• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ନେଇ ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ପାଳନ କରାଯାଏ । ଏହି ଦିନକୁ ବଡ ଦିନ ମଧ୍ୟ କୁହାଯାଏ । ଏହାସହ ଖ୍ରୀଷ୍ଟମାସ ପରଦିନକୁ ବକ୍ସିଂ ଡେ ଭାବେ ପାଳନ କରିବାର ପ୍ରଥା ରହିଛି । ଏହି ଅବସରରେ ଲୋକମାନେ ପରସ୍ପରକୁ ଉପହାର ଦିଅନ୍ତି । ବିଶ୍ୱରେ ସମସ୍ତ ଧର୍ମର ଲୋକମାନେ ଖ୍ରୀଷ୍ଟମାସ ପାଳନ କରନ୍ତି ।

ପୂର୍ବରୁ ଗ୍ରିଟିଙ୍ଗ୍‌ସ ଓ ଚିଠି ଜରିଆରେ ଶୁଭେଚ୍ଛା ଜଣାଉଥିବା ବେଳେ ବର୍ତ୍ତମାନ ଲୋକେ କଲ୍ କିମ୍ବା ମେସଜ୍ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ସମସ୍ତ ପର୍ବ ପୂର୍ବରୁ ଇଂରାଜୀ ଶବ୍ଦ 'ହାପି' ବ୍ୟବହୃତ ହେଉଥିବା ବେଳେ ଖ୍ରୀଷ୍ଟମାସରେ ଲୋକମାନେ 'ହାପି' ବଦଳରେ 'ମେରୀ' ଶବ୍ଦ କାହିଁକି ବ୍ୟବହାର କରନ୍ତି । ଏହାର ପଛରେ କ’ଣ କାରଣ ରହିଛି ?

ଖ୍ରୀଷ୍ଟମାସ କେବେ ଏବଂ କାହିଁକି ପାଳନ କରାଯାଏ?

ସମସ୍ତେ ଜାଣନ୍ତି ଡିସେମ୍ବର ୨୫ରେ ଖ୍ରୀଷ୍ଟିଆନ ଧର୍ମର ଭଗବାନ ଯୀଶୁଙ୍କ ଜନ୍ମ ହୋଇଥିଲା । ଏଥିପାଇଁ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ଅନୁଗାମୀମାନେ ୨୫ ଡିସେମ୍ବରରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରନ୍ତି । ହେଲେ ବର୍ତ୍ତମାନ ସମସ୍ତ ଧର୍ମର ଲୋକମାନେ ଖ୍ରୀଷ୍ଟମାସ ପାଳନ କରନ୍ତି । ଏହି ଦିନ ଚର୍ଚ୍ଚକୁ ରଙ୍ଗବେରଙ୍ଗୀ ଲାଇଟ୍‌ରେ ସଜାଇବା ସହ ପ୍ରାର୍ଥନା କରାଯାଏ । ଲୋକମାନେ ଉପହାର ଏବଂ ମିଠା ଦେଇ ପରସ୍ପରକୁ ଶୁଭ ଖ୍ରୀଷ୍ଟମାସ କାମନା କରନ୍ତି ।

ମେରୀ ଖ୍ରୀଷ୍ଟମାସ କାହିଁକି କୁହାଯାଏ ?

ଐତିହାସିକଙ୍କ ଅନୁସାରେ ଅତୀତରେ ଲୋକମାନେ କେବଳ ହାପି ଖ୍ରୀଷ୍ଟମାସ କହୁଥିଲେ । ଆଜି ବି ଅନେକ ମେରୀ ଖ୍ରୀଷ୍ଟମାସ ବଦଳରେ ହାପି ଖ୍ରୀଷ୍ଟମାସ କୁହନ୍ତି । ବ୍ରିଟେନର ରାଣୀ ଏଲିଜାବେଥ୍ ମଧ୍ୟ ହାପି ଖ୍ରୀଷ୍ଟମାସ କହିବାକୁ ପସନ୍ଦ କରନ୍ତି । ଏହା ସହିତ ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ ହାପି ଖ୍ରୀଷ୍ଟମାସ କୁହନ୍ତି । ଯଦି ଆପଣ ମଧ୍ୟ କାହାକୁ ଶୁଭ ଖ୍ରୀଷ୍ଟମାସ କୁହନ୍ତି, ତେବେ ଏଥିରେ କୌଣସି ଭୁଲ ନାହିଁ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେବେଠାରୁ ମେରି କ୍ରିଷ୍ଟମାସ କହିବାର ପ୍ରଥା ଆରମ୍ଭ ହୋଇଛି ।

ପ୍ରସିଦ୍ଧ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସ ନିଜ ପୁସ୍ତକ ' ଖ୍ରୀଷ୍ଟମାସ କାରୋଲ'ରେ ପ୍ରଥମ ଥର ପାଇଁ ମେରୀ ଖ୍ରୀଷ୍ଟମାସ ଶବ୍ଦ ବ୍ୟବହାର କରିଥିଲେ । ସେବେଠାରୁ ଲୋକମାନେ ମେରୀ ଖ୍ରୀଷ୍ଟମାସ କହିବା ଆରମ୍ଭ କରିଥିଲେ । ତା’ ପର ଠାରୁ ହାପି ଖ୍ରୀଷ୍ଟମାସ ପରିବର୍ତ୍ତେ ମେରୀ ଖ୍ରୀଷ୍ଟମାସ କହି ଲୋକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।