Advertisment

ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ ସ୍ଥିତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ ଭୟାବହ ସ୍ଥିତିକୁ ଆସିନି ରୋଗ

ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ।

author-image
Chandan Shishu
Rise in dengue cases

Rise in dengue cases

ରାଜଧାନୀକୁ ଘାରିଲାଣି ଡେଙ୍ଗୁ ଚିନ୍ତା। ହେଲାଣି ବେକାବୁ, ନେଲାଣି ମୁଣ୍ଡ। ଏପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଆସିନି ଡେଙ୍ଗୁ। ଟେଷ୍ଟିଂ ବଢ଼ିଥିଲେ ବି ପଜିଟିଭ ସଂଖ୍ୟା କମ୍ ରହିଛି। ତେବେ ପରିସଂଖ୍ୟାନ କହୁଛି କେବଳ ଖୋର୍ଦ୍ଧା ଜିଲ୍ଲାରେ ଚଳିତ ଥର ୩୩୬ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରୁ ବାହାରିଲେଣି ୨୦୦ରୁ ଅଧିକ ଡେଙ୍ଗୁ ରୋଗୀ।

Advertisment

ରାଜ୍ୟ ରାଜଧାନୀରେ ବେକାକୁ ଡେଙ୍ଗୁ। ନେଲାଣି ମୁଣ୍ଡ। ଭୁବନେଶ୍ବରର ଖଣ୍ଡଗିରି, ନୟାପଲ୍ଲୀ, ୟୁନିଟ୍-୬ ତାରିଣୀ ବସ୍ତି, ନୀଳାଦ୍ରି ବିହାର, ଚନ୍ଦ୍ରଶେଖରପୁର ବିଡିଏ କଲୋନୀ ଏବେ ପାଲଟିଛି ଡେଙ୍ଗୁ ହବ୍। ଦୁଇ ଦିନ ତଳେ ଡେଙ୍ଗୁରେ ଖଣ୍ଡଗିରି ଅଞ୍ଚଳର ଜଣେ ୭ ବର୍ଷୀୟା ଶିଶୁର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଗତକାଲି ପୁଣି ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କର କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିଛି। ଏଭଳି ସ୍ଥିତି ପରେ ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ। 

ଏବେ ପ୍ରଶ୍ନ ଉଠୁଛି, କାହିଁକି ରାଜଧାନୀରେ ବଢ଼ିଚାଲିଛି ଡେଙ୍ଗୁ ରୋଗୀ ସଂଖ୍ୟା ? ଡେଙ୍ଗୁ ମୁକାବିଲାରେ ବିଫଳ ହୋଇଛି କି ବିଏମସି ? ଏ ପ୍ରସଙ୍ଗରେ ବିଏମସି କମିଶନର ଯୁକ୍ତି, ଡେଙ୍ଗୁ ମୁକାବିଲା ଲାଗି ଲୋକଙ୍କୁ ସଚେତନ କରାଯାଉଛି। ଟେଷ୍ଟିଂ ସମେତ ମଶା ମାରିବାକୁ ଫଗିଙ୍ଗ୍ ଟିମ୍ ବଢ଼ାଯାଇଛି। ତେବେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବରକୁ ମାନିଛନ୍ତି କମିଶନର।

Advertisment

ସେପଟେ କ୍ୟାପିଟାଲ ହସ୍ପିଟାଲରେ ବି ପ୍ରତିଦିନ ୮୦-୯୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା କରାଯାଉଥିବା ବେଳେ ପ୍ରାୟ ୧୫ ଜଣ ପଜିଟିଭ ଚିହ୍ନଟ ହେଉଥିବା କହିଛନ୍ତି ଏହାର ନିର୍ଦ୍ଦେଶକ। ଏପଟେ ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ କହିଛି, ଗତବର୍ଷ ତୁଳନାରେ ଡେଙ୍ଗୁ ଟେଷ୍ଟ ପଜିଟିଭିଟି ହାର ଢେର୍ କମ ରହିଛି। ଚଳିତ ବର୍ଷ ଜୁଲାଇ ୨୩ ସୁଦ୍ଧା ୨୦ ଜିଲ୍ଲାରୁ ମାତ୍ର ୫୫୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।

ତା ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୬ ଜଣ। ଜ୍ୱର, ଘୋଳାବିନ୍ଧା, ଆଖି ପଛ ପଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବ୍ୟଥା ଭଳି ଡେଙ୍ଗୁ ଲକ୍ଷଣ ଦେଖାଗଲେ, ବିଳମ୍ବ ନ କରି ଡେଙ୍ଗୁ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଡେଙ୍ଗୁ ସ୍ଥିତି ଦିନକୁ ଦିନ ବେକାବୁ ହେଉଥିବାରୁ ଏହାର ମୁକାବିଲା ପାଇଁ ସରକାର କି ରଣନୀତି ଆପଣେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

Dengue In Odisha
Advertisment
Advertisment