/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703596367.jpg)
Zero Night Celebrations
ନ୍ୟୁ ଇୟର ସେଲିବ୍ରେସନ୍ ପୂର୍ବରୁ କମିଶନରେଟ୍ ପୋଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ରାଜଧାନୀର ବାର୍ ଓ ହୋଟେଲଗୁଡ଼ିକରେ କିପରି ନୂଆ ବର୍ଷ ସେଲିବ୍ରେସନ କରାଯିବ, ତାର ଗାଇଡଲାଇନ ଜାରି କରିଛି କମିଶନରେଟ ପୋଲିସ ।
ଆଜି ହୋଟେଲ ଓ ବାର୍ ମାଲିକମାନଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଥିଲା । ଡିସିପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକ ପରେ କେତେକ ଗାଇଡଲାଇନ ଜାରି କରିଛି ପୋଲିସ । ସେଗୁଡ଼ିକ ମଧ୍ୟରେ ରହିଛି-ରାତି ସାଢ଼େ ୧୨ଟା ଯାଏ ହୋଟେଲ ଓ ବାର୍ ଖୋଲିପାରିବ । ଯିଏ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନ କରନ୍ତି, ସେଥିପ୍ରତି ବାର୍ ଓ ହୋଟେଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ ।
ଆଉ କିଛି ଦିନ ପରେ ନୂଆବର୍ଷ । ବିଦାୟ ନେବ ପୁରୁଣା ବର୍ଷ । ୨୦୨୪ ନୂଆବର୍ଷକୁ ସ୍ୱାଗତ ପାଇଁ ସମସ୍ତଙ୍କ ମନରେ ନାହିଁନଥିବା ଉତ୍ସାହ । ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରରେ ଥିବା ବିଭିନ୍ନ ହୋଟେଲରେ ଆୟୋଜନ ହେଉଛି ଜିରୋ ନାଇଟ୍ ସେଲିବ୍ରେସନ୍ । ହୋଟେଲ ସହ କ୍ଲବ, ରେଷ୍ଟୁରାଣ୍ଟ ସବୁଆଡ଼େ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)