇ-MKI ସହ ବାଜ୍ ଫର୍ମେସନ୍ କରିବାକୁ ଥିବା ବେଳେ, ସପ୍ତମ ରାଫେଲ୍ ଏକାକି ବିଜୟ ଫର୍ମେସନରେ ଉଡ଼ିବ ।

ଧ୍ରୁବ, MI-17, ଚିନୁକ୍, ଆପାଚେ ହେଲିକପ୍ଟର, C-130J ସୁପର୍ ହର୍କୁଲିସ୍, ଡାକୋଟା, ଡୋନିୟର୍-228 ଆଦି ଉଡ଼ାଣ ପରେ, ଫ୍ଲାଏପାଷ୍ଟର ଅନ୍ତିମ ଚରଣରେ ୧୭ଟି ଜାଗୁଆର୍ ଦେଖାଇ ଅମ୍ରିତ୍ ଫର୍ମେସନ୍ ୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବାୟୁସେନାର ପ୍ରଜ୍ଞାପନ ମେଢ଼ ରାଜପଥରେ ଗଡ଼ିବାକୁ ଥିବା ବେଳେ, ଆକାଶରେ ଟାଙ୍ଗାଇଲ୍ ଓ ମେଘ୍ନା ଫର୍ମେସନ୍ ପ୍ରଦର୍ଶିତ ହେବ ।

କରୋନା ତୃତୀୟ ଲହରକୁ ଦୃଷ୍ଟିରେ ରଖି ଚଳିତବର୍ଷ ସାଧାରଣଦିବସ ସମାରୋହରେ କେନ୍ଦ୍ରୀୟ ଏସୀୟ ଦେଶର କୌଣସି ମୁଖ୍ୟ ଅତିଥି ଯୋଗ ଦେବେ ନାହିଁ । ଏବର୍ଷ ଆମନ୍ତ୍ରିତ ଅତିଥିଙ୍କ ତାଲିକାରେ ନିର୍ମାଣ ଶ୍ରମିକ, ସଫେଇ କର୍ମଚାରୀ, କରୋନା ସମ୍ମୁଖ ଯୋଦ୍ଧା, ଅଟୋ ରିକ୍ସା ଚାଳକଙ୍କ ନାଁ ଥିବା ସୂଚନା ମିଳିଛି । ସାଧାରଣତନ୍ତ୍ର ଦିବସ ସମାରୋହ ନିମନ୍ତ୍ରଣ ପତ୍ରରେ ଔଷଧୀୟ ବୃକ୍ଷର ମଞ୍ଜି ରହିଛି, ଯାହାକି ମାଟିରେ ପୋତିଲେ ସେଥିରୁ ଗଛ ଉଠିବ ।

କୋଭିଡ୍ ଦୃଷ୍ଟିରୁ ଏଥିସହ ଦର୍ଶକ ସଂଖ୍ୟା ମଧ୍ୟ ହ୍ରାସ କରାଯାଇଛି । ଗତବର୍ଷ ୨୫ ହଜାର ଦର୍ଶକଙ୍କୁ ଅନୁମତି ମିଳିଥିବା ବେଳେ, ଏବର୍ଷ ଏହି ସଂଖ୍ୟା ୫ ହଜାରରୁ ୮ ହଜାର ଲୋକ ଉପସ୍ଥିତ ରହିବେ । ସୁଭାଷଚନ୍ଦ୍ର ବୋଷଙ୍କ ସମ୍ମାନରେ ଚଳିତବର୍ଷର ସମାରୋହ ଜାନୁଆରୀ ୨୪ ପରିବର୍ତ୍ତେ ୨୩ ତାରିଖରୁ ଅରମ୍ଭ ହେବ । ଏଥିସହ ଜାନୁଆରୀ ୨୬ରେ ପରେଡ୍ ଗତ ୭୫ ବର୍ଷର ପରଂପରା ଭଙ୍ଗ କରି ୩୦ ମିନିଟ୍ ବିଳମ୍ବରେ ଆରମ୍ଭ ହେବ ।

ପ୍ରଥମେ ଜାମ୍ମୁ ଓ କାଶ୍ମୀରରେ ସହିଦ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବାକୁ କାଯର୍ୟକ୍ରମ ଥିବାରୁ, ପରେଡ୍ ଦିନ ୧୦ଟା ପରିବର୍ତ୍ତେ ସାଢ଼େ ୧୦ଟାରେ ଆରମ୍ଭ ହେବ । ପ୍ରତିବର୍ଷ ଭଳି ୯୦ ମିନିଟ୍ ଧରି ପରେଡ୍ ଚାଲିବ । ରାଜପଥରେ ୬୦୦ ଯୁବ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ବିଟିଂ ଦ ରିଟ୍ରିଟ୍ ବେଳେ ଆଇଆଇଟି ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ହଜାରେ ଡ୍ରୋନ୍‌କୁ ନେଇ ଡ୍ରୋନ୍ ସୋ ପ୍ରଦର୍ଶନ କରିବେ । ଚୀନ୍, ରୁଷ, ବ୍ରିଟେନ୍ ପରେ ଭାରତରେ ଚତୁର୍ଥ ଦେଶ ଭାବେ ଡ୍ରୋନ୍ ସୋ ଦେଖିବାକୁ ମିଳିବ ।

DELHI_COAST_GURAD_PARADE_AVO_BE