Advertisment

ଦୀପିକା ଆଜି କାହିଁକି ବଲିଉଡ୍‌ର ନମ୍ବର୍ ୱାନ୍ ଅଭିନେତ୍ରୀ

ଦୀପିକା ପାଦୁକୋନ୍‌ଙ୍କ ଅନେକ୍ ଫିଲ୍ମ ବିବାଦ ଘେରକୁ ଆସିଥିଲେ ମଧ୍ୟ ତାଙ୍କ କ୍ରେଜ୍ ହ୍ରାସ ପାଇ ନାହିଁ। ତେବେ ସେ ତୁଚ୍ଛାରେ ବଲିଉଡ୍‌ର ଏକ ନମ୍ବର ହିରୋଇନ୍ ହୋଇ ନାହାନ୍ତି। ଏହା ପଛରେ ରହିଛି ତାଙ୍କର ଅନେକ ସାଧନା। ତେବେ ଆସନ୍ତୁ ତାଙ୍କ ଜୀବନରେ ମାଇଲଖୁଣ୍ଟ ସାଜିଥିବା କିଛି ସିନେମା ଉପରେ ନଜର ପକେଇ ନେବା।

author-image
Pramod Behera
ଅଦ୍ୟତନ ହୋଇଛି
Deepika Padukone best roles in bollywood

Deepika Padukone best roles in bollywood

 ୩୬ରେ ପାଦ ଦେଇଛନ୍ତି ବଲିଉଡ୍‌ର ନମ୍ବର୍ ୱାନ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସେ ତାଙ୍କ ଜନ୍ମଦିନକୁ ଧୂମାଧାମରେ ପାଳିଛନ୍ତି। ତେବେ ୨୦୨୨ ବର୍ଷ ତାଙ୍କ କ୍ୟାରିଅରରେ ଆଣିବାକୁ ଯାଉଛି ଏକ ବଡ ପରିବର୍ତ୍ତନ। ନିର୍ମାତା କରଣ ଜୋହର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଗହରାଇୟାଁ'କୁ ଓଟିଟିରେ ରିଲିଜ୍ କରିବାକୁ ଯାଉଛନ୍ତି।

Advertisment

ଦୀପିକାଙ୍କ ଶେଷ ଚଳଚ୍ଚିତ୍ର 'ଛପାକ' ଏସିଡ୍ ଆକ୍ରମଣର ଶିକାର ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଉପରେ ଆଧାରିତ ଥିଲା। ଏହି ଚଳଚ୍ଚିତ୍ରଟି ଦେଶର ଦକ୍ଷିଣପନ୍ଥୀଙ୍କ ଦ୍ୱାରା ବିରୋଧ ହୋଇଥିଲା ଫଳରେ ଏହା ପ୍ରେକ୍ଷାଳୟରେ ଫ୍ଲପ୍ ହୋଇଥିଲା। ତଥାପି ଦୀପିକାଙ୍କ ପ୍ରଭାବ ହ୍ରାସ ପାଇ ନାହିଁ। ତେବେ ସେ ତୁଚ୍ଛାରେ ବଲିଉଡ୍‌ର ଏକ ନମ୍ବର ହିରୋଇନ୍ ହୋଇ ନାହାନ୍ତି। ଏହା ପଛରେ ରହିଛି ତାଙ୍କର ଅନେକ ସାଧନା। ତେବେ ଆସନ୍ତୁ ତାଙ୍କ ଜୀବନରେ ମାଇଲଖୁଣ୍ଟ ସାଜିଥିବା କିଛି ସିନେମା ଉପରେ ନଜର ପକେଇ ନେବା।

ଓମ୍ ଶାନ୍ତି ଓମ୍: (ଚରିତ୍ର- ଶାନ୍ତିପ୍ରିୟା/ସ୍ୟାଣ୍ଡି)

