/odishatv-khabar/media/post_attachments/uploadimage/library/16_9/16_9_0/politics_1643022580.jpg)
politics
ଶିକ୍ଷାଗତ ଯୋଗ୍ୟତା ଭଲ ନଥାଇ ମଧ୍ୟ ଲୋକେ ରାଜନୀତି କରୁଛନ୍ତି । ମୁଁ ବିଟେକ୍ ପଢ଼ିଛି, କାହିଁକି ଛିଡ଼ା ନହେବି ? ଆମ ପଞ୍ଚାୟତରେ ଅନେକ ଅସୁବିଧା ନାହିଁ । ଅନେକ ଗାଁକୁ ନେଟୱର୍କ ନାହିଁ । ସ୍କୁଲ ନାହିଁ, ପାନୀୟ ଜଳ ସମସ୍ୟା, ରାସ୍ତାଘାଟ ନାହିଁ । ଗାଁ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ଲଢ଼ିବି ବୋଲି କହିଛନ୍ତି ଉଚ୍ଚଶିକ୍ଷିତା ସମିତି ସଭ୍ୟ ପ୍ରାର୍ଥୀ ରଶ୍ମିତା ।
ରାଜନୀତିରେ ଉଚ୍ଚଶିକ୍ଷିତଙ୍କ ଲମ୍ବା ଲାଇନ୍ । ଶିକ୍ଷିତ ଯୁବକଯୁବତୀମାନେ ରାଜନିତୀରୁ ମୁହଁ ଫେରାଉଥିବା ବେଳେ ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନରେ ବାଜି ଓଲଟି ଯାଇଛି । ମୈଦାନକୁ ଓହ୍ଲାଇଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଆଦିବାସୀ, ଦୁର୍ଗମ, ମାଓ ପ୍ରଭାବିତ ପାଣିମୁରା ପଚାଂୟତରେ ଏଥର ସମିତିସଭ୍ୟା ପାଇଁ ପ୍ରାର୍ଥୀ ହୋଇଛନ୍ତି ଶଙ୍ଖାଭାଙ୍ଗୁଣି ଗାଁର ଜଣେ ଆଦିବାସୀ ଇଂଜିନିୟର ଛାତ୍ରୀ ରଶ୍ମିତା ପ୍ରିୟା ବେକ୍ ।
ରଶ୍ମିତାଙ୍କ ବାପା କଲ୍ୟାଣ ବେକ୍ ଜଣେ ରାଜମିସ୍ତ୍ରୀ, ମାଁ ସୁବାଷିନି ବେକ୍ ଜଣେ ଦିନ ମଜୁରିଆ । ରଶ୍ମିତା ନାକଟିଦେଉଳ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ଶେଷ ପରେ ରାଜଧାନୀ ଆସିଥିଲେ । ଭୁବନେଶ୍ୱର ସ୍ଥିତ ମହାରାଜା ଇନିଷ୍ଟିଚିୟୁଟ ଅଫ ଟେକ୍ନୋଲୋଜି ଇଂଜିନିୟରିଂରେ ନାମ ଲେଖାଇଥିଲେ । ୨୦୧୮ ମସିହାରେ ସପ୍ଟୱେର ଇଂଜିନିୟରିଂ ପାସ୍ କରିବା ପରେ କରୋନା ଯୋଗୁଁ ଘରେ ବସିରହିଥିଲେ ।
ତେବେ ଖାଲିରେ ବସିବା ଅପେକ୍ଷା ଗାଁ ପିଲାଙ୍କୁ ଟ୍ୟୁସନ୍ କରି ବାପାମା ଓ ପରିବାରକୁ ସାହାଯ୍ୟ କରୁଥିଲେ । ତେବେ ଏଥର ପ୍ରଥମ ଥର ପାଇଁ ରାଜନୀତିକୁ ପ୍ରବେଶ କରି ଅଂଚଳରେ ବିକାଶ ପାଇଁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ରଶ୍ମିତା । ଦୁର୍ଗମ ଅଂଚଳରେ ନିଜ ବାପାଙ୍କ ସହ ମଟରସାଇକଲରେ ବୁଲିବୁଲି ପ୍ରଚାର ମଧ୍ୟ ଆରମ୍ଭ କଲେଣି ।
ରେଢାଖୋଲରୁ ରମାକାନ୍ତ ମହାନନ୍ଦଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)