Advertisment

ରାଜନୈତିକ ଆକ୍ରୋଶ ରଖି ପୋଡ଼ିଦେଲେ ସରପଞ୍ଚଙ୍କ ଘର

ର୍ନିବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ

author-image
Chandan Shishu
ସରପଞ୍ଚଙ୍କ ପୋଡ଼ିଯାଇଥିବା ଘର

ସରପଞ୍ଚଙ୍କ ପୋଡ଼ିଯାଇଥିବା ଘର

ଆଳି: ରାଜନୈତିକ ଆକ୍ରୋଶ ରଖି ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୁତ୍ତ। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଳକାଟି ପଂଚାୟତର ସରପଞ୍ଚ ଦିବାକର ନାୟକଙ୍କ ୨ବଖରା ଚାଳ ଛପର ଘରକୁ ଦୁର୍ବୁତ୍ତମାନେ ଗତକାଲି ରାତିରେ ନିଆଁ ଲଗେଇ ପୋଡ଼ି ଦେଇଛନ୍ତି। ଘରେ ଥିବା ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। 

Advertisment

ଘର କାମ ହେଉଥିବାରୁ ନାଗପଡା ଠାକୁରାଣୀଙ୍କ ନିକଟରେ ଥିବା ଘରେ ସରପଞ୍ଚ ତାଙ୍କ ପରିବାର ଲୋକେ ରହିଆସୁଥିଲେ। ଗତକାଲି ରାତିରେ ଏକ ବିବାହ କାର୍ଯ୍ୟରେ ସରପଞ୍ଚ ଓ ତାଙ୍କ ପରିବାର ଲୋକେ ଯୋଗଦେବାକୁ ଯାଇଥିବା ବେଳେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଘର ପୋଡ଼ିଦେଇଥିବାର ଅଭିଯୋଗ ହୋଇଛି।

ନିର୍ବାଚନ ଥିବାରୁ ଆକ୍ରୋଶମୂଳକ ଭାବେ ଜୀବନରୁ ମାରି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଆଳି ଥାନାରେ ଏତଲା ହୋଇଛି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

Advertisment
Odisha Police Ali Set Fire On Sarapanch Home
Advertisment
Advertisment