Advertisment

Tahawwur Rana: ତହୱର ରାଣାକୁ ବଡ଼ ଝଟକା: ଭାରତକୁ ପ୍ରତ୍ୟର୍ପଣ ବାଟ ସଫା

ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି ଆମେରିକାର ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଫେବ୍ରୁଆରୀରେ ତହୱର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା

author-image
Tapaswini Nayak
ଅଦ୍ୟତନ ହୋଇଛି
Tahawwur Rana’s

Tahawwur Rana’s

ତହୱର ରାଣାକୁ ବଡ଼ ଝଟକା, ଭାରତକୁ ମିଳିଲା ବଡ଼ ଜିତ୍। ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହୱର ରାଣାର ଭାରତ ଫେରିବା ବାଟ ସଫା। ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ସେ କରିଥିବା ଆବେଦନକୁ ଖାରଜ କଲେ ଆମେରିକା ସୁପ୍ରିମକୋର୍ଟ।

Advertisment

ଅଧିକ ପଢ଼ନ୍ତୁ: କାଲିଥିଲା ଧରାଶାୟୀ; ଆଜି ସେୟାର ବଜାରରେ ଉତ୍ସାହ

 ଭାରତକୁ ପ୍ରତ୍ୟର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି ଆମେରିକାର ସର୍ବୋଚ୍ଚ ଅଦାଲତ। ଏହା ପୂର୍ବରୁ ଫେବ୍ରୁଆରୀରେ ତହୱର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ୍ ଏଲିନା କଗନଙ୍କୁ ଆବେଦନ କରାଯାଇଥିଲା । ତେବେ ସେ ଏହି ଆବେଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହୱର। ହେଲେ ଏଥର ମଧ୍ୟ ତାର ଆବେଦନକୁ ଖାରଜ କରିଦିଆଯାଇଛି।

କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ତହୱର ରାଣାକୁ ଆମେରିକାର ଲସ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଛି। ୬୪ ବର୍ଷୀୟ ରାଣା ୨୦୧୧ରେ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜ୍ଜା କାଟୁଛି । ତେବେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣ ଘଟଣାରେ ତହୱରର ସିଧାସଳଖ ସଂପୃକ୍ତି ରହିଛି ଏବଂ ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି । ଭାରତରେ ତାର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଛି ଆମେରିକା ।

Advertisment

ଅଧିକ ପଢ଼ନ୍ତୁ: ସେୟାର ବଜାରରେ ଭୂକମ୍ପ, ୧୦ ସେକେଣ୍ଡରେ ଉଡ଼ିଗଲା ୧୯ ଲକ୍ଷ କୋଟି

Supreme Court US Court Tahawwur Rana
Advertisment
Advertisment