୨୦୦୭ ମସିହାରେ ଫିଲ୍ମ୍ ‘ଓମ୍ ଶାନ୍ତି ଓମ୍’ରେ ଦୀପିକା ପାଦୁକୋନ୍ ବଲିଉଡ୍‌ରେ ପାଦ ଦେଇଥିଲେ। ଶାହାରୁଖ ଖାନଙ୍କ ଅଭିନୀତ ଏହି ଫିଲ୍ମରେ ଦୀପିକା ଏକ ଡବଲ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଏହି ପ୍ରଥମ ଚଳଚ୍ଚିତ୍ରରେ ସେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଏହି ଚଳଚ୍ଚିତ୍ର ପାଇଁ ଦୀପିକା ଫିଲ୍ମଫେୟାର ମହିଳା ଡେବ୍ୟୁ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ। ଏହା ସହିତ ସେ ଫିଲ୍ମଫେୟାର ଶ୍ରେଷ୍ଠ ଅଭିନେତ୍ରୀ ମହିଳା ପୁରସ୍କାର ପାଇଁ ମଧ୍ୟ ମନୋନୀତ ହୋଇଥିଲେ।

Advertisment

କକ୍‌ଟେଲ୍: (ଚରିତ୍ର- ଭେରୋନିକା)

କକ୍‌ଟେଲ୍‌ ଚଳଚ୍ଚିତ୍ରରେ ସୈଫ୍‌ ଏବଂ ଦୀପିକାଙ୍କ ଯୋଡିକୁ ଖୁବ୍ ପସନ୍ଦ କରାଯାଇଥିଲା। ୨୦୧୨ ମସିହାର ଏହି ଚଳଚ୍ଚିତ୍ରରେ ସେ ଭେରୋନିକା ଭୂମିକାରେ ଅଭିନୟ କରିଥିଲେ ଯିଏ ନିଜ ହିସାବରେ ଜୀବନ ଜୀଇଁବାକୁ ବିଶ୍ୱାସ କରନ୍ତି। ଏହି ଚରିତ୍ର ବିଷୟରେ ଦୀପିକା ଅନେକ ଥର କହିଛନ୍ତି ଯେ ପ୍ରାରମ୍ଭରେ ସେ ଏହି ଭୂମିକା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲେ କିନ୍ତୁ ପରେ ସେ ଏହି ଚରିତ୍ରରେ ଅଭିନୟ କରିବାକୁ ଆରାମ ଅନୁଭବ କରିଥିଲେ। ଏହା ଦୀପିକାଙ୍କ କ୍ୟାରିୟରର ସବୁଠାରୁ ବୋଲ୍ଡ ଚରିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ।

ରେସ୍ ୨: (ଚରିତ୍ର- ଏଲିନା ମଲିକ)

ଏହି ହିଟ୍ ଫିଲ୍ମରେ ଜନ୍ ଆବ୍ରାହମ୍ ଓ ଦୀପିକା ପାଦୁକୋନ୍ ଭାଇ - ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ୨୦୧୩ରେ ଅବ୍ବାସ-ମୁସ୍ତାନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ତାଙ୍କର ଏକ ଗ୍ଲାମରସ୍ ଅବତାର ଥିଲା। ଏଥିରେ ତାଙ୍କୁ କ୍ଷୀପ୍ର ଗତିରେ ଗାଡି ଚଳାଉଥିବାର ଏବଂ ବେଳେବେଳେ ତୋଫାନ ଷ୍ଟାଇଲ୍‌ରେ ବନ୍ଧୁକ ଦେଖାଇ ଶତ୍ରୁମାନଙ୍କୁ ମାଡ ମାରୁଥିବାର ଦେଖାଯାଇଥିଲା। ଯଦିଓ ଏହି ଚଳଚ୍ଚିତ୍ରରେ ଅନେକ ବଡ ବଡ ତାରକା ଥିଲେ, କିନ୍ତୁ ସମସ୍ତଙ୍କ ଉପସ୍ଥିତି ସତ୍ତ୍ୱେ ଦୀପିକା ଲାଇମଲାଇଟ୍ ଲୁଟିବାରେ ସଫଳ ହୋଇଥିଲେ।

ଚେନ୍ନାଇ ଏକ୍ସପ୍ରେସ୍‌: (ଚରିତ୍ର- ମୀନାଲୋଚାନି ଅଝଗାସୁନ୍ଦରମ)

