Advertisment

‘ନିଜ ପ୍ରତି ବିପଦ ରହିଛି, ତଥାପି କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି’

ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍‌. ଜୟଶଙ୍କର କହିଥିଲେ,  ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି।  ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।

author-image
Rajalaxmi Sahoo
There is no justification for any act of terrorism, says Jaishankar at UNSC session

There is no justification for any act of terrorism, says Jaishankar at UNSC session

ଆତଙ୍କବାଦ ବିରୋଧରେ ପୁଣି ସ୍ୱର ଉଠାଇଲା ଭାରତ। ଜାତିସଂଘର ସାଧାରଣ ଅଧିବେଶନରେ ଉଦ୍‌ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆତଙ୍କବାଦ ବିରୋଧରେ କଡା ଟିପ୍ପଣୀ ଦେଇଛନ୍ତି। ନିଜ ପ୍ରତି ବିପଦ ଥିଲେ ମଧ୍ୟ କିଛି ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି ବୋଲି ଏସ୍‌. ଜୟଶଙ୍କର କହିଛନ୍ତି।

Advertisment

ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଭାରତ ଉପରେ ଏହାର ପ୍ରଭାବ ପଡ଼ୁଛି। ତେଣୁ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଛି।  ପାକିସ୍ତାନ କିମ୍ବା ଚୀନର ନାଁ ନନେଇ ଏସ୍‌. ଜୟଶଙ୍କର କହିଥିଲେ,  ଆତଙ୍କବାଦକୁ ସମର୍ଥନ କରିବା ପାଇଁ କିଛି ଦେଶ ଭିନ୍ନ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି।  ଏହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ନାହିଁ।

ଏଥିସହ ଶାନ୍ତି ପାଇଁ ସମସ୍ତେ ଉଦ୍ୟମ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଆହ୍ୱାନ ଦେଇଥିଲେ। ବର୍ତ୍ତମାନ ଯୁଦ୍ଧ କିମ୍ବା ବିବାଦର ସମୟ ନୁହେଁ। ଏବେ ବିକାଶ ଓ ସହଯୋଗର ଆବଶ୍ୟକତା ରହିଛି। କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Advertisment

ଅନ୍ୟପକ୍ଷେ, ଜାତିସଂଘ ମହାସଭାର ୭୭ ତମ ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଦେଇଥିବା ଭାରତ ବିରୋଧୀ ବୟାନର ମୁହଁତୋଡ ଜବାବ ଦେଇଛି ଭାରତ। ଚିରାଚରିତ ଅଭ୍ୟାସବଶତଃ ବିଶ୍ୱମଞ୍ଚରେ ପାକିସ୍ତାନ ପୁଣି ଉଗାଳିଥିଲା ଭାରତ ବିରୋଧୀ ମନ୍ତବ୍ୟ। ହେଲେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି। ଭାରତ ପକ୍ଷରୁ ସେକ୍ରେଟେରୀ ମିଜିଟୋ ବିନିଟୋ କାଶ୍ମୀର ପ୍ରସଙ୍ଗ ଉପରେ ଶାହବାଜ ଶରିଫ ଆଣିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ଇସ୍‌ଲାମବାଦକୁ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା କହିଛନ୍ତି। 

Prafulla Ghadei Terrorism UNSC
Advertisment
Advertisment