Advertisment

ରାଜାରାଜୁଡା ଅମଳରୁ 'ବଳିନାୟକ' ଖେଳ, ଯିଏ ଧରାପଡ଼ିଲା ବଳି ପଡ଼ିବ !

ଅନ୍ଧବିଶ୍ୱାସ ଆଢୁଆଳରେ ଶତ୍ରୁଙ୍କୁ ଚକମା ଦେଉଥିଲେ ରାଜା । ଶତ୍ରୁଙ୍କୁ ଭ୍ରମିତ ପାଇଁ ରାଜାଙ୍କର ଥିଲା ଯୋଜନା କହିଲେ ନୀଳଗିରି ରାଣୀ ।

author-image
Satyendu Shekher Mishra
Bali Nayaka Khela

Bali Nayaka Khela

ରାତିଅଧରେ ବାଲେଶ୍ୱର ନୀଳଗିରି ରାଜବାଟି ପାଲଟିଥିଲା ଲୋକରଣ୍ୟ। ମଶାଲ ସହ ଟାଙ୍ଗିଆ ଧରି ନୀଳଗିରି ଜଗନ୍ନାଥ ମନ୍ଦିରରୁ ବାହାରି ରାଜବାଟି ମୁହାଁ କାଳିସୀ । ପରମ୍ପରା ଅନୁଯାୟୀ,ରାଜବାଟିରେ କୁଳଦେବୀ ମାଆ କନକ ଦୁର୍ଗାଙ୍କ ପାଖରେ ପୂଜା ପରେ ଉପସ୍ଥିତ ଲୋକଙ୍କୁ ଗୋଡ଼ାଇବେ କାଳିସୀ। ବିଶ୍ୱାସ ରହିଛି କାଳିସୀ ଯାହାକୁ ଛୁଇଁବେ ତାକୁ ବଳିଦିଆଯାଏ । ହେଲେ ପ୍ରକୃତରେ ଘଟଣା ଅଲଗା ।

Advertisment

ରାଜା ରାଜୁଡା ସମୟରେ ସୈନିକ ନିଯୁକ୍ତି ପାଇଁ କରାଯାଉଥିଲା ବଳିନାୟକ ଖେଳ । ତେବେ ବଳିନାୟକ ଖେଳ କଣ ? ପ୍ରକୃତରେ ଏହା ପଛର ରହିଛି ଅନ୍ୟ ଏକ କାରଣ। ନୀଳଗିରି ରାଣୀ ମନଜା ମଞ୍ଜରୀ ଦେବୀ କହିଛନ୍ତି, ବଳି ନାୟକ ଖେଳର ପ୍ରକୃତ କାରଣ । ନୀଳଗିରି ମାଟି ଯେ କେତେ ବୀରଙ୍କୁ ତିଆରି କରିଛି ତାର ସୁରାଗ ଛାଡିଛନ୍ତି ରାଣୀ।

୧୭୫୦ରେ ତତ୍କାଳୀନ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ, ମରାଠା ଆକ୍ରମଣରୁ ନୀଳଗିରିକୁ ବଞ୍ଚାଇବା ଲାଗି ସେନାକୁ ମଜବୁତ କରୁଥିଲେ । ଗୁପ୍ତରେ ନିଜ ସୈନିକଙ୍କୁ ନିଯୁକ୍ତି ଦେଉଥିଲେ। ଶାରଦୀୟ ପୂଜା ଅବସରରେ ରାତିରେ ଗୁପ୍ତରେ ଆରମ୍ଭ ହୁଏ ସୈନିକ ନିଯୁକ୍ତି ସହ ପ୍ରଶିକ୍ଷଣ କ୍ୟାମ୍ପ । ଏମିତି ଦୌଡ଼ ଆୟୋଜନ କରାଯାଏ । ଯାହା ବାହାରକୁ ବଳିର ରୂପ ଓ ଏହା ବଳିନାୟକ ଖେଳ ଭାବେ ପ୍ରଚାର କରାଯାଏ । ଦୌଡ଼ ସମୟରେ ପ୍ରକୃତ ଯୋଗ୍ୟ ଯୁବକଙ୍କୁ ସେନାରେ ନିଯୁକ୍ତ ଦିଆଯାଏ । ଯିଏ ଧରାପଡେ ତାକୁ ବଳି ଦିଆଯାଏ ବୋଲି ପ୍ରଚାର ହୁଏ ।

Advertisment

ଏମିତି କରିବାର କାରଣ ଶତ୍ରୁପକ୍ଷଙ୍କ ଗୁପ୍ତଚର କେହି ସୈନିକ ନିଯୁକ୍ତି କ୍ୟାମ୍ପକୁ ଆସିବେନି। ରାଜାଙ୍କ ଶାସନ ସମୟର ଶତ୍ରୁଙ୍କୁ ଭ୍ରମିତ କରିବା ପାଇଁ ଏକ ଯୋଜନା ଥିଲା ବୋଲି ବି ରାଣୀ କହିଛନ୍ତି।

ବାଲେଶ୍ୱର ନୀଳଗିରିରେ ବଳିନାୟକ ଖେଳ ଏବେ ବି ଉଦଜୀବିତ । ସେତେବେଳେ ନୀଳିଗିରି ରାଜା ବଳିର ରୁପଦେଇ ଅନ୍ଧବିଶ୍ୱାସର ଆଢୁଆଳରେ ଶତ୍ରୁଙ୍କୁ ଚକମା ଦେଉଥିଲେ । ଯାହା ଏବେ ବଳିନାୟକ ଖେଳରୁ ସ୍ପଷ୍ଟ।

Dussehra Durga Puja
Advertisment
Advertisment