୨୦୧୩ ମସିହାରେ ଆସିଥିବା ଚେନ୍ନାଇ ଏକ୍ସପ୍ରେସ୍‌ ଫିଲ୍ମରେ ଦୀପିକା ପୁଣି ଥରେ ଶାହାରୁଖ ଖାନଙ୍କ ସହ ନଜର ଆସିଥିଲେ। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୀପିକା ଜଣେ ଦକ୍ଷିଣ ଭାରତୀୟ ଯୁବତୀ ଚରିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ତାଙ୍କର ସଂଳାପଗୁଡ଼ିକ ଦର୍ଶକଙ୍କୁ ଖୁବ୍ ପ୍ରଭାବିତ କରିଥିଲା। ଏହି ଚରିତ୍ର ସହିତ ଦୀପିକା ପ୍ରମାଣ କରିଦେଇଥିଲେ ଯେ ଗ୍ଲାମରସ୍ ଅବତାର ସହିତ ଜଣେ ସାଧାରଣ ଭାରତୀୟ ଯୁବତୀ ଭୂମିକାରେ ତାଙ୍କ ସହିତ କେହି ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ।

ଗୋଲିୟୋଁ କୀ ରାସ୍‌ଲୀଲା ରାମଲୀଲା: (ଚରିତ୍ର- ଲୀଲା ସନେରୀ)

୨୦୧୩ରେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦୀପିକା ଓ ରଣବୀରଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଜଣେ ଗୁଜୁରାଟୀ ଝିଅ ଭୂମିକାରେ ଦୀପିକାଙ୍କ ରୋମାଣ୍ଟିକ ଚରିତ୍ର ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ଚଳଚ୍ଚିତ୍ର ଆରମ୍ଭରେ, ଯେତେବେଳେ ସେ ପ୍ରେମ କରୁଥିବାର ନଜର ଆସିଥିଲେ, ଶେଷରେ ସେ ପରିବାର ପାଇଁ ତାଙ୍କ ପ୍ରେମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା।|

ବାଜୀରାଓ ମସ୍ତାନୀ: (ଚରିତ୍ର- ମସ୍ତାନୀ)

ରଣବୀର ସିଂଙ୍କ ସହ ଦୀପିକାଙ୍କ ରୋମାଣ୍ଟିକ କେମେଷ୍ଟ୍ରି ୨୦୧୫ରେ ପୁଣିଥରେ ‘ବାଜିରାଓ ମସ୍ତାନୀ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ଜଣେ ଯୋଦ୍ଧା ରାଜକୁମାରୀ ମସ୍ତାନୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଦୀପିକା ଏହି ଚଳଚ୍ଚିତ୍ରରେ ଜଣେ ବୀରଙ୍ଗନାର ରୂପ ଦେଖାଇଥିବା ବେଳେ ଅନ୍ୟପଟେ ସେ ବୀର ପେଶୱାଙ୍କୁ ଜୀବନ ଦେଇ ଭଲ ପାଉଥିଲେ।

ପଦ୍ମାବତ: (ଚରିତ୍ର- ପଦ୍ମାବତୀ)

ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ରାନୀ ପଦ୍ମାବତୀଙ୍କ ଚରିତ୍ରରେ ଅଭିନୟ କରିଥିଲେ। ପ୍ରକାଶ ଥାଉକି ୨୦୧୮ରେ ରିଲିଜ ହେବା ପୂର୍ବରୁ ବିବାଦ ଯୋଗୁଁ ଏହି ଚଳଚ୍ଚିତ୍ରଟି ଚର୍ଚ୍ଚାକୁ ଆସିଥିଲା।| ତେବେ ଫିଲ୍ମ ରିଲିଜ୍ ହେବା ପରେ ଦୀପିକାଙ୍କ ଲୁକ୍, ପୋଷାକ, ନୃତ୍ୟ ଏବଂ ଅଭିନୟ ସବୁ ଚର୍ଚ୍ଚାର ବିଷୟ ହୋଇଥିଲା। ନିଃସନ୍ଦେହ ଯେ ଏହା ଦୀପିକାଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ଯାହା ଅନ୍ୟ ଅଭିନେତ୍ରୀମାନଙ୍କ ସାମ୍ନାରେ ଏକ ସ୍ତର ତିଆରି କରିଥିଲା ​।

Bollywood
Advertisment
Advertisment