• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ରେଷ୍ଟୁରେଣ୍ଟ ଷ୍ଚାଇଲରେ ଚିଙ୍ଗୁଡିର ଏକ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି ‘ଚିଙ୍ଗୁଡ଼ି ମଲାଇ’। ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା

ଆବଶ୍ୟକ ସାମଗ୍ରୀ:

ଚିଙ୍ଗୁଡ଼ି, ପିଆଜ, ରସୁଣ, ଜିରା, ଲଙ୍କା, ନଡ଼ିଆ କ୍ଷୀର, ରାଇପେଷ୍ଟ, ହଳଦୀ, ଲୁଣ ଓ ସୋରିଷ ତେଲ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଓଡ଼ିଆ ଘରର ଦେଶୀ ରେସିପି ‘ଚିଙ୍ଗୁଡ଼ି ଲାଉ ଘାଣ୍ଟ’

ପ୍ରସ୍ତୁତି ପ୍ରଣାଳୀ:

  • ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ସେଥିରେ ହଳଦୀ, ଲୁଣ ଓ ଅଳ୍ପ ସୋରିଷ ତେଲ ଦେଇ ଭଲ ଭାବେ ଗୋଳାଇ ଦିଅନ୍ତୁ।
  • କଡ଼େଇରେ ସୋରିଷ ତେଲ ଗରମ କରି ସେଥିରେ ଜିରା, ଲଙ୍କା ଓ ପିଆଜ ପକାନ୍ତୁ।
  • ପିଆଜ ଭଲ ଭାବେ ଭାଜି ହୋଇଗଲେ ରସୁଣ, ଲଙ୍କା ଓ ପିଆଜ ପେଷ୍ଟକୁ ପକାଇ ୪ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।
  • ଏହା ପରେ ରାଇପେଷ୍ଟ, ଆବଶ୍ୟକ ଅନୁସାରେ ହଳଦୀ ଓ ଲୁଣ ଦେଇ କମ୍ ଆଞ୍ଚରେ କିଛି ସମୟ କଷନ୍ତୁ।
  • ମସଲା କଷି ହୋଇଯିବା ପରେ ସେଥିରେ ନଡ଼ିଆ କ୍ଷୀର ପକାଇ ଦୁଇ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ।
  • ଏବେ ଚିଙ୍ଗୁଡିକୁ ସେଥିରେ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ଘୋଡ଼ାଇ ଦିଅନ୍ତୁ।
  • ୧୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ଚିଙ୍ଗୁଡ଼ି ମଲାଇ।

ଏବେ ପ୍ରସ୍ତୁତ ହୋଇଗଲା ‘ଚିଙ୍ଗୁଡ଼ି ମଲାଇ’ । ଏହାକୁ ଘରେ ବନେଇ ନିଜେ ଖାଆନ୍ତୁ ଘର ଲୋକଙ୍କୁ ପରଷନ୍ତୁ ।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

OTV is now on Whatsapp

Join and get latest news update delivered to you via whatsapp

Join Now