• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆଦିଲ୍ଲୀ: ହଲିଉଡ ଅଭିନେତା ଡେଭିଡ୍‌ ୱାର୍ଣ୍ଣରଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସର୍‌ରେ ପୀଡିତ ଥିଲେ। ତାଙ୍କର ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି।

ହଲିଉଡର ଅନେକ ସୁପରହିଟ୍  ଫିଲ୍ମରେ କାମ କରିଛନ୍ତି ଡେଭିଡ୍‌। ତାଙ୍କୁ ହଲିଉଡର ଏଭରଗ୍ରୀନ୍ ଫିଲ୍ମ ‘ଟାଇଟନିକ୍‌’ ଓ ‘ୱମେନ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମରେ ତାଙ୍କର ଅଭିନୟ ଦମଦାର୍ ଥିଲା।ଏଥିରେ ସେ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଡେଭିଡ ୱାର୍ଣ୍ଣର ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି। ୱାର୍ଣ୍ଣରଙ୍କ ଦେହାନ୍ତରେ ହଲିଉଡରେ ଶୋକର ଛାୟା ଖେଳିଯାଇଛି। ଅନେକ ଷ୍ଟାର୍‌ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ୱାର୍ଣ୍ଣର ୧୯୭୧ରେ ସାଇକୋଲଜିକାଲ ଥ୍ରଲର ‘ଷ୍ଟ୍ରା ଡଗ୍ସ’, ୧୯୭୬ରେ ହରର୍‌ କ୍ଲାସିକ୍‌ ଫିଲ୍ମ ‘ଦ ୱମେନ’, ୧୯୭୯ରେ ‘ଟାଇମ-ଟ୍ରାଭେଲ ଆଡଭେଞ୍ଜର୍ସ ‘ଟାଇମ୍‌ ଆଫଟର୍‌ ଟାଇମ୍‌’ ଓ ୧୯୯୭ରେ ବ୍ଲକବଷ୍ଟର ଫିଲ୍ମ ‘ଟାଇଟାନିକ’ରେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ।

ଅଭିନେତା ଡେଭିଡ ୱାର୍ଣ୍ଣର କେବଳ ଫିଲ୍ମ ନୁହେଁ ବହୁ ବର୍ଷ ଧରି ଟେଲିଭିଜନ ଶୋ’ରେ ମଧ୍ୟ କାମ କରିଛନ୍ତି। ୧୯୬୬ରେ ରିଲିଜ ହୋଇଥିବା କାରେଲ ରିଞ୍ଜଙ୍କ ‘ମାର୍ଗନ୍‌ ଏ ସୁଟେବଲ କେସ୍‌ ଫର ଟ୍ରିଟ୍‌ମେଣ୍ଟ’ରେ ଟାଇଟଲ ଭୂମିକା ପାଇଁ ତାଙ୍କୁ ବ୍ରିଟିଶ ଏକାଡେମି ଫିଳ୍ମ ଆୱାର୍ଡ ପାଇଁ ନମୋନେଟ୍‌ କରାଯାଇଥିଲା। ଏହାପରେ ସେ ୧୯୮୧ରେ ଟିଭି ମିନି ସିରିଜ୍ ‘ମସାଡା’ରେ ରୋମନ ରାଜନେତା ପୋମ୍ପେନେସ ଫାଲ୍କୋ ରୂପେ ଅଭିନୟ କରିଥିଲେ। ଏଥିପାଇଁ ମଧ୍ୟ ତାଙ୍କୁ ଏମି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

OTV is now on Whatsapp

Join and get latest news update delivered to you via whatsapp

Join Now